- News18 Odia
- Last Updated :
- Other, India
News 18 Odia Digital
ଶ୍ରୀନଗର : ଦୀର୍ଘ ତିନି ଦଶନ୍ଧି ପରେ ଜମ୍ମୁ କାଶ୍ମୀରକୁ ଫେରୁଛି ସିନେମା । ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ଜାମ୍ମୁ କାଶ୍ମୀର ପ୍ରଥମ ମଲ୍ଟିପ୍ଲେକ୍ସ । ପ୍ରଥମ ଫିଲ୍ମ ଭାବେ ପ୍ରଦର୍ଶିତ ହେବ ଆମୀର ଖାନଙ୍କ ‘ଲାଲ ସିଂ ଚଡ୍ଡା’। ଦକ୍ଷିଣ କଶ୍ମୀର ଜିଲ୍ଲାର ପୁଲଓ୍ଵାମା ଓ ସୋପିଆନ୍ରେ ମଲ୍ଟିପ୍ଲେକ୍ସ ଉଦଘାଟନ କରିଛନ୍ତି ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ଅନନ୍ତନାଗ, ଶ୍ରୀନଗର, ବନ୍ଦୀପୁରା, ଗନ୍ଦେରଓ୍ଵାଲ, ଡୋଡା, ରାଜୌରୀ, ପୁଞ୍ଝ ଓ କିସ୍ତଓ୍ଵାର ଅଞ୍ଚଳରେ ଖୁବ୍ ଶୀଘ୍ର ସିନେମା ହଲ୍ ଖୋଲିବ ବୋଲି ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଜାମ୍ମୁ କାଶ୍ମୀର ପାଇଁ ଆଜି ଏକ ଐତିହାସିକ ଦିନ। ଜାମ୍ମୁ କାଶ୍ମୀର ଯୁବଗର୍ବଙ୍କୁ ସିନେମା ହଲ୍ ସମର୍ପିତ କରିଛନ୍ତି ଉପରାଜ୍ୟପାଳ। ନୂଆ ମଲ୍ଟିପ୍ଲେକ୍ସ ଜାମ୍ମୁ କାଶ୍ମୀରରେ ନିଯୁକ୍ତି ସୃଷ୍ଟି କରିବା ସହ ଯୁବବର୍ଗଙ୍କୁ ତାଲିମ୍ ଓ ସେମିନାରରେ ବ୍ୟବହାର ହୋଇପାରିବ ବୋଲି କହିଛନ୍ତି ଉପରାଜ୍ୟପାଳ। ୧୯୯୦ ଦଶକର ଶେଷ ଭାଗରେ କର୍ତ୍ତୃପକ୍ଷ କିଛି ସିନେମା ହଲ ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ମାଓବାଦୀମାନେ ସେପ୍ଟେମ୍ବର ୧୯୯୯ ରେ ଲାଲ ଛକ ରେଗାଲ୍ ସିନେମା ଉପରେ ଘାତକ ଗ୍ରେନେଡ୍ ଆକ୍ରମଣ କରି ଏହି ଉଦ୍ୟମକୁ ବିଫଳ କରିଥିଲେ। ୧୯୮୦ ଦଶକର ଶେଷ ପର୍ଯ୍ୟନ୍ତ ସିନେମା ହଲ୍ କାର୍ଯ୍ୟ କରୁଥିଲା, କିନ୍ତୁ ଆତଙ୍କବାଦୀଙ୍କ ଦ୍ୱାରା ଧମକ ଦିଆଯିବା ପରେ ସେମାନଙ୍କୁ ବ୍ୟବସାୟ ବନ୍ଦ କରିବାକୁ ପଡିଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।