ଅଭିନେତା ବାବୁସାନ ଅସୁସ୍ଥ ! ଘରୋଇ ହସ୍ପିଟାଲରେ ଭର୍ତ୍ତି
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ଥିବାର ଖବର ମିଳିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି । ଶରୀରରେ ହଠାତ ଅକ୍ସିଜେନ କମିଯିବାରୁ ଅସୁସ୍ଥ ହୋଇ ପଡିଥିଲେ ବାବୁସାନ୍ ।ଫଳରେ ବାବୁସାନଙ୍କୁ ୬ ଦିନ ହେବ ଚିକିତ୍ସା କରାଯାଉଛି । ଏବେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ପରିବାର ପକ୍ଷ୍ୟରୁ ସୂଚନା ଦିଆଯାଇଛି । ଘରୋଇ ଡାକ୍ତରଖାନାରେ ୬ ଜଣିଆ ଡାକ୍ତରୀ ଦଳ ବାବୁସାନଙ୍କ ଚିକିତ୍ସା କରୁଛନ୍ତି ।
ଏକ ଫିଲ୍ମ ପ୍ରମୋସନରେ ଯାଇ ଓଲିଉଡ୍ ଷ୍ଟାର ବାବୁସାନ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଘରକୁ ଫେରି ଆସିବା ପରେ ତାଙ୍କୁ ତୁରନ୍ତ ଏଠାକାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ ଡାକ୍ତରଖାନା ବେଡ୍ରେ ଶୋଇଥିବାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଖି ବାବୁସାନଙ୍କ ଫ୍ୟାନ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି ।
ନିକଟରେ ତୃପ୍ତି-ପ୍ରକୃତି-ବାବୁସାନଙ୍କ ଘଟଣା ଚର୍ଚ୍ଚାରେ ଥିଲା । ଉଭୟ ପକ୍ଷରୁ ଥାନା ଓ କୋର୍ଟ କଚେରୀକୁ ଧାଁ ଦୋଡ କରିଥିଲେ ଉଭୟ ଷ୍ଟାର୍ ପରିବାର । ତୃପ୍ତିଙ୍କ ଉପରେ ପ୍ରକୃତି ମାନହାନି ମାମଲା ମଧ୍ୟ ରୁଜୁ କରିଥିଲେ । ଏବେ ବି ସେ ବିବାଦର ସମାଧାନ ହୋଇନଥିବାବେଳେ ହଠାତ ବାବୁସାନଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ଫ୍ୟାନଙ୍କ ମନକୁ କଷ୍ଟ ଦେଇଛି । ବାବୁସାନ ଆରୋଗ୍ୟ କାମନା କରିଛନ୍ତି ତାଙ୍କର ଫ୍ୟାନ । ଶିଘ୍ର ସୁସ୍ଥ ହୋଇ ଫେରିବାକୁ ପରିବାର ସଦସ୍ୟଙ୍କ ସହ ପ୍ରିୟଜନ ସହକଳାକାର ଓ ଫ୍ୟାନ ଅପେକ୍ଷା କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।