VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟ

Actress Gehana Vasisth nude in Insta Live Video | ଏହି ଭିଡିଓରେ ଅଭିନେତ୍ରୀ ଗେହାନା ବଶିଷ୍ଟ କହିଛନ୍ତି, ‘‘ମୁଁ କିଛି ବି ପିନ୍ଧି ନାହିଁ, ତଥାପି ଆପଣ ଏହାକୁ ଅଶ୍ଳୀଳ ଭାବୁନାହାଁନ୍ତି । ହେଲେ ମୋ’ର ବାକି ଭିଡିଓଗୁଡ଼ିକରେ, ଯେଉଁଥିରେ ମୁଁ ସୁନ୍ଦର ଡ୍ରେସ୍ ପିନ୍ଧିଛି, ତଥାପି ତାକୁ କେତେକ ଲୋକ ପର୍ଣ୍ଣ ବୋଲି କହୁଛନ୍ତି!’’

ଅଭିନେତ୍ରୀ ଗେହନା ବଶିଷ୍ଟ

ଅଭିନେତ୍ରୀ ଗେହନା ବଶିଷ୍ଟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ରାଜ କୁନ୍ଦ୍ରାଙ୍କ ଦ୍ୱାରା କଥିତ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ (Raj Kundra porn film case) ମୁମ୍ବାଇର ମାଲବାଣୀ ପୋଲିସ ଷ୍ଟେସନରେ ଏଫ୍‌.ଆଇ.ଆର. ରୁଜୁ ହେବା ପରେ ସୋସିଆଲ୍‌ ମିଡି଼ଆରେ ଅଭିନେତ୍ରୀ ଗେହନା ବଶିଷ୍ଟଙ୍କ (Gehana Vasisth) ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଗେହନା ବଶିଷ୍ଟ ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିବା ବେଳର, କିନ୍ତୁ ଏହି ଲାଇଭ୍ ଅଧିବେଶନରେ ସେ ନଗ୍ନ (nude) ଥିଲେ ।

ଇନଷ୍ଟାଗ୍ରାମରେ ଗେହାନା ନଗ୍ନ ହୋଇ ନିଜ ପ୍ରଶଂସକମାନଙ୍କ ସାମନାରେ ଲାଇଭ୍ ଆସିବା ପଛରେ ଏକ କାରଣ ଥିଲା । ବାସ୍ତବରେ ସେ ଲୋକମାନଙ୍କଠାରୁ ଜାଣିବାକୁ ଚାହୁଁଥିଲେ ଯେ ସେ ନଗ୍ନ ହୋଇ ଲାଇଭ୍‌ ଆସିଥିଲେ ବି ସେ ଭଲଗାର୍‌ ଅର୍ଥାତ ଅଶ୍ଳୀଳ ଲାଗୁଛନ୍ତି କି । ଇନଷ୍ଟାଗ୍ରାମ୍‌ ଲାଇଭ୍ ଅଧିବେଶନରେ ସେ ଲୋକମାନଙ୍କୁ କହିଥିଲେ, ‘‘ବନ୍ଧୁଗଣ, ମୁଁ ଆପଣ ସମସ୍ତଙ୍କ ସାମ୍ନାରେ ଏବେ ଲାଇଭ୍ ବସିଛି । ମୋତେ କୁହନ୍ତୁ, ମୁଁ କ’ଣ ଅଶ୍ଳୀଳ ଦେଖାଯାଉଛି କି? ମୁଁ ଶସ୍ତା ଦେଖାଯାଉଛି କି? ମୁଁ Sମିତି ଲାଗୁଛି କି ଯାହା ଆପଣଙ୍କୁ ପର୍ଣ୍ଣ ବିଷୟରେ ମନେପକାଇ ଦେଉଛି? ମୋର କାର୍ଯ୍ୟକଳାପରେ ଏମିତି କିଛି ଅଛି କି ଯାହାକୁ ଆପଣ ପର୍ଣ୍ଣ ଭାବରେ ଗଣନା କରିପାରିବେ?’’

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି ହେବ ଲକ୍ଡାଉନ୍! ନବୀନ କହିଲେ ଲୋକେ ସତର୍କ ହେଲେ ସରକାର ପୁଣି ଲକ୍ଡାଉନ୍ ଜାରି କରିବେ

‘‘ମୋତେ ବିଶ୍ୱାସ କର, ମୁଁ ଏବେ କିଛି ବି ପିନ୍ଧି ନାହିଁ । ମୁଁ ଗୋଟେ ପଏଣ୍ଟ୍‌ ବି… ଯାହା କହନ୍ତି… ମୁଁ କିଛି ବି କିଛି ପିନ୍ଧି ନାହିଁ । ତଥାପି ଆପଣ ଏହାକୁ ଅଶ୍ଳୀଳ ବର୍ଗରେ ଗ୍ରହଣ କରୁ ନାହାଁନ୍ତି, ହେଲେ ମୋ’ର ବାକି ଭିଡିଓଗୁଡ଼ିକରେ, ଯେଉଁଥିରେ ମୁଁ ସୁନ୍ଦର ଡ୍ରେସ୍‌ ପିନ୍ଧିଛି, ତଥାପି ତାକୁ କେତେକ ଲୋକ ପର୍ଣ୍ଣ ବୋଲି କହୁଛନ୍ତି! ଏହା ଭୁଲ କଥା ନୁହେଁ କି? ସମସ୍ତେ କହୁଛନ୍ତି ଯେ ମୁଁ ପର୍ଣ୍ଣ ଶୁଟ୍ କରିଛି, କିନ୍ତୁ ମୁଁ ବର୍ତ୍ତମାନ କିଛି ବି ପିନ୍ଧି ନାହିଁ, ତେଣୁ ଆପଣ ଏହାକୁ ପର୍ଣ୍ଣ ବୋଲି କହୁ ନାହାଁନ୍ତି । କପଟର ଏକ ସୀମା ଅଛି,’’ ସେହି ଭିଡିଓରେ ନିଜ ପ୍ରଶଂସକମାନଙ୍କୁ ଗେହନା କହିଥିଲେ ।

ଏଇଠି ଦେଖନ୍ତୁ ଗେହନା ବଶିଷ୍ଟଙ୍କ ସେହି ଇନଷ୍ଟା LIVE ଭିଡିଓ:




ଏହା ବି ପଢ଼ନ୍ତୁ | ବନ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ: ବିଦ୍ୟାଙ୍କୁ ଘଣ୍ଟା ଜେରାରୁ ମିଳିଲାନି ବିଶେଷ କିଛି; ମୋବାଇଲରେ ଫଟୋର ରହସ୍ୟ ?

ଏହା ପୂର୍ବରୁ ମୁମ୍ବାଇର ମାଲବାଣୀ ପୋଲିସ ଷ୍ଟେସନରେ ଗେହନାଙ୍କ ବିରୁଦ୍ଧରେ ଅଶ୍ଳୀଳ ଫିଲ୍ମରେ ଅଭିନୟ କରିଥିବା ଅଭିଯୋଗରେ ଏକ ଏତାଲା ପଞ୍ଜୀକୃତ ହୋଇଥିଲା । ସେତେବେଳେ ସେ ଏକ ଭିଡିଓ ରିଲିଜ୍ କରି କହିଥିଲେ, ‘‘ମୁଁ ରାଜ୍‌ କୁନ୍ଦ୍ରାଙ୍କ ସମର୍ଥନରେ ବାହାରିଛି, ତେଣୁ ମୋ’ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ମୋତେ ଏହି ମାମଲାରେ ଜାଣିଶୁଣି ଫସାଯାଇଛି । ମୋ’ ନାମକୁ ସୁଚିନ୍ତିତ ଭାବେ FIRରେ ନିଆଯାଇଛି ।’’



ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ବିଷୟରେ ଅଙିଯୋଗ କରିଥିବା ଜଣେ ପୀଡିତା ଯୁବତୀ ଉପରେ ପ୍ରଶ୍ନ ଉଠାଇ ଗେହନା କହିଛନ୍ତି, ‘‘ଏହି ପୀଡ଼ିତା ଯୁବତୀ ଗଲା ପାଞ୍ଚ ମାସ ଧରି କେଉଁଠି ଥିଲା ଯେତେବେଳେ ମୋତେ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଥିଲା? ସେତେବେଳେ କାହିଁକି ସେ ସାମ୍ନାକୁ ଆସିଲା ନାହିଁ?’’
Published by:Anand S.T. Das
First published: