କରୋନା ଚିକିତ୍ସା: Zydus Cadila ଲଞ୍ଚ୍ କଲା ରେମଡେକ୍ ଇଞ୍ଜେକ୍ସନ୍; ପ୍ରତି ଶିଶିର ଦାମ୍ ୨,୮୦୦ ଟଙ୍କା

ରେମଡେକ ନାମକ ଏହି ଇଞ୍ଜେକ୍ସନର ଦାମ୍ ରେମଡେସିଭିର ଅପେକ୍ଷା ବହୁତ ଶସ୍ତା ରହିଛି । ରେମଡେସିଭିର୍ ଇଞ୍ଜେକ୍ସନର ଦାମ୍ ୫,୦୦୦ ଟଙ୍କା ଥିବା ବେଳେ ରେମଡେକ ଇଞ୍ଜେକ୍ସନର ଦାମ୍ ୨,୮୦୦ ଟଙ୍କା ରହିଛି ।

କରୋନା ଚିକିତ୍ସା: Zydus Cadila ଲଞ୍ଚ୍ କଲା ରେମଡେକ୍ ଇଞ୍ଜେକ୍ସନ୍; ପ୍ରତି ଶିଶିର ଦାମ୍ ୨,୮୦୦ ଟଙ୍କା
ଜାଇଡସ୍ କ୍ୟାଡିଲା ଲଞ୍ଚ କରିଥିବା ଇଞ୍ଜେକ୍ସନ୍ ରେମଡେକ୍
  • News18 Odia
  • Last Updated: August 14, 2020, 2:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅହମଦାବାଦ: ସାରା ଦେଶରେ କରୋନା ଭାଇରସ୍‌ (Coronavirus) ମହାମାରୀ ଚିନ୍ତା ବଢ଼େଇ ଚାଲିଥିବା ବେଳେ ଏକ ଆଶ୍ୱସ୍ତିକର ଖବର ଆସିଛି । କରୋନା ରୋଗୀଙ୍କ ଚିକିତ୍ସାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନାଯାଉଥିବା ରେମଡେସିଭିର୍‌ (Remdesivir)  ଇଞ୍ଜେକ୍ସନର ସବୁ ଠାରୁ ଶସ୍ତା ରୂପ ଶୁକ୍ରବାର ଠାରୁ ଦେଶର ବିଭିନ୍ନ ରାଜ୍ୟରେ ପହଞ୍ଚିବା ଆରମ୍ଭ କରିଛି ।

ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଜାଇଡସ୍ କ୍ୟାଡିଲା (Zydus Cadila) ଏହି ଇଞ୍ଜେକ୍ସନ୍ ଲଞ୍ଚ୍‌ କରିଛି । ଏହାର ପ୍ରତି ଶିଶିର ଦାମ୍‌ ୨,୮୦୦ ଟଙ୍କା ରହିଛି । ଏଥି ସହ ବୁଟିକ୍ ଲାଇଫ୍ ସାଇନ୍ସ ନାମକ ଏକ ଫାର୍ମା କମ୍ପାନୀ ବି ତିନି ଲକ୍ଷ ଇଞ୍ଜେକ୍ସନ ବନେଇଛି ।

କରୋନା ମହାମାରୀ ସଙ୍କଟ ସମୟରେ ଗୁଜରାଟର ଦୁଇଟି କମ୍ପାନୀ ରେମଡେସିଭିର ଇଞ୍ଜେକ୍ସନ ପରି ଇଞ୍ଜେକ୍ସନ୍‌ ମାସକୁ ନଅ ଲକ୍ଷ ଉତ୍ପାଦନ କରିଛନ୍ତି, ଯାହା ରୋଗୀଙ୍କ ପାଇଁ ଏକ ସଞ୍ଜୀବନି ପ୍ରମାଣିତ ହୋଇଛି । ଜାଇଡସ୍ କ୍ୟାଡିଲା ମାସକୁ ଛଅ ଲକ୍ଷ ଇଞ୍ଜେକ୍ସନ୍ ଓ ବୁଟିକ୍ ଲାଇଫ୍ ସାଇନ୍ସ ତିନି ଲକ୍ଷ ଇଞ୍ଜେକ୍ସନ ବନେଇଛି । ଶୁକ୍ରବାର ଠାରୁ ଏହି ଇଞ୍ଜେକ୍ସନ୍‌ ବଜାରରେ ଉପଲବ୍ଧ ହେବ ।

କରୋନା ଭାଇରସର ଚିକିତ୍ସାରେ ରେମଡେସିଭିର୍ ସବୁ ଠାରୁ ପ୍ରଭାବଶାଳୀ ଆଣ୍ଟି-ଭାଇରାଲ୍ ଔଷଧ ।


ଏହା ବି ପଢ଼ନ୍ତୁHONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍‌ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

ଜାଇଡସ୍ କ୍ୟାଡିଲା ରେମଡେକ (Zydus Cadila Remdak) ନାମକ ଏହି ଇଞ୍ଜେକ୍ସନର ଦାମ୍‌ ରେମଡେସିଭିର ଅପେକ୍ଷା ଶସ୍ତା ରହିଛି । ରେମଡେକ ଇଞ୍ଜେକ୍ସନ୍ ୨,୮୦୦ ଟଙ୍କାରେ ଉପଲବ୍ଧ ହୋଇଛି । ରେମଡେସିଭିର୍‌ ଇଞ୍ଜେକ୍ସନର ଦାମ୍‌ ୫,୦୦୦ ଟଙ୍କା । ସାରା ଦେଶର ଅନେକ ରୋଗୀ ଏଥିରୁ ଉପକୃତ ହେବେ ବୋଲି ଆଶା ପ୍ରକାଶ କରାଯାଉଛି ।



ରାମଡେକ ଇଞ୍ଜେକ୍ସନକୁ ଜାଇଡସ କ୍ୟାଡିଲା ରେମଡେସିଭିର ଇଞ୍ଜେକ୍ସନର ସମାନ ପ୍ରଯୁକ୍ତିବିଦ୍ୟା ସହିତ ତିଆରି କରାଯାଇଛି । ଏହା ଶରୀରରେ ଶୀଘ୍ର ପ୍ରଭାବ ପକାଇବ । ଏହି ଇଞ୍ଜେକ୍ସନ ଓଡ଼ିଶା ସମେତ ଭାରତର ଅନ୍ୟ ରାଜ୍ୟମାନଙ୍କରେ କରୋନା ରୋଗୀଙ୍କ ପାଇଁ ଉପଯୋଗୀ ହେବ ।
Published by: Anand Shankar Thankur Das
First published: August 14, 2020, 2:59 PM IST
corona virus btn
corona virus btn
Loading