'ଲାଲ ସିଂ ଚଡ୍ଡା' ଫ୍ଲପ ପାଇଁ ନିଜକୁ ଦାୟୀ କଲେ ଆମୀର; ନେବେନି ଅଭିନୟ ଶୁଳ୍କ!

ଫିଲ୍ମ ଭଲ ଚାଲୁ ନଥିବାରୁ ନ ଆମୀର ଖାନ କ୍ଷୟକ୍ଷତି ପାଇଁ ନିଜକୁ ଦାୟୀ କରିଛନ୍ତି। ଆମୀର ଖାନ ନିଷ୍ପତ୍ତି ନେଇଛନ୍ତି ଯେ ସେ ଲାଲ ସିଂ ଚଡ୍ଡା ପାଇଁ ତାଙ୍କ ଅଭିନୟ ଶୁଳ୍କ ନେବେ ନାହିଁ।

ଆମୀର ଖାନ (ପ୍ରତୀକାତ୍ମକ ଛବି)

ଆମୀର ଖାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ: ଚାରି ବର୍ଷ ପରେ ଲାଲ ସିଂ ଚଡ୍ଡା ଭାବେ ଆମୀର ଖାନ ରୂପା ପରଦାରେ ଆସିଥିଲେ। କିନ୍ତୁ କ’ଣ ହେଲା?  ସମସ୍ତ ଆଶା ଭଙ୍ଗ କରି ଆମୀର ଖାନଙ୍କ ଏହି ଚଳଚ୍ଚିତ୍ର ଫ୍ଲପ ହୋଇଛି। ଏପରି ହେବ ବୋଲି ଆମୀର ଖାନ ଓ କରୀନା କପୁର ସେମାନଙ୍କ ସ୍ୱପ୍ନରେ ମଧ୍ୟ କେହି କଳ୍ପନା କରି ନ ଥିଲେ।

ବଲିଉଡ ହଙ୍ଗାମା ନିଜ ରିପୋର୍ଟରେ ଲାଲ ସିଂ ଚଡ୍ଡା ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଫିଲ୍ମ ଭଲ ଚାଲୁ ନଥିବାରୁ ନ ଆମୀର ଖାନ କ୍ଷୟକ୍ଷତି ପାଇଁ ନିଜକୁ ଦାୟୀ କରିଛନ୍ତି। ସେ ନିଜର ଫି ଛାଡି ଦେଇଛନ୍ତି। ଆମୀର ଖାନ ନିଷ୍ପତ୍ତି ନେଇଛନ୍ତି ଯେ ସେ ଲାଲ ସିଂ ଚଡ୍ଡା ପାଇଁ ତାଙ୍କ ଅଭିନୟ ଶୁଳ୍କ ନେବେ ନାହିଁ। ଏପରି କରିବା ଦ୍ୱାରା ସେମାନେ ପ୍ରଡ୍ୟୁସରଙ୍କ କ୍ଷତି ପୂରଣ କରିବାକୁ ସମର୍ଥ ହେବେ। ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ଯଦି ଆମୀର ତାଙ୍କ ଫି ନିଅନ୍ତି, ତେବେ ବାୟକମ୍ ୧୮ ଷ୍ଟୁଡିଓରେ ପ୍ରାୟ ୧୦୦ କୋଟି କ୍ଷତି ହେବ। ଏଭଳି ପରିସ୍ଥିତିରେ ଆମୀର ଆଗକୁ ଆସିଛନ୍ତି ଓ ନିଜେ ସେହି କ୍ଷତି ସହିବାକୁ ନିଷ୍ପତ୍ତି ନେଇଛନ୍ତି।

ଫିଲ୍ମର ଫ୍ଲପ୍ ପାଇଁ ଆମୀର ଖାନ୍ ସମ୍ପୂର୍ଣ୍ଣ ନିଜକୁ ଦାୟୀ କରିଛନ୍ତି। ସେ ଚାହାଁନ୍ତି ନାହିଁ ଯେ ତାଙ୍କ ବ୍ୟତୀତ ଅନ୍ୟ କେହି ଏହାର ଭାର ବହନ କରନ୍ତୁ। ସୂତ୍ରରୁ ପ୍ରକାଶ ଯେ ଆମୀର ଏହି ଚଳଚ୍ଚିତ୍ରକୁ ୪ ବର୍ଷ ଦେଇଛନ୍ତି। କିନ୍ତୁ ଏହି ଚଳଚ୍ଚିତ୍ରରୁ ଗୋଟିଏ ପଇସା ରୋଜଗାର କରିନପାରିଲେ ନାହିଁ।  ବର୍ତ୍ତମାନ ଏହି ଖବରରେ କେତେ ସତ୍ୟତା ଅଛି ତାହା ଜଣା ପଡିନାହିଁ, କିନ୍ତୁ କଳ୍ପନା ଜଳ୍ପନା ଲାଗି ରହିଛିମ ଫିଲ୍ମ ଲାଲ ସିଂ ଚଡ୍ଡା ବକ୍ସ ଅଫିସରେ ଫ୍ଲପ1 ବୋଲି ପ୍ରମାଣିତ ହୋଇଛି। ୧୮୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ୨୦ ଦିନ ମଧ୍ୟରେ ୬୦ କୋଟି ନୈରାଶ୍ୟଜନକ ସଂଗ୍ରହ କରିଛି।
Published by:Soumya Das
First published: