ସୋସିଆଲ ମିଡିଆରେ 'ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ ପରେ ମୁହଁ ଖୋଲିଲେ ଅମୀର ଖାନ୍

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ କରୁଛି । ଏହା ଉପରେ ନିଜର ମତାମତ ଦେଇ ଅମୀର କହିଛନ୍ତି, ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ ।

ଅଭିନେତା ଆମୀର ଖାନ୍ ଙ୍କ (ପ୍ରତୀକାତ୍ମକ ଛବି)

ଅଭିନେତା ଆମୀର ଖାନ୍ ଙ୍କ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ମୁମ୍ବାଇ : ଆମୀର ଖାନ୍ ଙ୍କ 'ଲାଲ ସିଂ ଚଢ଼ା’ ଆସନ୍ତା ୧୧ ତାରିଖରେ ରିଲିଜ୍‌ ହେବାକୁ ଯାଉଥିବା‌ ବେଳେ ରିଲିଜ ହେବା ପୂର୍ବରୁ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ଏହି ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିର ଅପମାନ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ଫିଲ୍ମ ବିଷୟରେ ସୋସିଆଲ ମିଡିଆରେ ସୃଷ୍ଟି ହେଉଥିବା ଖରାପ ବାତାବରଣ ଉପରେ ଆମୀର ଖାନ ମତ ରଖିଛନ୍ତି ।

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ କରୁଛି । ଏହା ଉପରେ ନିଜର ମତାମତ ଦେଇ ଅମୀର କହିଛନ୍ତି, ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ । କେବଳ ଜଣେ ଅଭିନେତା ନୁହଁନ୍ତି, କେତେ ଲୋକଙ୍କ ଭାବନା ସଂଯୁକ୍ତ ହୋଇଥାଏ । ଚଳଚ୍ଚିତ୍ର ଦେଖିବା ପରେ, ଆପଣ ଏହାକୁ ପସନ୍ଦ କରିପାରିବେ ଓ ନାପସନ୍ଦ କରିବାର ଆପଣଙ୍କର ସମସ୍ତଙ୍କର ଅଧିକାର ଅଛି ।

ଅମୀର ଖାନ ଆହୁରି କହିଛନ୍ତି ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ଏଭଳି ଘଟଣା କଷ୍ଟ ଦଉଛି। ଲୋକମାନେ କାହିଁକି ଏପରି କରୁଛନ୍ତି ତାହା ମୁଁ ଜାଣି ନାହିଁ । ମୁଁ ସହମତ ଯେ କିଛି ଲୋକ ଅନୁଭବ କରନ୍ତି ଯେ ମୁଁ ଏହି ଦେଶକୁ ଭଲ ପାଏ ନାହିଁ। କିନ୍ତୁ ମୁଁ ସେହି ଲୋକଙ୍କୁ କହିବାକୁ ଚାହେଁ ଯେ ସେମାନେ ଯାହା ଭାବୁଛନ୍ତି ତାହା ଠିକ୍ ନୁହେଁ | ମୁଁ ମୋର ଦେଶ ଓ ଲୋକମାନଙ୍କୁ ଭଲ ପାଏ । ମୁଁ ତାଙ୍କୁ ଅନୁରୋଧ କରିବି ଯେ ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ୍‌ କରନ୍ତୁ ନାହିଁ ଓ ଥିଏଟରକୁ ଯାଇ ଫିଲ୍ମ ଦେଖନ୍ତୁ ।
Published by:Sujit Swain
First published: