ଏଲିନା ଦାସ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Bhubaneswar
News18 Odia Digital
ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଏଲିନା ଦାସଙ୍କ ଆକାଉଣ୍ଟ ହ୍ୟାକ ହୋଇଛି। ଆକାଉଣ୍ଟ ନାମ ବଦଳାଇ ମୁସ୍ତଫା ରଖାଯାଇଛି। ମୂଳ ଆକାଉଣ୍ଟ ଫେରାଇବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି ସାଇବର ଠକ। ଆକାଉଣ୍ଟ ହ୍ୟାକ ହୋଇଥିବା ଜାଣି ସାଇବର ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ।
ଅଭିନେତ୍ରୀ ଏଲିନା ଦାସଙ୍କ କହିବାନୁଯାୟୀ ସେ କାହାକୁ କୌଣସି ତଥ୍ୟ କିମ୍ବା ଓଟିପି ସେୟାର କରିନଥିଲେ। ପୂର୍ବରୁ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିଲା, ଯେଉଁଥିରେ ତାଙ୍କର ସାଢ଼େ ୫ଲକ୍ଷ ଫୋଲର୍ସ ଥିଲେ। ସେହି ସମୟରେ ଘଟଣା ପ୍ରଚାର ହୋଇଯିବ ଭାବି ଥାନା କିମ୍ବା ଗଣମାଧ୍ୟମରେ ଜଣାଇ ନଥିଲେ ଅଭିନେତ୍ରୀ। ବର୍ତ୍ତମାନ ତାଙ୍କର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଯାଇଛି। ୧୦ଦିନ ପୂର୍ବେ ଆକାଉଣ୍ଟର ନାମ ବଦଳାଇ ସମସ୍ତ ପୋଷ୍ଟ ଡିଲିଟ କରଯାଇଛି।
ଏବେ ପର୍ଯ୍ୟନ୍ତ ସାଇବର ହ୍ୟାକର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟାର ଟଙ୍କା ମାଗି ନଥିବାର ସୂଚନା ଦେଇଛନ୍ତି ଅଭିନେତ୍ରୀ। କିଏ ଏହି ହ୍ୟାକ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।