News18 Odia Digital
ମୁମ୍ବାଇ: ଅଭିଷେକ ବଚ୍ଚନ (Abhishek Bachchan) ସାଧାରଣତଃ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । କିନ୍ତୁ ଆଜିକାଲି ତାଙ୍କ ସମ୍ପର୍କରେ ଆଉ ଏକ କଥା ଅଛି ଯାହାକୁ ନେଇ ଆଲୋଚନା ଚାଲିଛି । ତାହା ହେଉଛି ଅଭିନେତାଙ୍କ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ । ଖବର ଅନୁସାରେ ଅଭିଷେକ ବଚ୍ଚନ ମୁମ୍ବାଇରେ ଥିବା ନିଜର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି ।
ଅଭିଷେକ ବଚ୍ଚନ ଦିନେ ୪୧ କୋଟି ଟଙ୍କାରେ ଏହି ଆପାର୍ଟମେଣ୍ଟ କିଣିଥିଲେ । ତାକୁ ସେ ଏବେ ବିକ୍ରି କରିଦେଇଛନ୍ତି । ମିଡି଼ଆ ରିପୋର୍ଟ ଅନୁସାରେ ଏହି ଅଭିନେତା ନିଜ ଆପାର୍ଟମେଣ୍ଟକୁ ୪୫.୭୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଅଭିଷେକ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan) ଓ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇର ଜୁହୁରେ ଥିବା ବଚ୍ଚନ ପରିବାରର ଘର ‘ଜଲସା’ରେ ରହୁଛନ୍ତି ।
ଏହା ବି ପଢ଼ନ୍ତୁ | ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତନିକଟରେ ଅଭିଷେକ ବଚ୍ଚନ ବିକ୍ରି କରିଥିବା ଆପାର୍ଟମେଣ୍ଟ ଓବେରୋଇ ୩୬୦ ୱେଷ୍ଟ ଟାୱାର୍ସର ୩୭ତମ ମହଲାରେ ଅଛି । ଏହି ଆପାର୍ଟମେଣ୍ଟର କ୍ଷେତ୍ର ହେଉଛି ୭,୫୨୭ ବର୍ଗଫୁଟ । ଅଭିଷେକ ବଚ୍ଚନ ୨୦୧୪ ମସିହାରେ ୪୧ କୋଟି ଟଙ୍କାରେ ଏହି ଆପାର୍ଟମେଣ୍ଟ୍ କିଣିଥିଲେ । ଏହାକୁ ସେ ବର୍ତ୍ତମାନ ବିକ୍ରି କରିଦେଇଛନ୍ତି (Abhishek Bachchan apartment sold)।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay Kumar) ଏବଂ ସହିଦ କପୁରଙ୍କର ମଧ୍ୟ ଏହି ବିଲଡିଂରେ ଆପାର୍ଟମେଣ୍ଟ ଅଛି । କୁହାଯାଉଛି ଯେ ଏହି ବିଲଡିଂରେ ଆପାର୍ଟମେଣ୍ଟ କିଣିବା ପାଇଁ ସହିଦ କପୁର ୫୬ କୋଟି ଟଙ୍କା ଓ ଅକ୍ଷୟ କୁମାର ୫୨.୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଅର୍ଥାତ୍ ଯଦି ଅଭିଷେକ ଏହି ଆପାର୍ଟମେଣ୍ଟରେ ରହୁଥାନ୍ତେ, ତେବେ ଅକ୍ଷୟ କୁମାର ଓ ସହିଦ କପୁର ତାଙ୍କ ପଡ଼ୋଶୀ ହୋଇଥାନ୍ତେ ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍ କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେଏହା ବ୍ୟତୀତ ଅନ୍ୟ କେତେକ ସେଲିବ୍ରିଟି ମଧ୍ୟ ଅଛନ୍ତି ଯେଉଁମାନେ ଏହି ବିଲଡିଂରେ ଆପାର୍ଟମେଣ୍ଟ କିଣିଛନ୍ତି । ଚଳିତ ବର୍ଷ ମେ ମାସରେ ଅମିତାଭ ବଚ୍ଚନ ମଧ୍ୟ ଏକ ଆପାର୍ଟମେଣ୍ଟ କିଣିଥିଲେ। ସେ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଏହି ଆପାର୍ଟମେଣ୍ଟ କିଣିଥିଲେ । ତା’ର ଦାମ ଥିଲା ୩୧ କୋଟି ଟଙ୍କା । ନିର୍ମାଣାଧୀନ ଆଟଲାଣ୍ଟିସ୍ ପ୍ରୋଜେକ୍ଟରେ Dମିତାଭ୍ ବଚ୍ଚନ ଏହି ୫,୧୮୪ ବର୍ଗଫୁଟ ଆପାର୍ଟମେଣ୍ଟ କିଣିଥିଲେ । Zapkey.com ଅନୁଯାୟୀ ଏହି ଚୁକ୍ତି ଗତ ବର୍ଷ ଡିସେମ୍ବରରେ କରାଯାଇଥିଲା ।
ଅଭିଷେକ ବଚ୍ଚନଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ 'ଦି ବିଗ୍ ବୁଲ୍'ରେ (The Big Bull) ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର ଷ୍ଟକ୍ ଦଲାଲ ହର୍ଷଦ ମେହେଟ୍ଟାଙ୍କ (Harshad Mehta) ଜୀବନୀ ଉପରେ ଆଧାରିତ। ଆଗାମୀ ପ୍ରୋଜେକ୍ଟମାନଙ୍କ ମଧ୍ୟରେ ଅଭିଷେକ ବଚ୍ଚନଙ୍କୁ 'ଦସୱୀଁ'ରେ ଦେଖିବାକୁ ମିଳିବ। ଏଥିରେ ନିମ୍ରତ କୌର (Nimrat Kaur) ତାଙ୍କ ସହିତ ଅଛନ୍ତି । ଏହା ବ୍ୟତୀତ ଚିତ୍ରାଙ୍ଗଦା ସିଂଙ୍କ ସହ ତାଙ୍କୁ 'ବବ୍ ବିଶ୍ୱାସ'ରେ ବି ଦେଖିବାକୁ ମିଳିବ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।