ଅଭିନେତା ବଡ଼ ଅଭିଯୋଗ; ନାଁ ନେବା ଆଳରେ ପିଣ୍ଟୁ ନନ୍ଦଙ୍କୁ ମିଛରେ ଦେଉଛନ୍ତି ଚେକ୍

ପିଣ୍ଟୁଙ୍କ ହାତକୁ ଆଜି ୫୦ ହଜାର ଟଙ୍କାର ଚେକ ବଢାଇଲେ..କାଲି ସକାଳୁ ଚେକ ବାଉନ୍ସ: ଅଭିନେତା ବବି ମିଶ୍ର

ଅଭିଯୋଗ ଆଣିଲେ ଅଭିନେତା ବବି ମିଶ୍ର

ଅଭିଯୋଗ ଆଣିଲେ ଅଭିନେତା ବବି ମିଶ୍ର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pintu Nanda Health: ପିଣ୍ଟୁ ନନ୍ଦଙ୍କ ସାହାଯ୍ଯ କରିବା ଆଳରେ ଡ୍ରାମା କରୁଛନ୍ତି । ମିଛରେ ତାଙ୍କୁ ଚେକ ଦେଉଛନ୍ତି । ଏଭଳି ପରିସ୍ଥିତି କିପରି ଏପରି କରିପାରୁଛନ୍ତି..ଜଣେ ପ୍ରଯୋଜକଙ୍କ ଉଦ୍ଦେଶ୍ଯରେ ଏପରି ଅଭିଯୋଗ ଆଣିଛନ୍ତି ଅଭିନେତା ବବି ମିଶ୍ର ।

ପୂର୍ବରୁ କରିଥିଲେ ଆର୍ଥିକ ସହାୟତା; ଏବେ ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବେ ନିଶା ମହାରଣା!

ଓଲିଉଡ଼ର ନାମୀଦାମୀ କଳାକାର ପିଣ୍ଟୁ ନନ୍ଦ ବର୍ତ୍ତମାନ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ଅଛନ୍ତି । ପିଣ୍ଟୁଙ୍କ ଅପରେସନ ପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ଯକ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ଅଭିନେତା ଏନେଇ ନିଜେ ଆର୍ଥିକ ସହାୟତା ମାଗିବା ସହ ତାଙ୍କ ପାଇଁ ସାଥୀ କଳାକାରମାନେ ମଧ୍ଯ ଅର୍ଥ ଯୋଗାଡ଼ରେ ଲାଗିପଡିଛନ୍ତି । ନିଜର ସାଧ୍ଯ ମତେ ଲୋକମାନେ ଓ କଳାକାର ମାନେ ପିଣ୍ଟୁଙ୍କୁ ସାହାଯ୍ଯ କରୁଛନ୍ତି । ଏହି କ୍ରମରେ ଜଣେ ପ୍ରଯୋଜକ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ଯ କରି ନାଁ ନେବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବବି ମିଶ୍ର । ବବି କହିଛନ୍ତି, ପିଣ୍ଟୁଙ୍କ ଏଭଳି ଅବସ୍ଥାରେ ବି କିଛି ଲୋକ ଡ୍ରାମା କରୁଛନ୍ତି । ପଇସା ଦେବା ନାଁରେ  ପ୍ରୋହସନ କରୁଛନ୍ତି । କେବଳ ମିଡିଆରେ କିପରି ନାଁ ଆସିବ...ସେଥିପାଇଁ ନିଜେ ପିଣ୍ଚଟୁଙ୍କ ହାତକୁ ୫୦ ହଜାର ଟଙ୍କାର ଏକ ଚେକ ବଢାଇଥିଲେ ଜଣେ ପ୍ରୋଯୋଜକ । ଇମୋସୋନାଲ ହୋଇ ତମେ ମୋ ଦାଦା-ପୁତୁରା ବି କହିଥିଲେ । ତାପର ଦିନ ଚେକ ବାଉନ୍ସ ବାହାରିଲା । ଫୋନ କରିବାରୁ ଏପଟ ସେପଟ କଥାବାର୍ତ୍ତା କରୁଛନ୍ତି । ଏଭଳି ଘଟଣା ନିହାତି ହାସ୍ଯାସ୍ପଦ । ଭଗବାନ ତାଙ୍କ ବୁଝିବେ....

ପିଣ୍ଟୁଙ୍କ ପାଇଁ ଆଗେଇ ଆସିଲେ ରାଣୀ ପଣ୍ଡା; କରିବେ ସାହାଯ୍ୟ

ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯବସ୍ଥା ବାବଦରେ ସୂଚନା ଜଣାଇ ବବି ମିଶ୍ର କହିଛନ୍ତି, ଧିରେ ଧିରେ ପିଣ୍ଟୁଙ୍କ ସ୍ୱାସ୍ଥ୍ଯ ଧିରେ ଧିରେ ଠିକ ହେଉଛି । ଏଥିପାଇଁ ଅଭିନେତା ଲୋକଙ୍କ ଭଲ ପାଇବ, ସ୍ନେହ ଶ୍ରଦ୍ଧା ଓ ଅନୁଦାନ ପାଇଁ ଧନ୍ଯବାଦ ଜଣାଇଛନ୍ତି । ଧିରେ ଧିରେ ପିଣ୍ଟୁ ନନ୍ଦଙ୍କ ପାଇଁ ପଇସା କଲେକ୍ସନ ହେଉଛି । ସେ ଖୁବ ଶୀଘ୍ର ଭଲ ହୋଇ ଫେରିଆସନ୍ତୁ । ପୁଣି ଥରେ ରଙ୍ଗ ବୋଳି ଲୋକଙ୍କ ମନୋରଞ୍ଜନ କରନ୍ତୁ ବୋଲି କହିଛନ୍ତି ବବି ମିଶ୍ର ।

ସୂଚନାଯୋଗ୍ଯ, ପିଣ୍ଟୁ ନନ୍ଦ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅପରେସ ପାଇଁ ଓ ଆଶୁ ଆରୋଗ୍ୟ ପାଇଁ ପ୍ରାୟ ସମସ୍ତେ ଚେଷ୍ଟା ଚଳାଇଛନ୍ତି ।
Published by:Soumya Das
First published: