ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବର୍ଷୀୟାନ୍ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ମିଳିଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ବର୍ଷୀୟାନ୍ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ମିଳିଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

‘ପର ଝିଅ ଘର ଭାଙ୍ଗେନା’ ଓ ‘ମାଟିର ମଣିଷ’ ପରି ଫିଲ୍ମ ଓ ଅନେକ ଡ୍ରାମାରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବିନୋଦିନୀ ଦେବୀଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ବର୍ଷୀୟାନ୍ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ମିଳିଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର
ବିନୋଦିନୀ ଦେବୀଙ୍କୁ ସମ୍ମାନିତ କରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
  • News18 Odia
  • Last Updated: September 9, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କୋଭିଡ ମହାମାରୀ କାରଣରୁ ‘ସୃଜନ’ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷର ଓ.ଏମ.ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଛି ଓ ୨୭ତମ ଗୁରୁ କେଳୁଚରଣ ସମ୍ମାନ ପ୍ରଦାନ କରାଯାଇଛି । ଏ ବର୍ଷ ଜୀବନବ୍ଯାପୀ ଅବଦାନ ପାଇଁ ପ୍ରସିଦ୍ଧ ଥିଏଟର୍‌ ଓ ଫିଲ୍ମ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଏହି ସମ୍ମାନ ଦିଆଯାଇଛି । ସଙ୍ଗୀତ ଓ ନୃତ୍ୟ ପାଇଁ ଅନ୍ୟ ଦୁଇ ଜଣ କଳାକାରଙ୍କୁ ଯୁବ ପ୍ରତିଭା ସମ୍ମାନ ଦିଆଯାଇଛି ।

ବିନୋଦିନୀ ଦେବୀଙ୍କୁ ମାନପତ୍ର ସହ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିନୋଦିନୀ ଦେବୀ ନିଜ ଅଭିନୟ ପାଇଁ ବେଶ୍‌ ଜଣାଶୁଣା । ‘ପର ଝିଅ ଘର ଭାଙ୍ଗେନା’, ‘ମୁଁ ଏକା ତୁମର’, ‘ଅଗସ୍ତ୍ୟ’, ‘ସେ ଆପଣମାନଙ୍କ ଭିତରେ’ ଓ ‘ମାଟିର ମଣିଷ’ ପ୍ରମୁଖ ପ୍ରସିଦ୍ଧ ଫିଲ୍ମ ଓ ଅନେକ ଡ୍ରାମାରେ ସେ ନିଜ ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଏହି ସଦ୍ୟ ପୁରସ୍କାର ତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନୀରଜ ଚୋପ୍ରାଙ୍କ ଦ୍ୱାରା ପ୍ରଭାବିତ ହେଲେ ରାଖୀ ସାୱନ୍ତ; ରାସ୍ତା ଉପରେ ଜାଭେଲିନ୍ ଫିଙ୍ଗିଲେ

ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ଦୁଇ ଜଜଣ କଳାକାରଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୃତ୍ୟ ଶିଳ୍ପୀ ଆରୁଷୀ ମୁଦଗଲଙ୍କୁ ଓ ଓଡ଼ିଶୀ ସଂଗୀତ (ମର୍ଦ୍ଦଳ) ପାଇଁ ରାମଚନ୍ଦ୍ର ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ଦିଆଯାଇଛି । ଉଭୟଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ନୃତ୍ୟ ଶିଳ୍ପୀ ଆରୁଷୀ ମୁଦଗଲଙ୍କୁ ସମ୍ମାନିତ କରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।


ସମ୍ପୂର୍ଣ୍ଣ ଭାବେ କୋଭିଡ କଟକଣା ପାଳନ କରିବା ସହ ସାମାଜିକ ଦୂରତ୍ବ ରକ୍ଷା କରି ଏହି ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ କରାଯାଇଥିଲା । ମହାମାରୀ ଯୋଗୁଁ ଏହି ଉତ୍ସବକୁ ‘ସୃଜନ’ ପକ୍ଷରୁ ଫେସବୁକ୍‌ ଓ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ କରାଯାଇଥିଲା । ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୯ ତାରିଖରେ ଶେଷ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଶାଢ଼ୀ ଦରମେଲା ବ୍ଲାଉଜ୍ ପିନ୍ଧି ସେ ରାନ୍ଧଣା ଶିଖାନ୍ତି; ତାଙ୍କ ଚ୍ୟାନେଲ୍ ସୁପର୍-ହିଟ୍!

ସମାରୋହରେ ସନ୍ଧ୍ୟାର ପ୍ରଥମ ପଦାର୍ପଣ ଥିଲା ଗଣେଷ ବନ୍ଦନା ‘ବିନାୟକ ସ୍ମରଣେ’ । ନୃତ୍ୟ ମାଧ୍ୟମରେ ଗଜାନନଙ୍କ ପ୍ରତି ଭକ୍ତି ଅର୍ପଣ କରିଥିଲେ ନୃତ୍ୟଶିଳ୍ପୀମାନେ । ଏଥି ପାଇଁ ସଙ୍ଗୀତ ସଂଯୋଜନା କରିଥିଲେ ବିନୋଦ କୁମାର ପଣ୍ଡା । ସନ୍ଧ୍ୟାର ଦ୍ବିତୀୟ ଆକର୍ଷଣ ଥିଲା ପରମେଶ୍ବରୀ ପଲ୍ଲବୀ, ଯାହାର ନୃତ୍ୟ ସଂଯୋଜନା କରିଥିଲେ ନିଜେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁଅ ତଥା ‘ସୃଜନ’ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ରତିକାନ୍ତ ମହାପାତ୍ର ।

ସଙ୍ଗୀତଜ୍ଞ ରାମଚନ୍ଦ୍ର ବେହେରାଙ୍କୁ ସମ୍ମାନିତ କରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।


ତା’ ପରେ ବିଶିଷ୍ଟ କବି ରାଧାମୋହନ ଗଡ଼ନାୟକଙ୍କ ଦ୍ବାରା ଲିଖିତ ‘ମାଟି’ କବିତା ଉପରେ ଅତି ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ ନୃତ୍ୟଶିଳ୍ପୀମାନେ । ଏହାର କୋରିଓଗ୍ରାଫି କରିଥିଲେ ନିଜେ ଗୁରୁ ରତିକାନ୍ତ ମହାପାତ୍ର ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ ।

ଏହା ବି ପଢ଼ନ୍ତୁ | ‘‘ଚେୟାର୍ କାହାରି ବାପର ନୁହେଁ’’: ଲାଲୁଙ୍କ ବଡ଼ ପୁଅ ତେଜ୍ ନିଜ ଦଳର ରାଜ୍ୟ ମୁଖ୍ୟଙ୍କୁ ହିଟଲର୍ ବୋଲି କହିଲେ

ରାଜଶ୍ରୀ ପ୍ରହରାଜ, ରିତୁ ସେନଗୁପ୍ତା, ପ୍ରଜ୍ଞା, ରିୟଙ୍କା, ଐଶ୍ବର୍ୟା ସିଂହଦେଓ, ସିପ୍ରା ସ୍ବାଇଁ, ପ୍ରୀତିଶା ମହାପାତ୍ର, ରିବଧିତା ବରୁଆ ଓ ମାୟା କ୍ରିଷ୍ଣମୂର୍ତ୍ତି ପ୍ରମୁଖ ଉଦଯାପନୀ ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ ।
Published by: Anand S.T. Das
First published: September 9, 2021, 11:56 PM IST