News 18 Odia Digital
ଭୁବନେଶ୍ୱର; ଅଭିନେତା /ଅଭିନେତ୍ରୀ କେବେ ବି ସମାଜର ରୋଲ ମଡେଲ ନୁହଁନ୍ତି : ଅଭିନେତା ମନୋଜ ମିଶ୍ର । ଅଭିନୟ କରିବା ତାଙ୍କର ପ୍ୟାସନ୍ କିମ୍ବା ରୋଜଗାରର ମାଧ୍ୟମ ହେଇପାରେ । ତାଙ୍କୁ ନେଇକି ମିଡିଆ ଭାଇ ଓ ୟୁଟ୍ୟୁବର ଭାଇ ମାନେ ଦୟାକରି ଏତେ ସିରିୟସ ହୁଅନ୍ତୁ ନାହିଁ । ତାଙ୍କ ପ୍ରଫେସନାଲ କାମକୁ ସମାଲୋଚନା କରନ୍ତୁ । ଓଡ଼ିଆ ସିନେମା କାହିଁକି ରାଷ୍ଟ୍ରୀୟ ସ୍ତରରେ ପହଞ୍ଚି ପାରୁନି ସେ ବିଷୟରେ ପଚାରି ପଚାରି ବ୍ୟସ୍ତ କରି ଦିଅନ୍ତୁ । ହେଲେ ତାଙ୍କ ଘରର ସମସ୍ୟାକୁ ତାଙ୍କ ଘର ଲୋକଙ୍କୁ ସମାଧାନ କରିବାକୁ ଦିଅନ୍ତୁ । Plz leave them alone
ଓଲିଉଡ଼ ହିରୋ ବାବୁସାନଙ୍କ ପାରିବାରିକ ବିବାଦ ପ୍ରସଙ୍ଗ ।ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡ଼ିଆ ମାଧ୍ୟମରେ ଏକ ଭିଡିଓ ଜାରି କରି ପ୍ରତିକ୍ରିୟା ରଖିଛନ୍ତି । ଆଜି ସକାଳୁ ଅନ୍ୟ ରାଜ୍ୟର ଜଣେ ବନ୍ଧୁ ଏକ ପେପର ପଠାଇ ମତେ ବିବାଦ ସମ୍ପର୍କରେ ପଚାରିଲେ । ତମର ସେପଟେ ଓଡ଼ିଆ ଫିଲ୍ମରେ ବି ଏମିତି ହେଉଛି କି ? ଯାହା ଶୁଣି ମତେ ବହୁତ କଷ୍ଟ ହେଲା । ଆମ ସିନେମାର ନ୍ୟୁଜ ପହଞ୍ଚିନି କିନ୍ତୁ , ଆମ ବ୍ୟକ୍ତିଗତ ନ୍ୟୁଜ୍ ପହଞ୍ଚି ଯାଇଛି । ମିଡିଆ ଭାଇ ଭଉଣୀ ଏବଂ ୟୁଟ୍ୟୁବର ସମସ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି, ଯାହା ହୋଇଛି, ତାକୁ ସେମାନେ ନିଜ ଭିତରେ ସମାଧାନ କରିବେ । କିନ୍ତୁ ସେ ଭିତରୁ ଯିଏ ଜଣେ ଅଛନ୍ତି ଆମ ଓଡ଼ିଆ ସିନେମାର ବହୁତ ବଡ଼ ଟ୍ୟାଲେଣ୍ଟ , ବାବୁସାନ । ତାଙ୍କର ନିକଟରେ ଗୋଟେ ଟ୍ରେଲର ଆସିଥିଲା ଦମନ , ମୁଁ ଭାବୁଥିଲି ଏହି ସିନେମାଠୁ ଆମ ଓଡ଼ିଆ ସିନେମା ପୁଣି ଆରମ୍ଭ ହେବ ବୋଲି, ଏବେବି ଭାବୁଛି। ପ୍ଲିଜ୍ ଆପଣମାନେ ଏବେ ତାଙ୍କୁ ତାଙ୍କ ସ୍ଥାନରେ ଛାଡ଼ି ଦିଅନ୍ତୁ ।
ଏହି ତିନିଦିନ ତଳେ ଜାତୀୟ ପୁରସ୍କାର ଘୋଷଣା ହେଲା କିନ୍ତୁ କୌଣସି ମିଡିଆରେ କେହି ପ୍ରଶ୍ନ କଲେ ନାହିଁ କି , ଆମ ଓଡ଼ିଆ ସିନେମା କାହିଁକି ବେଷ୍ଟ ସିନେମା ଆୱାର୍ଡ଼ ପାଇ ନାହିଁ ବୋଲି। ମତେ ସେଦିନ ବହୁତ କଷ୍ଟ ହୋଇଥିଲା। ଆମେ ଯାହା ପ୍ରଶ୍ନ କରିବୁ ତାହା ଆମ ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖରେ ପହଞ୍ଚି ପାରିବ। ଦୟାକରି ଆମକୁ ଆମ ସିନେମା ପାଇଁ ସପୋର୍ଟ କରନ୍ତୁ। ଅପଙ୍କର ସପୋର୍ଟ ଆମକୁ ବହୁତ ଦରକାର ।
ବାବୁସାନଙ୍କର ନ୍ୟାସନାଲ ଲେବଲ ର ଟ୍ୟାଲେଣ୍ଟ ଅଛି । ଡିପ୍ରେଶନକୁ ସେ ଯେମିତି ନ ଯାଆନ୍ତୁ, ମତେ ବହୁତ ଡର ଲାଗୁଛି । ବାବୁସାନଙ୍କ ଫିଲ୍ମ ଦମନକୁ ସପୋର୍ଟ କରନ୍ତୁ । ଅତିସୁନ୍ଦର ଟ୍ରେଲର ହେଇଛି । ଗୀତ ଦେଖି ମୋ ଆଖିରେ କାନ୍ଦ ଆସିଗଲା । ଯାହା ହୋଇଛି ତାହା ତାଙ୍କ ବ୍ୟକ୍ତିଗତ କଥା, ଦୟାକରି ଆମ ସିନେମାକୁ ସେତିକି ଟିକେ ସପୋର୍ଟ କରନ୍ତୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।