ନିଜ ସ୍ୱାସ୍ଥ୍ଯବସ୍ଥାକୁ ନେଇ ମୁହଁ ଖୋଲିଲେ ଅଭିନେତା ପିଣ୍ଟୁ ନନ୍ଦ; କହିଲେ ରାତି ୨ରୁ...

ଅଭିନେତା ଲିଭର୍ ସିରୋସିସ ରୋଗରେ ପୀଡିତ। ହସ୍ପିଟାଲ ଆଡ଼ମିଟ ଥିବା ଅବସ୍ଥାରେ ନିଜ ସ୍ୱାସ୍ଥ୍ଯବସ୍ଥା ବାବଦରେ ମୁହଁ ଖୋଲିଛନ୍ତି ନିଜେ ପିଣ୍ଟୁ ନନ୍ଦ ।

ଅଭିନେତା ପିଣ୍ଟୁ ନନ୍ଦ

ଅଭିନେତା ପିଣ୍ଟୁ ନନ୍ଦ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pintu Nanda Health Condition: ଓଡିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯବସ୍ଥା ଏବେ ସଙ୍କଟାପନ୍ନ । ସେ ବର୍ତ୍ତମାନ ଲିଭର୍ ସିରୋସିସ ରୋଗରେ ପୀଡିତ ଅଛନ୍ତି। ଯେଉଁଥି ପାଇଁ ତୁରନ୍ତ ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ଯକ । ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ଡ଼ାକ୍ତର ମାନେ ପରାମର୍ଶ ଦେଇଛନ୍ତି  । ବର୍ତ୍ତମାନ ନିଜ ସ୍ୱାସ୍ଥ୍ଯବସ୍ଥା ବାବଦରେ ମୁହଁ ଖୋଲିଛନ୍ତି ନିଜେ ପିଣ୍ଟୁ ନନ୍ଦ ।

Pintu Nanda: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ


ଏକ ଘରୋଇ ଚ୍ଯାନେଲକୁ ସୂଚନା ଦେଇ ଅଭିନେତା କହିଛନ୍ତି ଯେ ସେ ବର୍ତ୍ତମାନ କିମ୍ସରେ ଆଡମିଟ ଅଛନ୍ତି। ଗତ କାଲି ରାତି ୨ଟା ପରଠୁ ସ୍ୱାସ୍ଥ୍ଯବସ୍ଥା ବିଗିଡ଼ିବାରୁ ସେ କିମ୍ସରେ ଆଡମିଶନ ହୋଇଥିଲେ । ଦିଲ୍ଲୀରେ ଯେଉଁ ଡାକ୍ତର ଅଭିନେତାଙ୍କ ଚିକିତ୍ସା କରିଥାନ୍ତେ ତାଙ୍କୁ କିମ୍ସ ଆଣିବାର ବ୍ଯବସ୍ଥା କରାଯାଉଛି ବୋଲି ପିଣ୍ଟୁ ନିଜେ ସୂଚନା ଦେଇଛନ୍ତି ।

ଅଭିନେତା ପିଣ୍ଟୁ ନନ୍ଦଙ୍କୁ ବଢାନ୍ତୁ ସାହାଯ୍ୟର ହାତ; ଚିକିତ୍ସା ପାଇଁ ଆବଶ୍ୟକ ୫୦ଲକ୍ଷ


ଅନ୍ଯପଟେ ପିଣ୍ଟୁ ଖବର ପାଇବା ପରେ ଓଲିଉଡ କଳାକାରଙ୍କ ସମେତ ପିଣ୍ଟୁ ନନ୍ଦଙ୍କ ଫ୍ୟାନ୍ ଖୁବ ବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି । ଓଲିଉଡର କଳାକାରମାନେ ନିଜ ସାଥୀଙ୍କ ବିପଦ ସମୟରେ ଛିଡା ହେବା ସହ ଅଭିନେତା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପାଖାପାଖି ୫୦ଲକ୍ଷ ଟଙ୍କା କିପରି ସଂଗ୍ରହ କରାଯିବ ସେନେଇ ଆଲୋଚନା କରୁଛନ୍ତି । ସବୁ କଳାକାରଙ୍କ ସମେତ ଓଡ଼ିଶାର ଜନସାଧାରଣ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଓଲିଉଡ କଳାକାର ମତ ଦେଇଛନ୍ତି । ଏଥିସହ କିଛି କଳାକାର କହିଛନ୍ତି ଆପଣ ଭଗବାନଙ୍କ ନିକଟରେ ପିଣ୍ଟୁଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା ଏବଂ ସକ୍ଷମ ଅନୁସାରେ ସାହାଯ୍ୟ କଲେ ଆପଣଙ୍କ ପ୍ରିୟ ଅଭିନେତା ଖୁବଶୀଘ୍ର ସୁସ୍ଥ ହୋଇ ପୁଣି ଆପଣଙ୍କ ପାଇଁ ଅଭିନୟର ଯାତ୍ରା ଆରମ୍ଭ କରିବେ ।
Published by:Soumya Das
First published: