News18 Odia Digital
Abdu Rozik Height: ବିଗ୍ ବସ୍ ସିଜନ୍ (Bigg Boss 16)ଭାଗ ନେଇ ବେଶ ପ୍ରଶଂସା ସାଉଁଟିଥିବା ତାଜିକିସ୍ତାନ ଗାୟକ ଅବ୍ଦୁ ରୋଜିକ(Abdu Rozik)କୁ ଭାରତବାସୀ ପସନ୍ଦ କରିଥିଲେ। ଏହି ସୋ ସହିତ ସେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିଲେ।
ଅବ୍ଦୁ ତାଙ୍କର ଗୀତ ଓ କମ ଉଚ୍ଚତା(Short Height) ହେତୁ ବେଶ ଜଣାଶୁଣା। ଅବ୍ଦୁଙ୍କ ବୟସ ୧୯ ବର୍ଷ କିନ୍ତୁ ଯଦି ଆମେ ତାଙ୍କ ଉଚ୍ଚତା ବିଷୟରେ କହିବା ତେବେ ଏହା ୯୪ ସେମି ଅର୍ଥାତ୍ ୩ ଫୁଟ ୧ଇଞ୍ଚ। କିନ୍ତୁ ନିକଟରେ ଅବ୍ଦୁ ପ୍ରଶଂସକଙ୍କ ସହ ଏକ ଭଲ ଖବର ବାଣ୍ଟିଛନ୍ତି। ତାଙ୍କର ଉଚ୍ଚତା ଧୀରେ ଧୀରେ ବଢୁଛି ବୋଲି ସେ ଦର୍ଶକଙ୍କୁ ଜଣାଇଛନ୍ତି।
ଅବ୍ଦୁ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ କାରରେ ବସିଥିବାର ନଜର ଆସିଛନ୍ତି। ଏଥିରେ ସେ କ୍ୟାପସନରେ ଲେଖିଛନ୍ତି - ଆପଣ ପାର୍ଥକ୍ୟ ଦେଖିପାରୁଛନ୍ତି କି? ଡାକ୍ତରମାନେ କହିଥିଲେ ଯେ ମୁଁ ଆଉ ବିଢ଼ିବି ନାହିଁ କାରଣ ମୋର ଗ୍ରୋଥ ହରମୋନ୍ ୦% ଅଛି। ଆଲହାମଦୁଲିଲା ଏହି ଚମତ୍କାର ହେଉଛି। ସମସ୍ତ ପ୍ରେମ, ସମର୍ଥନ ଏବଂ ପ୍ରାର୍ଥନା ଯୋଗୁଁ ଯାହା ବଢୁଛି। ମୋର ଉଚ୍ଚତା ବଢୁଛି।
ଏହି ପୋଷ୍ଟରେ କମେଣ୍ଟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି ଏହା ଏକ ବଡ଼ ଖବର। ଆଲ୍ଲାଙ୍କୁ ଧନ୍ୟବାଦ, ଅବ୍ଦୁ ରୋଜିକଙ୍କ ଉଚ୍ଚତା ବଢୁଛି। ବେଳେବେଳେ ଆମକୁ କେବଳ ପ୍ରାର୍ଥନା ଦରକାର। ଭଗବାନ ଅବ୍ଦୁ ଆଶୀର୍ବାଦ କରନ୍ତୁ।

ସୂଚନାଯୋଗ୍ୟ, ୫ ବର୍ଷ ବୟସରୁ ଅବ୍ଦୁ ରୋଜିକ୍ ଗ୍ରୋଥ ହରମୋନ ଡେଫିସିଏନସି ରୋଗରେ ପୀଡିତ ଥିଲେ। ତାଙ୍କୁ ରିକେଟସ ହୋଇଥିଲା। କିନ୍ତୁ ପରିବାରରେ ଅବସ୍ଥା ଏତେଟା ସ୍ୱଚ୍ଛଲ ନଥିବାରୁ ଅବ୍ଦୁଙ୍କ ଚିକିତ୍ସା ହୋଇପାରିନଥିଲା।
କାମ ବିଷୟରେ କହିବାକୁ ଗଲେ ଅବ୍ଦୁ ସଲମାନ ଖାନଙ୍କ ଫିଲ୍ମରେ ନଜର ଆସିବେ। ଅବଦୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗୀତ ଗାଇଛନ୍ତି। ନିକଟରେ ତାଙ୍କର ଗୀତ ପ୍ୟାର ମୁକ୍ତିଲାଭ କରିଥିଲା। ଏହା ବ୍ୟତୀତ ସେ ସଲମାନ ଖାନଙ୍କ ଫିଲ୍ମ କିସି କା ଭୋଇ କିସି କି ଜାନରେ ମଧ୍ୟ ନଜର ଆସିବେ। ଅନ୍ୟପକ୍ଷରେ, ଅବଦୁ ଖୁବ୍ ଶୀଘ୍ର ବ୍ରିଟେନର 'ବିଗ୍ ବ୍ରଦର'ର ନୂଆ ସିଜନରେ ନଜର ଆସିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।