ସାବଧାନ! କରୋନା ଭାଇରସ୍ ବିଷୟରେ ଗୁଜବ ପ୍ରଚ଼ାର କରି ରାୟଗଡ଼ାରେ ଜଣେ ଗିରଫ ହେଲା

ଜଣେ କେରଳ ଫେରନ୍ତା ଯୁବକ କରେନା ଭାଇରସରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ବୋଲି ସେ ଫେସବୁକରେ ପୋଷ୍ଟ କରିଥିଲେ । ଏହି ମେସେଜ ଏକ ହ୍ୱାଟସ୍ ଆପ୍ ଗୃପରୁ ପାଇ ସେ ଫେସବୁକରେ ପୋଷ୍ଟ କରିଥିବାରୁ ହ୍ୱାଟସ୍ ଆପରେ ମେସେଜ ଦେଇଥିବା ବ୍ୟକ୍ତିକୁ ସେ ‘‘ପ୍ରକୃତ ଦୋଷୀ’’ ବୋଲି କହିଛନ୍ତି ।

ସାବଧାନ! କରୋନା ଭାଇରସ୍ ବିଷୟରେ ଗୁଜବ ପ୍ରଚ଼ାର କରି ରାୟଗଡ଼ାରେ ଜଣେ ଗିରଫ ହେଲା
ପୋଲିସ ଗିରଫରେ ଅଭିଯୁକ୍ତ ସତ୍ୟନାରାୟଣ ସାମଲ
  • News18 Odia
  • Last Updated: March 14, 2020, 1:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାୟଗଡ଼ା: କରୋନା ଭାଇରସକୁ ନେଇ ଭାରତ ସମେତ ସମଗ୍ର ବିଶ୍ୱରେ ଆତଙ୍କ ଓ ସୁରକ୍ଷାର ପ୍ରୟାସ ଚ଼ାଲିଥିବା ବେଳେ ଏହି ମହାମାରୀ ବିଷୟରେ ସୋସିଆଲ୍ ମିଡ଼ିଆରେ ଏକ ମିଥ୍ୟା ଖବର ପୋଷ୍ଟ୍‌ କରିଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି ।

ଜିଲ୍ଲାରେ ଜଣେ କରେନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି ବୋଲି ଏକ ଗୁଜବ ଖବର ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଆଜି ମୁନିଗୁଡା ପୁଲିସ ସତ୍ୟନାରାୟଣ ସାମଲ ନାମକ ଯୁବକକୁ ଗିରଫ କରିଛି । ଅଭିଯୁକ୍ତର ଘର ଅମ୍ବାଦୋଳାରେ ବୋଲି ରାୟଗଡ଼ା ଏସ୍‌.ପି. ଡଃ ଶର୍ବଣା ବିବେକ୍ .ଏମ୍. ସୂଚନା ଦେଇଛନ୍ତି ।

ଗୁରୁବାର ରାତି ପ୍ରାୟ ୧୦:୧୨ ମିନିଟରେ ସତ୍ୟନାରାୟଣ କରୋନା ମହାମାରୀକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । କାଶିପୁର ବ୍ଲକର ଜଣେ କେରଳ ଫେରନ୍ତା ଯୁବକ କରେନା ଭାଇରସରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ବୋଲି ସେ ଫେସବୁକରେ ପୋଷ୍ଟ କରିଥିବା ଜଣା ପଡ଼ିଥିଲା । ଏହି ପୋଷ୍ଟକୁ ନେଇ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିଲା ।

ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ବ୍ଲକରେ ଥିବା ଡାକ୍ତରଖାନାରେ ଥିବା ରୋଗୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା । ପରେ ଏହି ଖବର ପୂର୍ଣ୍ଣତଃ ଗୁଜବ ବୋଲି ଜଣାପଡିଥିଲା । ଏହି ଘଟଣାରେ ଏସ୍‌.ପି.ଙ୍କ ସାମନାକୁ ଆସିବା ପରେ ତାଙ୍କ ନିର୍ଦେଶ କ୍ରମେ ସୋସିଆଲ୍ ମିଡିଆରେ ଗୁଜବ ପୋଷ୍ଟ୍‌ କରିଥିବା ବ୍ୟକ୍ତି ସତ୍ୟନାରାୟଣ ସାମଲକୁ ଗିରଫ କରାଯାଇଥିଲା । ଏନେଇ ମୁନିଗୁଡା ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ରାୟଗଡ଼ା ଏସ୍.ପି. ଡଃ ଶର୍ବଣା ବିବେକ୍ .ଏମ୍.


‘‘ଆମେ ଆଇ.ପି.ସି. ଓ ଆଇ.ଟି. ଆଇନର ବିଭିନ୍ନ ଧାରାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛୁ । ଆମେ ସୋସିଆଲ୍‌ ମିଡ଼ିଆ ଉପରେ ତୀକ୍ଷ୍ଣ ନଜର ରଖିଛୁ । କେହି ବିଯଦି କୌଣସି ଫେକ୍‌ ନ୍ୟୁଜ୍‌ ପ୍ରସାର କରନ୍ତି ତାହେଲେ ଆମେ ତାଙ୍କ ବିରୁଦ୍ଧରେ ଆଇନସମ୍ମତ ପଦକ୍ଷେପ ନେବୁ,’’ କହିଛନ୍ତି ରାୟଗଡ଼ା ଏସ୍‌.ପି. ଡଃ ଶର୍ବଣା ବିବେକ୍ .ଏମ୍. ।

ହେଲେ ଅଭିଯୁକ୍ତ ସତ୍ୟନାରାୟଣ ସାମଲ କହିଛନ୍ତି ଯେ ସେ ‘‘ପ୍ରକୃତ ଦୋଷୀ’’ ନୁହଁନ୍ତି । ‘‘ମୁଁ ହ୍ୱାଟସ୍‌ ଆପରେ ଗୋଟେ ଗୃପରେ ଏକ ମେସେଜ ଦେଖିଲି ଯେ ଜଣେ କରୋନା ଆକ୍ରାନ୍ତ ରୋଗୀ ରାୟଗଡ଼ାରେ ପହଞ୍ଚିଛି । ଜିଲ୍ଲାର ସବୁ ବାସିନ୍ଦାଙ୍କ ମଙ୍ଗଳ ପାଇଁ ସେହି ମେସେଜକୁ ହ୍ୱାଟସ୍‌ ଆପରୁ ଆଣି ମୁଁ ଫେସବୁକରେ ପୋଷ୍ଟ କଲି । ମୋ’ ଉଦ୍ଦେଶ୍ୟ ଖରାପ ନଥିଲା । ଯିଏ ହ୍ୱାଟସ୍‌ ଆପରେ ସେହି ମେସେଜ ପୋଷ୍ଟ କରିଛି ସେ ହିଁ ପ୍ରକୃତ ଦୋଷୀ । ତେଣୁ ତାକୁ ଗିରଫ କରାଗଲେ ଭଲ ହୁଅନ୍ତା,’’ କହିଛନ୍ତି ସାମଲ ।
First published: March 14, 2020, 1:06 AM IST
corona virus btn
corona virus btn
Loading