ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଆଜି ଅପରାହ୍ନ ୨ଟାରେ ସିଦ୍ଧାର୍ଥଙ୍କ ହେବ ଅନ୍ତିମ ସଂସ୍କାର; ହସ୍ପିଟାଲରୁ ଘରକୁ ନିଆଯିବ ମୃତ ଦେହ

ଆଜି ଅପରାହ୍ନ ୨ଟାରେ ସିଦ୍ଧାର୍ଥଙ୍କ ହେବ ଅନ୍ତିମ ସଂସ୍କାର; ହସ୍ପିଟାଲରୁ ଘରକୁ ନିଆଯିବ ମୃତ ଦେହ

ସିଦ୍ଧାର୍ଥ ଶୁକ୍ଲାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଯାଇଛି । ଗୁରୁବାର ସିଦ୍ଧାର୍ଥଙ୍କ ଦେହାନ୍ତ ହୋଇଥିଲା । କୂପର୍ ହସ୍ପିଟାଲର ଡାକ୍ତରମାନେ ସିଦ୍ଧାର୍ଥଙ୍କୁ ଯାଞ୍ଚ କରି ପ୍ରାୟ ୧୦:୩୦ ସମୟରେ ତାଙ୍କ ମୃତ୍ୟୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହୋଇଥିବା ଘୋଷଣା କରିଥିଲେ।

ଆଜି ଅପରାହ୍ନ ୨ଟାରେ ସିଦ୍ଧାର୍ଥଙ୍କ ହେବ ଅନ୍ତିମ ସଂସ୍କାର; ହସ୍ପିଟାଲରୁ ଘରକୁ ନିଆଯିବ ମୃତ ଦେହ
ଆଜି ଅପରାହ୍ନ ୨ଟାରେ ସିଦ୍ଧାର୍ଥଙ୍କ ହେବ ଅନ୍ତିମ ସଂସ୍କାର
  • News18 Odia
  • Last Updated: September 3, 2021, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଟିଭିର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଗୁରୁବାର ସମସ୍ତଙ୍କ ଆଖିରେ ଲୁହ ଦେଇ ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ମାତ୍ର ୪୦ ବର୍ଷ ବୟସରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ ଦେହ ଆଜି କୂପର୍ ହସ୍ପିଟାଲରୁ ତାଙ୍କ ଘରକୁ ନିଆଯିବ । ଅଳ୍ପ ସମୟ ମଧ୍ୟରେ, ତାଙ୍କ ଶରୀର ଆମ୍ବୁଲାନ୍ସ ଯୋଗେ ତାଙ୍କ ଘରେ ପହଞ୍ଚିବ ଯେଉଁ ଠାରେ କିଛି ଅନ୍ତିମ କାର୍ଯ୍ୟ କରାଯିବ । ସୂଚନାନୁସାରେ, ସିଦ୍ଧାର୍ଥଙ୍କ ମୃତ ଦେହ ତାଙ୍କ ଘରେ ଶେଷ ରୀତିନୀତି ପାଇଁ ରଖାଯିବ ଓ ଶେଷ ରୀତିନୀତି ମୁମ୍ବାଇର ଓଶିୱାରା ଶ୍ମଶାନରେ ଆଜି ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ ।

ସିଦ୍ଧାର୍ଥ ଶୁକ୍ଲାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଯାଇଛି । ଗୁରୁବାର ସିଦ୍ଧାର୍ଥଙ୍କ ଦେହାନ୍ତ ହୋଇଥିଲା । କୂପର୍ ହସ୍ପିଟାଲର ଡାକ୍ତରମାନେ ସିଦ୍ଧାର୍ଥଙ୍କୁ ଯାଞ୍ଚ କରି ପ୍ରାୟ ୧୦:୩୦ ସମୟରେ ତାଙ୍କ ମୃତ୍ୟୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହୋଇଥିବା ଘୋଷଣା କରିଥିଲେ।

ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ହିଷ୍ଟୋପାଥୋଲୋଜି ଅଧ୍ୟୟନ ଓ ରାସାୟନିକ ବିଶ୍ଳେଷଣର ରିପୋର୍ଟ ପରେ ହିଁ ଅଭିନେତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥଙ୍କ ଶରୀରରେ ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ଆଘାତର କୌଣସି ଚିହ୍ନ ମଧ୍ୟ ନାହିଁ।

ରାସାୟନିକ ବିଶ୍ଳେଷକ ଅର୍ଥାତ୍ ଏହି ଅନୁସନ୍ଧାନ ସିଦ୍ଧାର୍ଥଙ୍କ ଶରୀରରେ ବିଷ ଅଛି କି ନାହିଁ ତାହା ସ୍ପଷ୍ଟ କରିବ । ଏହା ସହିତ ତାଙ୍କର କୌଣସି ରୋଗ ଥିଲା କି ନାହିଁ ଜଣାପଡ଼ିବ । ଗୁରୁବାର ଦିନ ସିଦ୍ଧାର୍ଥ ଶୁକ୍ଲାଙ୍କୁ ତାଙ୍କ ପରିବାର ଡାକ୍ତରଙ୍କ ପରାମର୍ଶ କ୍ରମେ ମୁମ୍ବାଇର କୂପର୍ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଗୁରୁବାର ସିଦ୍ଧାର୍ଥଙ୍କ ମୃତ ଦେହ ପୋଷ୍ଟମର୍ଟମ ହୋଇଥିଲା, ଯାହାର ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିସାରିଛି ।

ସିଦ୍ଧାର୍ଥଙ୍କ ମା' ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ରାତି ପର୍ଯ୍ୟନ୍ତ ସିଦ୍ଧାର୍ଥ ସମ୍ପୂର୍ଣ୍ଣ ଭଲ ଥିଲା । ରାତ୍ରୀ ଭୋଜନ ପରେ ସେ ଶୋଇବାକୁ ଗଲେ କିନ୍ତୁ ସକାଳେ ସେ ଆଉ ଉଠିଲେ ନାହିଁ । ପୂର୍ବରୁ ଅଭିନେତାଙ୍କ ପରିବାର ଏହା ସ୍ପଷ୍ଟ କରିଥଲେ ଯେ ସିଦ୍ଧାର୍ଥ କୌଣସି ପ୍ରକାରର ମାନସିକ ଚାପରେ ମଧ୍ୟ ନଥିଲେ।
Published by: Lipina Das
First published: September 3, 2021, 1:18 PM IST