ୱେବ୍ ସିରିଜ୍ କ୍ୟାଟରେ ନଜର ଆସିବେ ରଣଦୀପ ହୁଡା
- News18 Odia
- Last Updated :
- New Delhi, India
News 18 Odia Digital
ଅଭିନେତା ରଣଦୀପ ହୁଡ୍ଡାଙ୍କ ୱେବ ସିରିଜ ‘କ୍ୟାଟ୍’ ଆଜି ମୁକ୍ତିଲାଭ କରୁଛି। ଏନେଇ ଅଭିନେତା ସେୟାର କରିଛନ୍ତି ଯେ ସେ ଶିଖ ଧର୍ମର ଧାର୍ମିକ ଗୁରୁ ଗ୍ରନ୍ଥ ସାହେବଙ୍କ ନିକଟରେ କ୍ଷମା ମାଗିଛନ୍ତି । ଏହା ପଛର କାରଣ ମଧ୍ୟ କହିଛନ୍ତି କି ଫିଲ୍ମ ‘ବ୍ୟାଟେଲ୍ ଅଫ୍ ସାରାଗଢୀ’ରିଲିଜ ହେବା ପୂର୍ବରୁ କେଶ ଓ ଦାଢୀ ନକାଟିବାର ପ୍ରତିଶୃତି ପୂରା କରିପାରି ନଥିଲେ। ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ଅଟକି ରହିଛି।
ଅକ୍ଷୟ କୁମାରଙ୍କ ଫିଲ୍ମ “କେସରୀ” ୧୮୯୭ ମସିହାରେ ବ୍ରିଟିଶ ରାଜ ଏବଂ ଆଫଗାନିସ୍ତାନ ଆଦିବାସୀମାନଙ୍କ ମଧ୍ୟରେ ତିରାହ ଅଭିଯାନ ପୂର୍ବରୁ ଲଢେଇ ହୋଇଥିବା କାହାଣୀ ଉପରେ ଆଧାରିତ ହୋଇଥିଲା। ଏହା ସହିତ ରଣଦୀପ ଏହି ଫିଲ୍ମ ପାଇଁ କୃତଜ୍ଞତା ଜଣାଇଥିଲେ। ଯାହା ତାଙ୍କୁ ଶିଖ ଏବଂ ଶିଖ୍ ଧର୍ମକୁ ଅତି ନିକଟତର ଭାବେ ବୁଝିବାରେ ସାହାଯ୍ୟ କରିଥିଲା, କିନ୍ତୁ ଏହି ଚଳଚ୍ଚିତ୍ରଟି ବାସ୍ତବ ରୂପ ନ ଥିବାରୁ ଅଭିନେତାକୁ ଅନିଚ୍ଛାକୃତ ଭାବେ ଆଗକୁ ବଢିବାକୁ ପଡ଼ିଥିଲା।
ଅଭିନେତା କହିଛନ୍ତି, “ମୁଁ ବହୁତ ଖୁସି ଯେ ମୁଁ ଏପରି ଚମତ୍କାର ଅଭିନୟ ପାଇଛି, ଯାହାଙ୍କ ସହ ମୁଁ କାମ କରିବାର ସୁଯୋଗ ପାଇଲି। ମୁଁ ଅନ୍ୟ କିଛି ପାଇଁ ପ୍ରସ୍ତୁତ ହେଉଥିଲି, ତିନି ବର୍ଷ ଅନ୍ୟ କୌଣସି କାମ କରିନଥିଲି। ମୁଁ ସେଭ୍ କରିନଥିଲି। ମନ୍ଦିରରେ ଯାଇ ପ୍ରତଜ୍ଞା କରିଥିଲି ଯେ ମୁଁ ଯେପର୍ଯ୍ୟନ୍ତ ଏହି ଫିଲ୍ମ ପୂରା ନ କରିଛି ସେ ଯାଏଁ ଚୁଟି କାଟିବି ନାହିଁ। ହେଲେ “ମୋତେ ଜୀବନରେ ଆଗକୁ ବଢିବାକୁ ପଡିବ ଏବଂ ଏଥିପାଇଁ ମୁଁ ଏହି ଚଳଚ୍ଚିତ୍ରକୁ ନା କହିବାକୁ ଚେଷ୍ଟା କଲି, କିନ୍ତୁ ତା’ପରେ ମୁଁ ବହୁତ ଭାବିଲି ତାପରେ ମୁଁ ଗୁରୁଦ୍ୱାରକୁ ଗଲି ଏବଂ ସେଠାରେ କ୍ଷମା ମାଗିଲି।’’
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।