ରବି ମିଶ୍ର (ଫଟୋ ସୌଜନ୍ଯ: ନ୍ଯୁଜ 18 ୟୁଟ୍ଯୁବ)
News18 Odia Digital
ପ୍ରଥମେ ଷ୍ଟାର ଦମ୍ପତିଙ୍କ ବିବାଦ ଆଉ ଏବେ ଆପୋଷ ସମାଧାନ। ବାବୁସାନ ଓ ତୃପ୍ତିଙ୍କ ମଧ୍ୟରେ ସବୁକିଛି ଠିକ ହୋଇଯାଉ ବୋଲି ଅନେକ ମତ ଦେଉଛନ୍ତି। ଏହାରି ମଧ୍ୟରେ ଅଭିନେତା ରବି ମିଶ୍ର ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଘରକୁ ଯାଇଥିବା ସୂଚନା ମିଳିଛି। ତୃପ୍ତିଙ୍କ ସହ ପ୍ରାୟ ଏକ ଘଣ୍ଟା କଥା ହୋଇଛନ୍ତି ରବି ମିଶ୍ର। ବାବୁସାନ ଚେନ୍ନାଇରୁ ଫେରିବା ସମୟରେ ତାଙ୍କ ସହ ରବି ମିଶ୍ର ମଧ୍ୟ ନଜର ଆସିଥିଲେ।
ପତ୍ନୀଙ୍କ ସହ ସବୁକିଛି ଠିକ ହୋଇଯିବା ନେଇ ବାବୁସାନ ରବି ମିଶ୍ରଙ୍କୁ ତୃପ୍ତିଙ୍କ ଘରକୁ ପଠାଇଥିଲେ ବୋଲି ଖବର ଆସୁଛି। ପ୍ରାୟ ଏକଘଣ୍ଟା ଧରି ତୃପ୍ତି ଓ ତାଙ୍କ ପରିବାର ସହ ଆଲୋଚନା କରିଥିଲେ ରବି। ରବି ମିଶ୍ର ତାଙ୍କ ପ୍ରତିକ୍ରିୟା କହିଛନ୍ତି ଖୁବ ସିଂ ସମସ୍ୟାର ସମାଧାନ ହେବ। ଚେଷ୍ଟା ଜାରି ରହିଛି। ଓଡ଼ିଶାବାସୀଙ୍କ ଆର୍ଶୀବାଦ ଅଛି। ଜୟ ଜଗନ୍ନାଥ।
ରବି ମିଶ୍ର ବାବୁସାନଙ୍କ ପରିବାର ଜଣେ ସଦସ୍ୟ। ତାଙ୍କର ତୃପ୍ତି ଓ ତାଙ୍କ ପରିବାର ସହ ଭଲ ସମ୍ପର୍କ ରହିଛି। ରବି ମିଶ୍ର ଓ ଜଣେ ବ୍ୟକ୍ତି ତୃପ୍ତିଙ୍କ ଘରକୁ ଆସି ତାଙ୍କ ବାପା ଓ ଅନ୍ୟ ସଦସ୍ୟଙ୍କ ସହ କଥା ହୋଇଛନ୍ତି। ପରବର୍ତ୍ତୀ ସମୟରେ ବାବୁସାନ ଶ୍ୱଶୁର ଘରକୁ ଆସିପାରନ୍ତି ବୋଲି କୁହାଯାଉଛି।
ବାବୁସାନଙ୍କ ବିରୋଧରେ ପତ୍ନୀ ୪୯୮ (ଅ) ମାମଲା ରୁଜୁ କରିଥିଲେ। ଗିରଫଦାରୀକୁ ଭୟ କରି ବାବୁସାନ ବୁଧବାର ଦିନ ହାଇକୋର୍ଟରେ ଜାମିନ ପାଇଁ ଦ୍ୱାରସ୍ଥ ହୋଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।