ହୃଦୟସ୍ପର୍ଶୀ କାହାଣୀ ସହ ଦମଦାର ଷ୍ଟାରକାଷ୍ଟ୍; ଆସୁଛି 'ଡେଲିଭରି ବୟ'

ଶୀତ, ଖରା ଓ ବର୍ଷାକୁ ଖାତିର ନକରି ଆପଣଙ୍କ ନିକଟରେ ପହଞ୍ଚିଯାଆନ୍ତି ଡେଲିଭରି ବୟ । ସେମାନଙ୍କ ଜୀବନରେ ରହିଛି ଅନେକ ସଂଘର୍ଷମୟ କାହାଣୀ । ସେମିତି ଏକ କାହାଣୀକୁ ନେଇ ସିନେମା 'ଡେଲିଭରି ବୟ' ।

ହୃଦୟସ୍ପର୍ଶୀ କାହାଣୀ ସହ ଦମଦାର ଷ୍ଟାରକାଷ୍ଟ୍; ଆସୁଛି 'ଡେଲିଭରି ବୟ'

ହୃଦୟସ୍ପର୍ଶୀ କାହାଣୀ ସହ ଦମଦାର ଷ୍ଟାରକାଷ୍ଟ୍; ଆସୁଛି 'ଡେଲିଭରି ବୟ'

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆଜିର ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକଙ୍କ ନିକଟରେ ସମୟରେ ଘୋର ଅଭାବ । ଘର ଛାଡି ବାହାରେ ରହୁଥିବା ବ୍ୟକ୍ତି ଅଧିକାଂଶ ସମୟରେ ଅନଲାଇନ ଆପରୁ ଖାଦ୍ୟ ଅର୍ଡର କରୁଥିବା ଦେଖିବାକୁ ମିଳିଥାଏ । କେବଳ ସେତିକି ନୁହେଁ ପିଜା ହେଉ କି ଆଇସକ୍ରିମ ସବୁକିଛି ଅନଲାଇନ ଆପରେ ହାତ ପାହାନ୍ତାରେ ମିଳିଥାଏ । ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଆପଣ ଅନଲାଇନରୁ ଖାଦ୍ୟ ଅର୍ଡର କରନ୍ତି । ତାହା ୩୦ରୁ ୫୦ମିନିଟ ମଧ୍ୟରେ ଆପଣଙ୍କ ନିକଟରେ ପହଞ୍ଚିଯାଇଥାଏ । ଶୀତ , ଖରା ଓ ବର୍ଷାକୁ ଖାତିର ନକରି ଆପଣଙ୍କ ନିକଟରେ ସଠିକ ସମୟରେ ଖାଦ୍ୟ ପହଞ୍ଚାଉଥିବା ଡେଲିଭରି ବୟ ସ୍ୱଳ୍ପ ପାରିଶ୍ରମିକରେ ନିଜର କର୍ତ୍ତବ୍ୟକୁ ସଠିକ ଭାବରେ ତ୍ୱରାନ୍ୱିତ କରିଥାନ୍ତି । ସେମାନଙ୍କ ଜୀବନରେ ମଧ୍ୟ ରହିଛି ଅନେକ ସଂଘର୍ଷମୟ କାହାଣୀ । ସେପରି କିଛି ହୃଦୟସ୍ପର୍ଶୀ କାହାଣୀକୁ 'ଡିଲିଭରି ବୟ' ସିନେମା ମାଧ୍ୟମରେ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି ଓଲିଉଡର ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ।

ସିନେମାଟିରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସମେତ ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ନାୟକ ଶୈଳେନ୍ଦ୍ର ଏବଂ ନବାଗତା ନାୟିକା ପ୍ରିୟମ୍ୱଦା ଖୁବ ଦମଦାର ଅଭିନୟ କରିଥିବା ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ନ୍ୟୁଜ ୧୮କୁ ସୂଚନା ଦେଇଛନ୍ତି ।
ଏଥିସହ ନିର୍ଦ୍ଦେଶକ କହିଛନ୍ତି, ଏହି ସିନେମାଟି ଦର୍ଶକଙ୍କୁ ନିଜର ନିଜର ଲାଗିବ । କାରଣ ସିନେମାଟି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାରେ ସୁଟିଂ କରାଯାଇଛି । ମୌଳିକ କଥାବସ୍ତୁକୁ ହିଁ ସିନେମାରେ ଚିତ୍ରଣ କରାଯାଇଛି । ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ସମେତ କଟକର କିଛି ଗଳି ସ୍ଥାନରେ ସିନେମାର ସୁଟିଂ କରାଯାଇଛି ।

ଅର୍ଜୁନଙ୍କୁ ଯେପରି ଭଗବାନ ଶ୍ରୀକୃଷ୍ଣ ବାଟ ଦେଖାଇଥିଲେ.. ଠିକ ସେହିପରି ଶୈଳେନ୍ଦ୍ର ସହିତ ବୁଦ୍ଧାଦିତ୍ୟ ରହିଛନ୍ତି । ସିନେମାର ଚରିତ୍ରରେ ଆରମ୍ଭରୁ ଶେଷ ଯାଏଁ ବାଟ କଡାଇଛନ୍ତି । ଅଭିନେତ୍ରୀ ସୂର୍ଯ୍ୟମୟୀ ବୁଦ୍ଧାଦିତ୍ୟଙ୍କ ସହ ଜଣେ ଆଇନଜୀବୀ ଚରିତ୍ରରେ ନଜର ଆସିବେ । ନାୟକ ଶୈଳେନ୍ଦ୍ର ଜଣେ ଡେଲିଭରି ବୟର ଚରିତ୍ରରେ ଆପଣଙ୍କ ମନ ଜିଣିବେ ।
ଅଭିନେତ୍ରୀ ପ୍ରିୟମ୍ୱଦା ନବାଗତା ହୋଇଥିଲେ ମଧ୍ୟ ଏହି ସିନେମାରେ ଖୁବ ନିଖୁଣତାର ସହ ଶୈଳେନ୍ଦ୍ରଙ୍କ ନାୟିକା ଭାବରେ ଅଭିନୟ କରିଛନ୍ତି । ଏହି ସିନେମାର ପୋଷ୍ଟର ରିଲିଜ ପରେ ପ୍ରିୟମ୍ୱଦାଙ୍କୁ ଅନେକ ଫିଲ୍ମରେ ଅଭିନୟ କରିବାକୁ ଅଫର ଆସିବାରେ ଲାଗିଛି ।

ସିନେମାଟିକୁ ପ୍ରସ୍ତୁତ କରିବାକୁ ଟିମକୁ ପ୍ରାୟ ୮ମାସ ସମୟ ଲାଗିଛି । ସବୁ କାମକୁ ଖୁବ ସୁନ୍ଦର ଭାବରେ ପରଦାରେ ପ୍ରଦର୍ଶନ କରାଇବା ପାଇଁ ନିର୍ଦ୍ଦେଶକ ଟିକେ ଅଧିକ ସମୟ ନେଇଛନ୍ତି । ପୋଷ୍ଟ ପ୍ରଡକ୍ସନ ଦାୟିତ୍ୱରେ ମାନସ କୁମାର ସାହୁ ରହିଥିବାବେଳେ ବିଶ୍ୱଜିତ ସ୍ୱାଇଁ କଲର ଗ୍ରେଡିଂ କରିଛନ୍ତି । ସିନେମାରେ ସମୁଦାୟ ୫ଟି ଗୀତ ରହିଛି । ଆପଣଙ୍କ ପସନ୍ଦର ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଖୁବ ଭଲ ଭାବରେ ଗୀତଗୁଡିକୁ ତିଆରି କରିଛନ୍ତି । ଉଦିତ ନାରାୟଣ, ଅସୀମା ପଣ୍ଡାଙ୍କ ସମେତ ଓଲିଉଡର ଅନେକ ସୁନାମଧନ୍ୟ କଣ୍ଠଶିଳ୍ପୀ ସିନେମାରେ କଣ୍ଠଦାନ କରିଛନ୍ତି । ସିନେମାଟି ଫେବୃଆରୀ ଶେଷ ସପ୍ତାହ କିମ୍ୱା ମାର୍ଚ୍ଚ ପ୍ରଥମ ସପ୍ତାହରେ ରିଲିଜ ହେବ ବୋଲି ସୂଚନା ମିଳିଛି । ତେବେ କେବଳ ଓଡ଼ିଆରେ ନୁହେଁ, ସିନେମାଟି କିପରି ହିନ୍ଦୀ ଏବଂ ବଙ୍ଗଳାରେ ପ୍ରସ୍ତୁତ କରାଯିବ ସେନେଇ ମଧ୍ୟ ଯୋଜନା ରଖିଛନ୍ତି ନିର୍ଦ୍ଦେଶକ ।
Published by:Soubhagya Mishra
First published: