ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଆଉ ଥରେ ବାହା ହେଲେ ଅଭିନେତା ପ୍ରକାଶ ରାଜ; ସୋସିଆଲ ମିଡ଼ିଆରେ ବିବାହ ଫଟୋ ଭାଇରାଲ

ଆଉ ଥରେ ବାହା ହେଲେ ଅଭିନେତା ପ୍ରକାଶ ରାଜ; ସୋସିଆଲ ମିଡ଼ିଆରେ ବିବାହ ଫଟୋ ଭାଇରାଲ

ଅଭିନେତା ପ୍ରକାଶ ରାଜ ଆଉ ଥରେ ବିବାହ କରିଛନ୍ତି । ସେ ଦ୍ୱିତୀୟ ଥର ପାଇଁ ତାଙ୍କ ପତ୍ନୀ ପୋନି ଶର୍ମାଙ୍କୁ ବିବାହ କରିଛନ୍ତି । ପ୍ରକାଶ ରାଜ ୧୧ ବର୍ଷ ପୂର୍ବେ ପୋନୀ ବର୍ମାଙ୍କୁ ବିବାହ କରିଥିଲେ।

ଆଉ ଥରେ ବାହା ହେଲେ ଅଭିନେତା ପ୍ରକାଶ ରାଜ; ସୋସିଆଲ ମିଡ଼ିଆରେ ବିବାହ ଫଟୋ ଭାଇରାଲ
ଆଉ ଥରେ ବାହା ହେଲେ ଅଭିନେତା ପ୍ରକାଶ ରାଜ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 25, 2021, 1:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ଆଉ ଥରେ ବାହାହେଲେ ବଲିଉଡ ତଥା ଟଲିଉଡ ଅଭିନେତା ପ୍ରକାଶ ରାଜ। ସିଙ୍ଘମ, ୱାଣ୍ଟେଡ ଭଳି ସିନେମାରେ ନିଜ ଭୂମିକାରେ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ରାଜ କରୁଥିବା ପ୍ରକାଶ ରାଜ ୧୧ ବର୍ଷ ପୂର୍ବେ ପୋନୀ ବର୍ମାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ୫୬ ବର୍ଷରେ ସେ ଆଉଥରେ ବାହା ହୋଇଛନ୍ତି। କିନ୍ତୁ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବାର ସେମିତି କାରଣ ନାହିଁ। କାରଣ ସେ ଆଉ କାହାକୁ ବିବାହ କରି ନାହାନ୍ତି। ପ୍ରକାଶ ରାଜ ନିଜ ପତ୍ନୀଙ୍କୁ ହିଁ ଆଉଥରେ ବାହା ହୋଇଛନ୍ତି। ସେ ନିଜ ବିବାହର ୧୧ତମ ବାର୍ଷିକୀରେ ଏକ ବିଶେଷ ଢଙ୍ଗରେ ଏହାକୁ ମନେଇଛନ୍ତି। ପ୍ରକାଶ ତାଙ୍କ ପିଲାମାନଙ୍କ ସାମ୍ନାରେ ପତ୍ନୀ ପୋନୀ ବର୍ମାଙ୍କୁ ପୁନର୍ବାର ବିବାହ କରିଛନ୍ତି। ଏହି ବିବାହର କାରଣ ହିଁ ତାଙ୍କ ପିଲାମାନେ ହିଁ ଥିଲେ ଓ ସେ ଏ ବିଷୟରେ ଲେଖି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।

ପ୍ରକାଶ ରାଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରି କହିଛନ୍ତି ଯେ ସେ ଦ୍ୱିତୀୟ ଥର ତାଙ୍କ ପତ୍ନୀ ପୋନୀ ବର୍ମାଙ୍କୁ ବିବାହ କରିଛନ୍ତି। କାରଣ ତାଙ୍କ ପୁଅ ବେଦାନ୍ତ ସେମାନଙ୍କ ବିବାହ ଆଉଥରେ ହେବା ଦେଖିବାକୁ ଚାହୁଥିଲା। ପାରିପାରିକ ମୁହୂର୍ତ୍ତରେ, ଫଟୋରେ ପ୍ରକାଶ ରାଜ ପତ୍ନୀ ଓ ପିଲାମାନଙ୍କ ସହ ନଜର ଆସିଛନ୍ତି। ଗୋଟିଏ ଫଟୋରେ ଏହି ଅଭିନେତା ତାଙ୍କ ପତ୍ନୀଙ୍କୁ କିସ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

ସୂଚନା ମୁତାବକ, ମଙ୍ଗଳବାର ପ୍ରକାଶ ରାଜ ଓ ପୋନୀ ବର୍ମାଙ୍କ ବିବାହ ବାର୍ଷିକୀ ଥିଲା। ପ୍ରକାଶ ଏହାକୁ ପାଳନ କରିବା ସହ ତାଙ୍କ ପତ୍ନୀଙ୍କ ବିଷୟରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଛନ୍ତି ଯେ “ଏ ମୋ ପାଇଁ କେତେ ଠିକ ଥିଲେ, ମୋର ଜଣେ ଭଲ ସାଥୀ ହେବା ନେଇ, ଜଣେ ପ୍ରେମିକା ଓ ଜଣେ ଭଲ ସହ-ଯାତ୍ରୀ ହୋଇଥିବାରୁ ମୋ ପତ୍ନୀଙ୍କୁ ଧନ୍ୟବାଦ।”
Published by: Soumya Das
First published: August 25, 2021, 1:32 PM IST