News18 Odia Digital
ଭୁବନେଶ୍ବର: ଓଲିଉଡ ଫେମସ ଆକ୍ଟର ବାବୁସାନଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ ‘ବିଦ୍ୟାରାଣ’କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର। ଯାହାକୁ ନେଇ ନିରାଶ ହୋଇପାରନ୍ତି ଫ୍ୟାନ୍ସ। କାରଣ ଫିଲ୍ମର ରିଲିଜ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ।
ପୂର୍ବରୁ ଏହି ଫିଲ୍ମ ରଜ ଅବସର ଅର୍ଥାତ୍ ଜୁନ ୧୦ରେ ସିନେମାହଲରେ ରିଲିଜ ହେବାର ଥିଲା ହେଲେ ଏବେ ଶୁଣିବାକୁ ମିଳୁଛି ଫିଲ୍ମକୁ ରଥଯାତ୍ରା ଅବସରରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ।
‘ବିଦ୍ୟାରାଣ’ରେ ଦର୍ଶକ ପୁଣି ଥରେ ବାବୁସାନ ଓ ଶିବାନୀ ଯୋଡ଼ିକୁ ଦେଖିବାକୁ ପାଇବେ। ଆଗରୁ ଏହି ଯୋଡ଼ି ‘ସିଷ୍ଟର ଶ୍ରୀଦେବୀ’ରେ ନଜର ଆସିଥିଲେ। ‘ବିଦ୍ୟାରାଣ’ରେ ଅନ୍ୟମାନଙ୍କ ମଧ୍ୟରେ ପୁପୁଲ ଭୂୟାଁ ଓ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।
ସେହିପରି ଓଡ଼ିଆ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ ଏହି ଫିଲ୍ମରେ ଦର୍ଶନ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ। ଯାହାକୁ ନେଇ ଏକ୍ସାଇଟେଡ ସମସ୍ତେ। ନିକଟରେ ଏହି ଫିଲ୍ମର ଅଡିଓ ରିଲିଜ ହୋଇଥିଲା।
ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଜ୍ୟୋତି ଦାସ। ପୂର୍ବରୁ ସେ ‘ତୋ’ ବିନା ଭଲ ଲାଗେନା’, ‘ଶୁଭବିବାହ’, ‘ଗୁଡ ବୟ’ ଓ ‘ଇଶ୍କ ପୁଣି ଥରେ’ ଆଦି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ଜ୍ୟୋତି ଦାସଙ୍କ ସହ ବାବୁସାନଙ୍କର ଏହା ପ୍ରଥମ ଫିଲ୍ମ।
‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର କାହାଣୀ ଲେଖିଛନ୍ତି। ବାବୁସାନଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହିତ ଦେଖିବାକୁ ମିଳୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।