News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) କୋରିଓଗ୍ରାଫର ଫରାହ ଖାନଙ୍କ ସହ ‘ହାପି ନ୍ୟୁୟ ଇୟର’ (Happy New Year) ଫିଲ୍ମରେ କାମ କରିଥିଲେ । ଏବେ ଦୁହିଁଙ୍କ ଯୋଡି ପୁଣି ଥରେ ଏକାଠି ଦେଖିବାକୁ ମିଳିବ । ବୁଧବାର ଅଭିନେତା ତାଙ୍କର ନୂଆ ମ୍ୟୁଜିକ ଭିଡିଓ 'ସାଥ କିଆ ନିଭାଓଗେ'ର (Saat Kiya Nibhaoge) ଫାଷ୍ଟ ଲୁକ ଦର୍ଶକଙ୍କ ପାଇଁ ଶେୟାର କରିଛନ୍ତି ।
ଏହି ଗୀତରେ ଫରାହ ଖାନ ନିର୍ଦ୍ଦେଶନା ଦେଇଥିବା ବେଳେ ସୋନୁ ସୁଦଙ୍କ ସହ ନଜର ଆସିବେ ଅଭିନେତ୍ରୀ ନିଧି ଆଗରୱାଲ (Nidhhi Agerwal) ।
ଅଭିନେତା ସୋନୁ ସୁଦ ଇନଷ୍ଟାଗ୍ରାମରେ 'ସାଥ କିଆ ନିଭାଓଗେ'ର ପ୍ରଥମ ଲୁକ୍ ଶେୟାର କରି ଏହାର ଟିଜରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପୋଷ୍ଟର ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ଚଳିତ ବର୍ଷର ଗୀତ ସାଥ କିଆ ନିଭାଓଗୋ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଟିଜର ଆସନ୍ତା ଅଗଷ୍ଟରେ ଆସୁଛି। ଆମ ସହିତ ରୁହନ୍ତୁ ।"
ଦେଶୀ ମ୍ୟୁଜିକ୍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଏହି ଗୀତ ପଞ୍ଜାବରେ ସୁଟିଂ କରାଯାଇଛି । ଏହି ଗୀତରେ ସୋନୁ ସୁଦ ଏକ ଚରିତ୍ରରେ ନଜର ଆସିବେ ଯିଏ ଜଣେ ଚାଷୀଙ୍କଠାରୁ ପୋଲିସ ଅଫିସର ସାଜୁଥିବାର ଦେଖାଯିବେ ।
୯୦ ଦଶକର ଲୋକପ୍ରିୟ ଗୀତ 'ସାଥ କିଆ ନିଭାଓଗୋ'ର ଏହା ରିମେକ ଗୀତ, ଯାହାକୁ ଅଲତାଫ ରାଜା ଗାଇଥିଲେ । ଏଥର ମଧ୍ୟ ଟନି କକ୍କରଙ୍କ ସହ ମିଶି ଅଲତାଫ ପୁଣିଥରେ ଏହି ଗୀତ ଗାଇଛନ୍ତି ।
ସୋନୁ ସୁଦ ବ୍ୟତୀତ ଫରାହ ଖାନ ଓ ନିଧି ଅଗ୍ରୱାଲ ମଧ୍ୟ ଏହାର ପୋଷ୍ଟର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଓ ଏହି ଗୀତର ଟିଜର ଆସନ୍ତା କାଲି ରିଲିଜ ହେବ ବୋଲି କହିଛନ୍ତି।
ସୋନୁ ସୁଦ ୧୯୯୧ରେ ଆସିଥିବା ତାମିଲ ଫିଲ୍ମ 'କାଲା ଜାଗର' ସହିତ ଅଭିନୟରେ ଡେବ୍ୟୁ କରିଥିଲେ । ଏହା ପରେ ଅନେକ ତେଲୁଗୁ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ୨୦୦୨ ମସିହାରେ ଫିଲ୍ମ 'ଶହୀଦ-ଏ-ଆଜମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏଯାବତ ସେ ଅନେକ ବଲିଉଡ୍ ଫିଲ୍ମରେ ଅଭିନୟ କରିସାରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।