‘Radhe Shyam’ର ନୂଆ ରିଲିଜ ତାରିଖ ଘୋଷଣା; ପୂଜା ହେଗଡ଼େଙ୍କ ସହ ରୋମାନ୍ସ କରିବେ ପ୍ରଭାସ

ଆସନ୍ତା ବର୍ଷ ଜାନୁଆରୀ ୧୪ରେ ରିଲିଜ ହେବାକୁ ଯାଉଛି ବାହୁବଳୀ ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ ଶ୍ୟାମ’ । ସୋସିଆଲ ମିଡ଼ିଆରେ ପୋଷ୍ଟର ଶେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଲେ ଅଭିନେତା ।

‘ରାଧେ ଶ୍ୟାମ’ ଫିଲ୍ମର ନୂଆ ପୋଷ୍ଟର ରିଲିଜ

‘ରାଧେ ଶ୍ୟାମ’ ଫିଲ୍ମର ନୂଆ ପୋଷ୍ଟର ରିଲିଜ

  • Share this:
News18 Odia Digital

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ଇତିମଧ୍ୟରେ ଫିଲ୍ମର ନୂଆ ପୋଷ୍ଟର ଜାରି କରି ରିଲିଜ ତାରିଖ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା, ଯାହା ଜାଣିବାକୁ ଅନାଇ ବସିଥିଲେ ସମସ୍ତେ ।

ଅଭିନେତା ପ୍ରଭାସ ମଧ୍ୟ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କ ପାଇଁ ଏହି ପୋଷ୍ଟର ସେୟାର କରିଛନ୍ତି । ପୂର୍ବରୁ ଜୁଲାଇ ୩୦ ଅର୍ଥାତ୍ ଆଜି ଫିଲ୍ମ ବିଶ୍ବ ସ୍ତରରେ ରିଲିଜ ହୋଇଥାଆନ୍ତା ହେଲେ କରୋନା ଭୟ ପାଇଁ ମେକର୍ସ ଏହା ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି ।

ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ରାଧେ ଶ୍ୟାମ’ ଫିଲ୍ମର ନୂଆ ପୋଷ୍ଟର ଶେୟାର କରିଛନ୍ତି । ଏହି ନୂଆ ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଫ୍ୟାନ୍ସଙ୍କୁ ଦିୱାନା କରିଛି  । ଏହି ପୋଷ୍ଟରେ ସେ ୟୁରୋପର ରାସ୍ତାରେ ବୁଲୁଥିବାର ନଜର ଆସୁଛନ୍ତି। ଫିଲ୍ମର ରିଲିଜ ତାରିଖ ପୋଷ୍ଟରରେ ଦିଆଯାଇଛି  । ଆସନ୍ତା ବର୍ଷ ଜାନୁଆରୀ ୧୪ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ନିର୍ମାତା । ଅର୍ଥାତ୍ ମାକର ସଂକ୍ରାନ୍ତି ଓ ପୋଙ୍ଗଲ ଅବସରରେ  ଫିଲ୍ମ ରିଲିଜ କରାଯିବ  ।

ପ୍ରଭାସ ଇନଷ୍ଟାଗ୍ରାମ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘‘ଏବେ ମୁଁ ଅପେକ୍ଷା କରିପାରୁନି ଯେ ଆପଣ ରୋମାଣ୍ଟିକ ଫିଲ୍ମ ରାଧେ ଶ୍ୟାମ ଦେଖିବାକୁ ନେଇ । ଫିଲ୍ମର ନୂଆ ରିଲିଜ ତାରିଖ ୨୦୨୨ ଜାନୁଆରୀ ୧୪ ।’’








View this post on Instagram






A post shared by Prabhas (@actorprabhas)






ଏହା ଏକ ବହୁଭାଷୀ ଫିଲ୍ମ, ଯାହା ହିନ୍ଦୀ ବ୍ୟତୀତ ଇଂରାଜୀ ଓ ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରାଧା କ୍ରିଷ୍ଣା କୁମାର, ଏହାର ନିର୍ମାତା ଭାମସି କ୍ରଷ୍ଣା ରେଡ୍ଡୀ, ପ୍ରମୋଦ ଉପ୍ପାଲପତି ଓ ଭୂଷଣ କୁମାର । ଏହା ହେଉଛି ପ୍ରଭାସଙ୍କ କ୍ୟାରିୟରର ୨୦ତମ ଫିଲ୍ମ, ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିବେ ସୁନ୍ଦରୀ ଅଭିନେତ୍ରୀ ପୂଜା ହେଗଡ଼େ ।
Published by:Lipina Das
First published: