ଓଡ଼ିଆ ସିନେମାରେ ନୂଆ ପରୀକ୍ଷା ନିରୀକ୍ଷା ଆଶା ସଞ୍ଚାର କରୁଛି

ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଏବେ ଓଡ଼ିଆ ସିନେମା । ଗୋଟିଏ ପଟେ ଭଲ ସିନେମା ହେଉନି ବୋଲି ଅଭିଯୋଗ । ଅନ୍ୟପଟେ ସିନେମା ଚାଲିବା ପାଇଁ ଓଡ଼ିଶାରେ ହଲ୍‌ର ଅଭାବ । କିନ୍ତୁ ଏସବୁଭିତରେ ଏବେ ଏଭଳି କିଛି ସିନେମା ଆସିଛି, ଯେଉଁଥିରେ ରହିଛି କିଛି ନୂଆ ଟ୍ରେଣ୍ଡ୍ ।

ଓଡ଼ିଆ ସିନେମାରେ ନୂଆ ପରୀକ୍ଷା ନିରୀକ୍ଷା ଆଶା ସଞ୍ଚାର କରୁଛି

ଓଡ଼ିଆ ସିନେମାରେ ନୂଆ ପରୀକ୍ଷା ନିରୀକ୍ଷା ଆଶା ସଞ୍ଚାର କରୁଛି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଓଡ଼ିଆ ସିନେମାର  ଭବିଷ୍ୟତକୁ ନେଇ ଏବେ ଅନେକ ଚର୍ଚ୍ଚା । ଓଡ଼ିଆ ସିନେମା ଆଉ ଆଗ ପରି ନିଜ ଲୋକପ୍ରିୟତା ବଜାୟ ରଖିପାରିନାହିଁ ।  କପି ପେଷ୍ଟ ସିନେମାର ଭିଡ଼ ଭିତରେ ହଜିଯାଉଛି ପ୍ରକୃତ ଓଡ଼ିଆ ସିନେମାର କାହାଣୀ । ଯେଉଁ ଗୁଡ଼ିକ କପିକରା ସିନେମା ନୁହେଁ, ସେଥିରେ ନୂତନତ୍ୱ କିଛି ନାହିଁ । ତେଣୁ ଦର୍ଶକଙ୍କୁ ତାହା ସିନେମା ଦେଖିବା ଲାଗି ଟାଣି ଆଣିପାରୁନି  ବୋଲି ଅଭିଯୋଗ  ଉଠୁଛି । ତେବେ ଏସବୁ ଭିତରେ ଓଡ଼ିଆ ସିନେମାରେ କିଛି ନୂଆ ଟ୍ରେଣ୍ଡ ସିନେମାର ଭବିଷ୍ୟତ ପାଇଁ ଆଶା ସଞ୍ଚାର କରିଛି।

ସିନେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ,  ଲୋକେ ବଲିଉଡ୍ ମୁଭି ଦେଖୁଛନ୍ତି, ହଲିଉଡ୍  ମୁଭି ବି ଦେଖୁଛନ୍ତି । ହେଲେ  ଓଡ଼ିଆ ସିନେମାକୁ ମୁହଁ ବୁଲାଉଛନ୍ତି । ତେଣୁ  ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛିଏବେ ଓଡ଼ିଆ ସିନେମା । ଗୋଟିଏ ପଟେ ଭଲ ସିନେମା ହେଉନି ବୋଲି ଅଭିଯୋଗ । ଅନ୍ୟପଟେ ସିନେମା ଚାଲିବା ପାଇଁ ଓଡ଼ିଶାରେ ହଲ୍‌ର ଅଭାବ । କିନ୍ତୁ ଏସବୁ ଭିତରେ ଏବେ ଏଭଳି କିଛି ସିନେମା ଆସିଛି, ଯେଉଁଥିରେ ରହିଛି କିଛି ନୂଆ ଟ୍ରେଣ୍ଡ୍ । ଏଭଳି ପରୀକ୍ଷା ନିରୀକ୍ଷା ଓଡ଼ିଆ ସିନେମାର ଭବିଷ୍ୟତକୁ ଏକ ନୂଆ ଦିଗ ଦେଇପାରେ । ଗ୍ୟାଙ୍ଗ୍‌ସ ଅଫ୍‌ ପୁରୀ, ଦମନ, ଏଡିୟୁ ଗୋଦାର, ମାୟାବୀ ଆଦି ସିନେମା ହେଉଛି ତାହାର ବଡ଼ ଉଦାହରଣ ।

କିଛି ଯୁବ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ନୂଆ ଧରଣର  ସିନେମା କରିଛନ୍ତି, ଯାହା ଦର୍ଶକ ମହଲରେ ବେଶ୍ ପ୍ରଶଂସା ସାଉଣ୍ଟୁଛି । କାହାଣୀ, ସଂଳାପ, ଅଭିନେତା, ଅଭିନୟ, ଲୋକେସନ -ଏମିତି ବିଭିନ୍ନ ଦୃଷ୍ଟିରୁ ସିନେମା ଗୁଡ଼ିକ ଅନେକ ନୂତନତ୍ୱ ଧରି ରଖିଛି ବୋଲି କୁହାଯାଇପାରେ । ଏଥିରେ କିଛି ଏକ୍ସପେରିମେଣ୍ଟ ମଧ୍ୟ ଆରମ୍ଭ ହୋଇଛି, ଯାହା ଓଡ଼ିଆ ସିନେମା ପାଇଁ ଶୁଭ ଖବର ।

କୋଭିଡ୍ ସମୟରେ ଯେତେବେଳେ ସିନେମା ହଲ୍ ସବୁ ବନ୍ଦ ହୋଇଗଲା, ସେତେବେଳେ ବିଶ୍ୱର ଯେକୌଣସି ସିନେମା ଇଣ୍ଡଷ୍ଟ୍ରି ପାଇଁ ଉଭା ହେଲା ଗୋଟେ ବଡ଼ ଚ୍ୟାଲେଞ୍ଜ । ଦର୍ଶକଙ୍କ ପାଖରେ କେମିତି ପହଂଚିବ ସିନେମା । ଏହି ସମସ୍ୟାର ଏକ ଚମତ୍କାର ସମାଧାନ ଥିଲା ଓଟିଟି ପ୍ଲାଟଫର୍ମ । ଏହି ପ୍ଲାଟଫର୍ମ ଆସିବା ପରେ ସିନେମା ସବୁ ଏଥିରେ ରିଲିଜ ପାଇଁ ଆଗ୍ରହୀ ହେଲେ ପ୍ରଯୋଜକ । ଓଟିଟି ପ୍ଲାଟଫର୍ମରେ ୱେବ୍‌ସିରିଜ୍ ସବୁ ଭାରି ଲୋକପ୍ରିୟ ହୋଇଗଲା । ୱେବ୍‌ସିରିଜ୍ ସିନେମାରେ ଅନେକ ପ୍ରକାର ଏକ୍ସପେରିମେଣ୍ଟ କରୁଥିଲେ ସିନେ ନିର୍ମାତା ।

ପୁରୀ ଭଳି ଧାର୍ମିକ ସହରରେ ବଢୁଥିବା ଗ୍ୟାଙ୍ଗଷ୍ଟାର ଆଧାରିତ ସିନେମାର କାହାଣୀ ଉପରେ ନୂଆ ସିନେମା ଗ୍ୟାଙ୍ଗସ ଅଫ ପୁରୀ। ଏହାର କାହାଣୀ ସହ ଚମତ୍କାର ସଂଳାପ, ବିଶେଷକରି ପୁରୀର ବୋଲିକୁ ନେଇ ଯେଭଳି ଚିତ୍ରଣ କରାଯାଇଛି, ତାହା ପ୍ରଶଂସନୀୟ । ଗ୍ୟାଙ୍ଗଷ୍ଟାରକୁ ନେଇ ଏଭଳି ଅଥେଣ୍ଟିକ ସିନେମା ଓଡ଼ିଶାରେ କ୍ୱଚିତ୍ । ସେହିଭଳି ସିନେ ଦର୍ଶକ ଓ ସମୀକ୍ଷକଙ୍କ ଭିତରେ ଗୋଟେ ନୂଆ ଆଶା ସଂଚାର କରିଛି ଫିଚର ସିନେମା ' ଏଡିୟୁ ଗୋଦାର’ । ଓଡ଼ିଆ ଦର୍ଶକଙ୍କ ପାଇଁ ଏହା ଗୋଟେ ମୌଳିକ ସିନେମା । କାହାଣୀ ଓ ଅଭିନୟରେ ଦମ୍ ଅଛି । ଏହାର ଭଲ ଚର୍ଚ୍ଚା ପରେ ଆଉ କିଛି ଦର୍ଶକ ମଧ୍ୟ ସିନେମା ହଲ୍‌କୁ ଟାଣିହୋଇ ଯାଇଛନ୍ତି । ବାବୁସାନଙ୍କ ଅଭିନୀତ ସିନେମା ହେଉଛି ‘ଦମନ’ । ଏହାର କାହାଣୀ କୌଣସି କମର୍ସିଆଲ ସିନେମାର କାହାଣୀ ନୁହେଁ, ବରଂ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଅପହଂଚ ଅଂଚଳରେ ଅନ୍ଧବିଶ୍ୱାସ କିପରି ରୋଗକୁ ଡାକିଆଣେ, । ମୋଟ ଉପରେ ବଦଳୁଥିବା ସମୟର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ନୂଆ ଟ୍ରେଣ୍ଡ ଓଡ଼ିଆ ସିନେ ଦର୍ଶକଙ୍କୁ ପୁଣିଥରେ ଓଡ଼ିଆ ସିନେ ମନସ୍କ କରିପାରିବ ବୋଲି ଆଶା କରାଯାଇପାରେ ।
Published by:Soubhagya Mishra
First published: