ପ୍ରକୃତିଙ୍କ ସପକ୍ଷରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଲେ ଅଭିନେତା ଚିନ୍ମୟ ମିଶ୍ର !
News 18 Odia Digital
ଭୁବନେଶ୍ୱର; ଓଲିଉଡ ଷ୍ଟାର ୱାରକୁ ନେଇ ଏବେ କିଛି ଅଭିନେତା ମଧ୍ୟ ମୁହଁ ଖୋଲିଛନ୍ତି । ଦୁଇ ଷ୍ଟାର ପରିବାର ପ୍ରକୃତି ମିଶ୍ର ଓ ବାବୁସାନଙ୍କ ବିବାଦ ଘଟଣାକୁ ନେଇ ପ୍ରତିଦିନ ନୂଆ ମନ୍ତବ୍ୟ, ଭିଡିଓ ସାମ୍ନାକୁ ଆସୁଛି । କିଏ ସପକ୍ଷରେ ତ କିଏ ବିପକ୍ଷରେ କହୁଛନ୍ତି । ପୁରା ରାଜ୍ୟବାସୀଙ୍କ ନଜର ଏବେ ଷ୍ଟାର ପରିବାର ଉପରରେ ଥିବାବେଳେ ଗଣମାଧ୍ୟମ ମଧ୍ୟ ପିଛା ଛାଡୁନି । ତେଣୁ ଏହି ସମୟରେ ନିଜର ମନ୍ତବ୍ୟ ଦେଇ ଲାଇମ୍ ଲାଇଟ୍ ରେ ରହିବାକୁ ଅନେକ ଚେଷ୍ଟା କରୁଛନ୍ତି ।
ଏହାରି ମଧ୍ୟରେ ଅଭିନେତା ଚିନ୍ମୟ ମିଶ୍ର ସୋସିଆଲ ମିଡ଼ିଆରେ ପ୍ରକୃତି ମିଶ୍ରଙ୍କ ସପକ୍ଷରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ କହିଛନ୍ତି, ମୁଁ କେବଳ କହିବାକୁ ଚାହେଁ, ସାମାନ୍ୟ ଉତ୍ତେଜନା ଉପରେ ଆମେ କେତେଥର ଲୋକଙ୍କ ସ୍ୱପ୍ନ, ଅଭିଳାଷ ଏବଂ ଆକାଂକ୍ଷାକୁ ନଷ୍ଟ କରିବାକୁ ଯାଉଛୁ ? ଟିଆରପି ଭୋକ କେବେଠାରୁ ଏମିତି ହେଇଯାଇଛି କି, ଯେତେବେଳେ କାହାର ପୁରା ଭବିଷ୍ୟତ ବିପଦରେ ପଡ଼େ ଆମେ ତାକୁ ବଦନାମ କରିବା ପୂର୍ବରୁ ଦୁଇଥର ଚିନ୍ତା କରୁନାହୁଁ ? ଯେଉଁମାନେ ଘୃଣା ବିସ୍ତାର କରୁଛନ୍ତି ସେଭଳି ଲୋକଙ୍କୁ ବିତର୍କରେ ଡାକିବା ଠାରୁ ଦୂରେଇ ରହିବା ଉଚିତ୍ । ଆମର ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବଂ ପୋଲିସ ଅଧିକାରୀଙ୍କ ଉପରେ ମୋର ବିଶ୍ୱାସ ଅଛି । ସେମାନେ ଘଟଣାର ତଦନ୍ତ କରି ସତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଅଛନ୍ତି ।
ମତେ କେବଳ ଏତିକି ଜଣାଅଛି କି, ପ୍ରକୃତି ମିଶ୍ର ଜଣେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ, ଯାହାର କଳାକାର ଭାବରେ ସମ୍ଭାବ୍ୟ କ୍ୟାରିୟର ନ୍ୟାୟ ବିନା ନଷ୍ଟ ହୋଇପାରେ । ତେଣୁ ସଠିକ୍ ତଥ୍ୟ ନଜାଣି ବ୍ୟକ୍ତି ଓ ତାଙ୍କ ପରିବାରକୁ ଗାଳି କରିବା, ନିଷ୍ଠୁରତା ଓ କ୍ରୂର ହେବାଠୁ ନିଜକୁ ରୋକିବା ଉଚିତ୍ । ଏହି ପୋଷ୍ଟର ଅନେକ ଲାଇକ, କମେଣ୍ଟ ମଧ୍ୟ ଆସିଛି । ତାଙ୍କର ପ୍ରଶଂସକମାନେ କମେଣ୍ଟ ଦେଇ ଲେଖିଛନ୍ତି ଏଭଳି ମନ୍ତବ୍ୟ ଆମେ ଆପଣଙ୍କଠାରୁ ଆଶା କରିନଥିଲୁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।