ବାବୁସାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି କହିଲେ ଅଭିନେତା ଜ୍ୟୋତି ରଞ୍ଜନ

ବାବୁସାନଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତା ଜ୍ୟୋତି ରଞ୍ଜନ ନାୟକ। ବାବୁ ଭାଇଙ୍କ ସମସ୍ୟା ଖୁବ ଶୀଘ୍ର ସମାଧାନ ହେବ ବୋଲି ଜ୍ୟୋତି କହିଛନ୍ତି ।

ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଲେ ଜ୍ୟୋତି (ପ୍ରତୀକାତ୍ମକ ଛବି)

ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଲେ ଜ୍ୟୋତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଜି ଓଲିଉଡ଼ ହିରୋ ବାବୁସାନଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତା ଜ୍ୟୋତି ରଞ୍ଜନ ନାୟକ। ଭାଇ ମୋ ଘର ପଡ଼ୋଶୀ। ତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଜ୍ୟୋତି।

ଶୁଭକାମନା ଜଣାଇ ଜ୍ୟୋତି କହିଛନ୍ତି ବାବୁ ଭାଇଙ୍କ ସମସ୍ୟା ଖୁବ ଶୀଘ୍ର ସମାଧାନ ହେବ। ପରିବାର ସମସ୍ୟା ଥିଲା। ସମାଧାନ ହୋଇଯିବ। ଭାଉଜ ମଧ୍ୟ ଖୁବ ଶୀଘ୍ର ଘରକୁ ଫେରି ଆସିବେ ବୋଲି ଆଶା ରହିଛି।

ଓଲିଉଡକୁ ରୋମାଣ୍ଟିକ, ଦୁଃଖ, ଆକ୍ସନ, କମେଡ଼ି ସିନେମା ଭେଟି ଦେଇଥିବା ବାବୁସାନ ଓରଫ ତନ୍ମୟ ମହାନ୍ତି ଆଜି ୩୩ ବର୍ଷରେ ପାଦ ଦେଇଛନ୍ତି। ପ୍ରାୟ ୩୭ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ  କରିଥିବା ବାବୁସାନ ଓଲଉଡ଼ ଜଗତର ବେଶ ଚର୍ଚ୍ଚିତ ଚେହେରା।
Published by:Soumya Das
First published: