- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ୱାଇ; ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବାଣିଜ୍ୟକର ବିଭାଗର ଏକ ମାମଲାକୁ ନେଇ ବମ୍ବେ ହାଇକୋର୍ଟ ଦ୍ବାରସ୍ତ ହୋଇଛନ୍ତି। ସେ ବିଭାଗଙ୍କ ନୋଟିସ୍କୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ସେଲସ୍ ଟ୍ୟାକ୍ସ ଡେପୁଟି କମିଶନର ଅନୁଷ୍କାଙ୍କୁ ଦୁଇଟି ନୋଟିସ୍ ଜାରି କରିଛନ୍ତି ଯାହା ବିରୋଧରେ ସେ ହାଇକୋର୍ଟକୁ ଯାଇଛନ୍ତି। ସୂଚନା ଅନୁଯାୟୀ ଏହି ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୨୬ ତାରିଖରେ ହେବ।
ବାଣିଜ୍ୟକର ବିଭାଗ ଅନୁଷ୍କା ଶର୍ମାଙ୍କୁ ୨୦୧୨-୧୩ ଓ ୨୦୧୩-୧୪ର ଶୁଳ୍କ ଆଦାୟ ଲାଗି ନୋଟିସ୍ ଜାରି କରିଥିଲେ। ତେବେ ଅନୁଷ୍କା ଶର୍ମା ଆବେଦନରେ ବାଣିଜ୍ୟକର ବିଭାଗଙ୍କ ଆଦେଶକୁ ରଦ୍ଦ କରିବା ପାଇଁ ଆଗ୍ରହ କରିଥିଲେ। ଅନୁଷ୍କାଙ୍କ ଆବେଦନକୁ କୋର୍ଟ ବିଚାର ଲାଗି ଗ୍ରହଣ କରିଛନ୍ତି। ଆବେଦନ ଉପରେ କୋର୍ଟ ଫେବୃଆରୀ ୬ ତାରିଖରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଶୁଳ୍କ ମାମଲାରେ କୋର୍ଟକୁ ଯିବାରେ ଅନୁଷ୍କାଙ୍କର ଏହା ପ୍ରଥମ ମାମଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।