ସମାଜକୁ ନିଆରା ବାର୍ତ୍ତା ; କୁକୁର ହାତରେ ରାକ୍ଷୀ ବାନ୍ଧିଲେ ଅଭିନେତ୍ରୀ ଗୁନଗୁନ

ଓଡ଼ିଶାର ଲୋକପ୍ରିୟ ଉପସ୍ଥାପିକା ତଥା ଅଭିନେତ୍ରୀ ଗୁନଗୁନ ନିଜର ପୋଷା କୁକୁର ଡୋବକୁ ଖୁବ ଭଲ ପାଇବା ସହ ଆଦର କରନ୍ତି । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ଗୁନଗୁନ୍ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ନିଜ ପୋଷା କୁକୁର ଡୋବ୍ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ।

ସମାଜକୁ ନିଆରା ବାର୍ତ୍ତା ; କୁକୁର ହାତରେ ରାକ୍ଷୀ ବାନ୍ଧିଲେ ଅଭିନେତ୍ରୀ ଗୁନଗୁନ

ସମାଜକୁ ନିଆରା ବାର୍ତ୍ତା ; କୁକୁର ହାତରେ ରାକ୍ଷୀ ବାନ୍ଧିଲେ ଅଭିନେତ୍ରୀ ଗୁନଗୁନ

  • Share this:
News 18 Odia Digital

ଭୁବନେଶ୍ୱର; ମାଲିକ ଯେତେବେଳେ ଯାହା ଦିଏ ଚୁପଚାପ ଖାଇଦେଇ ଘର କଣରେ ପଡ଼ିଥାଏ । ଅଚିହ୍ନା ଲୋକ ଦେଖିଲେ ଭୁକି ମାଲିକକୁ ସତର୍କ କରାଇଦିଏ । ଘରର ସଦସ୍ୟଙ୍କ ପରି ସେ ମଧ୍ୟ ସବୁ ସୁଖ, ଦୁଖରେ ସାମିଲ ହେଇଥାଏ । ମାଲିକର କୌଣସୀ ଅନିଷ୍ଟ କୁକୁର ଦେଖିପାରେନି । ଆପଣ ଅନେକ ଉଦାହରଣ ଆଗରୁ ଦେଖିଥିବେ । ମାଲିକର ଜୀବନ ବଞ୍ଚାଇବାକୁ କୁକୁର ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦିଏ । ତେଣୁ ସିଏ ଅନାଦାର ହେବ କେମିତି ? ସେ ବି ମଣିଷର ରକ୍ଷା କବଚ । ମାଲିକର ମାନ ରଖିଥାଏ ସବୁବେଳେ । ତେଣୁ ରାକ୍ଷୀ ପୂର୍ଣ୍ଣମୀରେ ସେ ବାଦ ପଡ଼ିବ କେମିତି ।

ଓଡ଼ିଶାର ଲୋକପ୍ରିୟ ଉପସ୍ଥାପିକା ତଥା ଅଭିନେତ୍ରୀ ଗୁନଗୁନ ନିଜର ପୋଷା କୁକୁର ଡୋବକୁ ଖୁବ ଭଲ ପାଇବା ସହ ଆଦର କରନ୍ତି । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ଗୁନଗୁନ୍ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ନିଜ ପୋଷା କୁକୁର ଡୋବ୍ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ।



ଭାଇକୁ ଯେପରି ବନ୍ଦାପନା କରାଯାଏ ଠିକ ସେହିପରି ଢଙ୍ଗରେ ଡୋବ୍ ମଥାରେ ଚନ୍ଦନ ଲଗାଇଦେଇ ମିଠା ଖୁଆଇ ଦେଇଥିଲେ ଗୁନଗୁନ । ଡୋବ୍ ମଧ୍ୟ ଖୁବ ଆଗ୍ରହରେ ନିଜର ହାତ ଦେଖାଇଦେଇଥିଲା ରାକ୍ଷୀ ବାନ୍ଧିବା ପାଇଁ ।  ଗୁନଗୁନ କୁହନ୍ତି, ପରିସ୍ଥିତିରେ ପଡ଼ି ମଣିଷ ବଦଳିଯାଇପାରେ । ମଣିଷ ମନକୁ ଗର୍ବ ଅହଂକାର ଛୁଇଁଯାଇପାରେ କିନ୍ତୁ ପୋଷା କୁକୁର କେବେ ବଦଳେନି । ସେ ସବୁବେଳେ ମଣିଷର ହିତ ଚାହେଁ । ତେଣୁ ସେ ଆମ ସୁଖ, ଦୁଖର ସାଥି । ତେଣୁ ଆମେ ନିଜର ଯେମିତି ଯତ୍ନ ନେଉଛନ୍ତି ସେମାନଙ୍କର ମଧ୍ୟ ଯତ୍ନ ନେବା ଆବଶ୍ୟକ । ସେମାନଙ୍କୁ ବି ଆମର ପ୍ରତିଟି ପର୍ବପର୍ବାଣୀରେ ସାମିଲ କରିବା ଆବଶ୍ୟକ । ସେମାନେ ସିନା କଥା କହିପାରନ୍ତିନି କିନ୍ତୁ ସବୁ କଥା ବୁଝିପାରନ୍ତି ।
Published by:Soubhagya Mishra
First published: