୧୨ ବର୍ଷର ପ୍ରେମ ହେଲା ଅଲଗା; ଶେଷ ଦେଖାରେ ଇମୋସନାଲ ଅଭିନେତା ସ୍ୱରାଜ

୧୨ ବର୍ଷ ଧରି ଥିଲା ନିବିଡ ସମ୍ପର୍କ । ଅନେକ ସ୍ଥାନକୁ ଏକାଠି ଯାଇଥିଲେ । ସୁଟିଂକୁ ମଧ୍ୟ ସାଥିରେ ନେଇଯାଉଥିଲେ । ହେଲେ କିଛି କାରଣରୁ ଆଜି ସମ୍ପର୍କରେ ପଡିଗଲା ପୂର୍ଣ୍ଣଛେଦ । ମନ ଦୁଃଖରେ ସବୁକଥା କହିଦେଲେ ଆପଣଙ୍କ ପ୍ରିୟ ଅଭିନେତା ସ୍ୱରାଜ ।

୧୨ ବର୍ଷର ପ୍ରେମ ହେଲା ଅଲଗା; ଶେଷ ଦେଖାରେ ଇମୋସନାଲ ଅଭିନେତା ସ୍ୱରାଜ

୧୨ ବର୍ଷର ପ୍ରେମ ହେଲା ଅଲଗା; ଶେଷ ଦେଖାରେ ଇମୋସନାଲ ଅଭିନେତା ସ୍ୱରାଜ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଓଲିଉଡରେ ଶିଶୁ କଳାକାରରୁ ହିରୋ ବନିଥିବା ଅଭିନେତା ସ୍ୱରାଜ ବାରିକ ଆଜି ସୋସିଆଲ ମିଡିଆରେ ନିଜ ମନକଥା କହିଛନ୍ତି । ସ୍ୱରାଜଙ୍କର ପ୍ରିୟର ସାଥି ଆଜି ତାଙ୍କଠୁ ଅଲଗା ହୋଇଛି । ଯାହା ସହ ତାଙ୍କର ଅନେକ ସ୍ମୃତି ରହିଛି । ତାକୁ ଅନେକ ଭଲ ପାଉଥିଲେ ସ୍ୱରାଜ । ସିନେମାର ପ୍ରଥମ ଶୁଭ ମହୁରତରେ ମଧ୍ୟ ତାକୁ ସାଥିରେ ନେଇ ଯାଉଥିଲେ । ସବୁ ସୁଖ ଦୁଖରେ ସେ ସାଥି ଥିଲା ଭାଗିଦାର । ସେ ହେଉଛି ସ୍ୱରାଜ ବାରିକଙ୍କର ୧୨ ବର୍ଷର ପୁରୁଣା ଅଲଟୋ କାର୍ ।

ସ୍ୱରାଜ ଆଜି ସୋସିଆଲ ମିଡିଆରେ ଷ୍ଟାଟସ ଦେବାସହ ଲାଇଭ୍ ଆସିଥିଲେ । ଲାଇଭରେ ମନରେ ଥିବା କଥା ସବୁ ନିଜ ଫ୍ୟାନ୍ସଙ୍କୁ ସେୟାର କରିଥିଲେ । ସେ କହିଥିଲେ .. ମୋର ତଥା ଆମ ପରିବାରର ପ୍ରଥମ ଗାଡି ଅଲଟୋ । ୧୨ ବର୍ଷର ସମ୍ପର୍କ ଏ ଗାଡି ସହ । ମଧ୍ୟବିତ୍ତ ପରିବାରରୁ ଆସିଥିଲି ତେଣୁ ମୁଁ ଜାଣିନଥିଲି କାର୍ କଣ ? ଚାରି ଚକିଆ କଣ ? କାରରେ ବସୁଥିଲି ସତ ତେବେ ମୋର ନିଜର କାର ନଥିଲା । ସୁଟିଂ ପାଇଁ ବ୍ୟବହାର କରାଯାଉଥିବା ଗାଡିରେ ହିଁ ମୁଁ ଯିବା ଆସିବା କରୁଥିଲି । ମୋ ସହ କଳାକାରମାନଙ୍କର କାର୍ ଥିଲା ମୋର ନଥିବାରୁ ମନ ଦୁଃଖ ହେଉଥିଲା । ମୋର ଅନେକ ଇଚ୍ଛା ହେଉଥିଲା କାରଟିଏ କିଣିବାକୁ । ମୁଁ ବାପାଙ୍କୁ, ଜେଜେ ବାପାଙ୍କୁ କହିଥିଲି କାର୍ ପାଇଁ । ଆମ ପରିବାର ଲୋକଙ୍କୁ ରାଜି କରାଇଥିଲି । ସବୁଠୁ କମ ଟଙ୍କାରେ ମିଳୁଥିବା ମାରୁତିଟିଏ କିଣିବାକୁ ଘରଲୋକେ ରାଜି ହୋଇଥିଲେ । ତଥାପି ଗାଡିର ଦାମ ଥିଲା ୩ ଲକ୍ଷ ୩୦ ହଜାର ଟଙ୍କା । ଯାହାକୁ ଯୋଗାଡ କରିବା ଆମ ପରି ମଧ୍ୟବିତ୍ତ ପରିବାର ପାଇଁ ବହୁତ ବଡ଼ ଥିଲା । ମୁଁ ଶିଶୁ କଳାକାର ଭାବରେ ପାରିଶ୍ରମିକ ପାଇ ସାଇତି ରଖିଥିଲି । ଏଥିରେ ଜେଜେ ବାପାଙ୍କ ପେନସନ ଟଙ୍କା ଓ ବାପାଙ୍କ ଦରମାରୁ ମିଶାଇ ଟଙ୍କା ଯୋଗାଡ କରି ଏ ଗାଡିଟିକୁ କିଣିଥିଲୁ ।

ଗାଡି ସହ ସମ୍ପର୍କ ହେଉଛି, ଏ ମୋ ପରିବାରର ସଦସ୍ୟ । ୧୨ ବର୍ଷ ମଧ୍ୟରେ ଏ ଗାଡିଟି ସବୁ ସୁଖ ଦୁଖ ଦେଖିଛି । ଏହି ଗାଡିରେ ମୁଁ ଗାଡି ଚଳାଇବା ଶିଖିଛି । ମୋର ପ୍ରତ୍ୟକ ସିନେମାର ମହୁରତରେ ଏହି ଗାଡି ମୁଁ ନେଇକି ଯାଇଛି । ଏହା ମୋ ପାଇଁ ଶୁଭ ଥିଲା । ଏବେ ମଧ୍ୟ ମୋ ପାଖେ ଅନ୍ୟ ଗାଡି ଥିଲେ ମଧ୍ୟ ମୁଁ ଶୁଭ କାମରେ ଏହି ପୁରୁଣା ଗାଡିଟିକୁ ନେଇକିଯାଏ । । ଏ ଗାଡି ମତେ ପିଲାଦିନୁ ଏ ପର୍ଯ୍ୟନ୍ତ ଦେଖିଛି । ତେଣୁ ଏହାକୁ ନିଜଠୁ ଅଲଗା କରିବାକୁ କଷ୍ଟ ହେଲେ ମଧ୍ୟ ସମୟର ସ୍ରୋତରେ ପରିବର୍ତ୍ତନକୁ ଆପଣାଇବାକୁ ପଡିବ । କେବଳ ଯେ ସମ୍ପର୍କ ରକ୍ତର ତାହା ନୁହେଁ । ସମ୍ପର୍କ ଅନୁଭବର । ତାହା  ନିର୍ଜୀବ ହେଉ କି ସଜୀବ । ବ୍ଲୁ କଲର ଗାଡି ହିଁ ଆମ ପରିବାରର ପ୍ରିୟ । ଆଗକୁ ଆଉ ଏକ ନୂଆ ଗାଡି ମଧ୍ୟ କିଣାଯିବ । ନୂଆ ଗାଡି ବୁକିଂ ସରିଛି । ତାହାର ରଙ୍ଗ ମଧ୍ୟ ବ୍ଲୁ ହିଁ ରହିବ ।

ପରିବାର ସଦସ୍ୟଙ୍କ ସହ ସ୍ୱରାଜ ଏବଂ ତାଙ୍କର କାର
Published by:Soubhagya Mishra
First published: