ଏମିତି କାହିଁକି ଥିଲା ରାଇମୋହନଙ୍କ ହ୍ୱାଟସଆପ୍ ଷ୍ଟାଟସ୍ ?
NEWS 18 ODIA DIGITAL
ଭୁବନେଶ୍ୱର : ଓଡ଼ିଆ ସିନେମା ତଥା ଯାତ୍ରାର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିବା ପଛର କାରଣ କଣ ? ବ୍ୟକ୍ତିଗତ ସମସ୍ୟା ନା ବୃତ୍ତିଗତ ସମସ୍ୟା ତାହା ତ ପୋଲିସର ତଦନ୍ତ ପରେ ଜଣା ପଡ଼ିବ କିନ୍ତୁ ରାଇମୋହନ ନିଜେ ବ୍ୟବହାର କରୁଥିବା ମୋବାଇଲର ହ୍ୱାଟସଆପରେ ଷ୍ଟାଟସ ରହିଛି
'koun kish ke sath kitna sacha hey waqt sab ki asliyat dikha deta hai '
ଅର୍ଥାତ 'କିଏ କାହା ସହିତ କେତେ ସଚ୍ଚୋଟ ତାହାର ସତ୍ୟାସତ୍ୟ ସମୟ ଦେଖାଇଦିଏ ' ହ୍ୱାଟସଆପରେ ଏପରି ଷ୍ଟାଟସ୍ ରଖିବାର କାରଣ କଣ ? ବ୍ୟକ୍ତିଗତ କିମ୍ବା ବୃତ୍ତିଗତ ଭାବେ ରାଇମୋହନଙ୍କ ସହ କେହି ଛଳନା କରିନାହିଁ ତ ? ତାହା କିପରି ସମସ୍ୟା ଯାହାର ସମାଧାନର ରାସ୍ତା ସ୍ୱରୁପ ରାଇମୋହନ ଆତ୍ମହତ୍ୟାକୁ ବାଛିଲେ ?
ସମସ୍ତଙ୍କର ଅତି ପ୍ରିୟ ତଥା ଜୀବନକୁ ଭଲ ଭାବରେ ବୁଝିଥିବା ମଣିଷଟିଏ ଆତ୍ମହତ୍ୟାର ରାସ୍ତାକୁ ଆପଣାଇବ କାହିଁକି ? ଏ ପ୍ରଶ୍ନ ଆଜି ରାଇମୋହନଙ୍କ ଫ୍ୟାନଙ୍କ ମନରେ । ତେବେ ସଠିକ ତଦନ୍ତ ହିଁ ଏହାର ସତ୍ୟାସତ୍ୟ ସାମ୍ନାକୁ ଆଣିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।