ପିକଲ ବଲ୍ ଖେଳିଲେ ଆମୀର-ଫାତିମା, ଫ୍ଯାନ୍ସ କହିଲେ ଲଭ ବାର୍ଡ଼....

ଗ୍ରାଉଣ୍ଡରେ ପିକଲ ବଲ୍ ଖେଳିଲେ ଆମୀର- ଫାତିମା । ସୋସିଆଲ ମିଡ଼ିଆରେ ଭିଡ଼ିଲେ ଫ୍ଯାନ୍ସ ଓ ଟ୍ରୋଲର ।

ପିକଲେ ବଲ୍ ଖେଳିଲେ ଆମୀର-ଫାତିମା

ପିକଲେ ବଲ୍ ଖେଳିଲେ ଆମୀର-ଫାତିମା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Aamir Khan- Fatima Shaikh: ଗ୍ରାଉଣ୍ଡରେ ଏକାଠି ପିକଲ ବଲ ଖେଳିଲେ ଆମୀର-ଫାତିମା। ସୋସିଆଲ ମିଡ଼ିଆରେ ଭିଡ଼ିଲେ ଫ୍ଯାନ୍ସ-ଟ୍ରୋଲର । କମେଣ୍ଟକୁ ନେଇ ବଢିଲା ପାରା । କିଛି ଦିନ ଦବଙ୍ଗ ଗାର୍ଲ ଫାତିମା ସାନା ଶୈଖ ଓ ଆମୀର ଖାନଙ୍କୁ ନେଇ ପୁଣି ଚର୍ଚ୍ଚା । ଏଥର ସେମାନଙ୍କୁ ଏକାଠି ଦେଖି କିଛି କହିଲେ ଲଭବାର୍ଡ କିଛି କହିଲେ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆମୀର ଖାନ ଏବଂ ଫାତିମା ସାନା ଶୈଖଙ୍କ ଭିଡିଓ । ଭିଡିଓରେ ଫାତିମା ଓ ଆମୀର ଏକାଠି ପିକଲ ବଲ୍ ଖେଳୁଥିବା ଦେଖିବାକୁ ମିଳୁଛି । ଆମୀରଙ୍କ ଏହି ଭିଡିଓ ପରେ ତାଙ୍କ ପ୍ରଶଂସକମାନେ ଏହାକୁ ତାଙ୍କ ପ୍ରାଇଭେସିକୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି। ସେପଟେ କିଛି ନେଟିଜେନ୍ସ ଉଭୟଙ୍କୁ ଟ୍ରୋଲ କରୁଛନ୍ତି ।

ମଝିରେ ମଝିରେ ଆମୀର ଓ ଫାତିମାଙ୍କ ଭିଡିଓ କିମ୍ବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଆସୁଛି ଯାହାକୁ ନେଇ ଦୁହେଁ ଅନେକ ଟ୍ରୋଲର ସାମ୍ନା କରନ୍ତି। ଏବେ ସୋସିଆଲ ମିଡିଆରେ ଆମୀର ଓ ଫାତିମା ଦୁହେଁ ପିକଲେବଲ୍ ଖେଳୁଥିବା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ ଏକ ଟିମ୍‌ ଭାବେ ଖେଳୁଥିବା ନଜର ଆସିଛନ୍ତି । ଆମୀର ଖାନ ଲାଲ ଟି-ସାର୍ଟ ଓ ବ୍ଲାକ ଟ୍ରାଉଜର ପିନ୍ଧିଛନ୍ତି । ସେପଟେ ଫାତିମା ମଧ୍ୟ ଟି-ସାର୍ଟ ଏବଂ ସର୍ଟସ୍‌ ପିନ୍ଧିବାର ନଜର ଆସିଛନ୍ତି । ଫାତିମାଙ୍କ ଆମୀରଙ୍କ ପରିବାର ଏବଂ ତାଙ୍କ ଝିଅ ଆୟରା ଖାନଙ୍କ ସହ ଭଲ ସଂପର୍କ ରହିଛି । ଆୟରା ଖାନ ଏବଂ ଫାତିମା ବହୁ ସମୟରେ ଏକାଠି ଦେଖାଯାଆନ୍ତି ।

ଆମୀର ଖାନ ଓ ଫାତିମାଙ୍କ ଭାଇରାଲ ଭିଡିଓ ଉପରେ ନେଟିଜେନ୍ସ ରିଆକ୍ଟ କରିଛନ୍ତି। ଜଣେ ୟ୍ୟୁଜର ଲେଖିଛନ୍ତି, ‘ମମି ନଂ ୩ ଆନେ ବାଲେ ହେଁ’, ଅନ୍ୟ ଜଣେ ୟ୍ୟୁଜର ହସିବା ଇମୋଜ ସହ ଲେଖିଛନ୍ତି ଲଭ୍‌ ବାର୍ଡ । କିଛି ୟ୍ୟୁଜର ଲେଖିଛନ୍ତି ଯେ ଏହା ଦୁହଁଙ୍କ ଗୋପନୀୟତା ଉପରେ ଆକ୍ରମଣ ।

ସୂଚନାଯୋଗ୍ୟ, ୨୦୧୬ରେ ଆସିଥିବା ଫିଲ୍ମ ଦଙ୍ଗଲରେ ଆମୀର ଖାନ ଓ ଫାତିମା ସାନା ମିଶିକି କାମ କରିଥିଲେ। ଫିଲ୍ମରେ ଫାତିମା ଆମୀରଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଦୁହେଁ ‘ଥଙ୍ଗସ୍‌ ଅଫ୍‌ ହିନ୍ଦୁସ୍ତାନ’ ଫିଲ୍ମରେ କାମ କରିଥିଲେ । ସେବେଠାରୁ ଦୁହେଁ ଚର୍ଚ୍ଚାରେ ରହି ଆସୁଛନ୍ତି । ଆମୀର ଓ ଫାତିମାଙ୍କ ମଧ୍ୟରେ ସଂପର୍କ ଥିବା ଚର୍ଚ୍ଚା ମଧ୍ୟ ହେଉଛି । ଖାଲି ସେତିକି ନୁହେଁ ଯେବେ ଆମୀର ଓ କିରଣ ରାଓଙ୍କ ବିବାହ ବିଚ୍ଛେଦ ହେଲା ସେବେଠାରୁ ଫାତିମାଙ୍କୁ ଘର ଭାଙ୍ଗୁଥିବା ମହିଳା ଆଖ୍ୟ ମଧ୍ୟ ଦେଇଛନ୍ତି ନେଟିଜେନ୍ସ । ଫାତିମା ଏବଂ ଆମୀର ଦୁହେଁ ପରସ୍ପର ସହ ଖୁବ ନିକଟତର । ଆମୀର ଏବଂ ଆୟାରଙ୍କ ଘରେ ହେଉଥିବା ବିଭିନ୍ନ ଇଭେଣ୍ଟରେ ସାମିଲ ହୁଅନ୍ତି ଫାତିମା। ଯାହାକୁ ଦେଖି ଲୋକମାନେ ଅନେକ କଥା କହିଥାଆନ୍ତି । ତେବେ ଲୋକଙ୍କ କଥାକୁ ଓ ଟ୍ରୋଲକୁ ଭୃକ୍ଷେପ କରି ଦୁହଁ ବହୁ ସମୟରେ ଏକାଠି ସମୟ ବିତାଇଥାଆନ୍ତି ।
Published by:Soumya Das
First published: