କୋଭିଡ-୧୯ ପାଇଁ ଉନ୍ନତ ସୁରକ୍ଷା ଉପକରଣ ବନାଉଛନ୍ତି କଟକର ୨୫ ଜଣ ଯୁବ ଇଞ୍ଜିନିୟର

ମାତ୍ର ୭୦ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଏହି ଫେସ୍ ସିଲ୍ଡ ଅନ୍ୟ ସିଲ୍ଡଗୁଡିକ ଠାରୁ ହାଲୁକା, ବହୁତ ଶସ୍ତା, ଉନ୍ନତ ଓ ସୁରକ୍ଷିତ । ପ୍ରାଥମିକ ପର୍ଯ୍ୟାୟରେ ୫,୦୦୦ ସିଲ୍ଡ ପ୍ରସ୍ତୁତ କରାଯାଇ ବିଏମସି ଓ କମିଶନରେଟ ପୋଲିସକୁ ହସ୍ତାନ୍ତରିତ କରାଯିବ ।

କୋଭିଡ-୧୯ ପାଇଁ ଉନ୍ନତ ସୁରକ୍ଷା ଉପକରଣ ବନାଉଛନ୍ତି କଟକର ୨୫ ଜଣ ଯୁବ ଇଞ୍ଜିନିୟର
ଯୁବ ଇଞ୍ଜିନିୟର ଅନିଲ ପ୍ରଧାନ
  • News18 Odia
  • Last Updated: April 23, 2020, 7:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡ-୧୯ ପଜିଟିଭ୍ ବା ସନ୍ଦିଗ୍ଧମାନେଙ୍କ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ଫ୍ରଣ୍ଟଲାଇନ୍ ସୈନିକମାନଙ୍କ ପାଇଁ ଏକ ଫେସ୍ ସିଲ୍ଡ ଉଦ୍ଭାବନ କରିଛନ୍ତି କଟକ ବୟାଳିଶ ମୌଜା ବାସିନ୍ଦା ଯୁବ ଇଞ୍ଜିନିୟର ଅନିଲ ପ୍ରଧାନ ଓ ତାଙ୍କ ଟିମ୍ । ଏହି ଫେସ୍‌ ସିଲ୍ଡଟି ଅପେକ୍ଷାକୃତ ହାଲୁକା ହୋଇଥିବା ବେଳେ ଏହାକୁ ସହଜରେ ପିନ୍ଧାଯାଇ ପାରିବ ଏବଂ ଏହାକୁ ସାନିଟାଇଜ୍ କରି ବାରମ୍ବାର ବ୍ୟବହାର ମଧ୍ୟ କରାଯାଇ ପାରିବ ।

ଏହା ସହିତ ଏବେ ଉପଲବ୍ଧ ହେଉଥିବା ଅନ୍ୟ ସିଲ୍ଡଗୁଡିକ ଠାରୁ ଏହା ଅନେକ ଗୁଣରେ ଶସ୍ତା, ଉନ୍ନତ ଓ ସୁରକ୍ଷିତ ବୋଲି କହିଛନ୍ତି ଅନିଲ ଓ ତାଙ୍କ ଟିମ୍ । ଏହାର ପ୍ରସ୍ତୁତି ପାଇଁ ମାତ୍ର ୭୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୫,୦୦୦ ସିଲ୍ଡ ପ୍ରସ୍ତୁତ କରାଯାଇଛି । ଏଗୁଡ଼ିକୁ ଖୁବ ଶୀଘ୍ର ବିଏମସି ଓ କମିଶନରେଟ ପୋଲିସକୁ ପ୍ରଦାନ ପାଇଁ ଲକ୍ଷ ରଖାଯାଇଛି ।

“ଏହି ସିଲ୍ଡଗୁଡିକ ବହୁତ ହାଲୁକା ହୋଇଥିବାରୁ ଏହାକୁ ଗୋଟିଏ ଉପରେ ଗୋଟିଏ କରି ରଖି ହେବ । ଅତି ସହଜରେ ଏହାକୁ ଯେକୌଣସି ସ୍ଥାନକୁ ପରିବହନ ମଧ୍ୟ କରାଯାଇ ପାରିବ । କେବଳ ଫୋଲ୍ଡ୍ କରି ଏହାକୁ ବ୍ୟବହାର କରାଯାଇ ପାରିବ । ଏବେ ଉପଲବ୍ଧ ଥିବା ଫେସ୍ ସିଲ୍ଡ ଠାରୁ ଏହା ଅଧିକ ସୁରକ୍ଷିତ,” କହିଛନ୍ତି ବେଙ୍ଗାଲୁରୁର ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ତଥା ନବୋନ୍ବୋଷ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ବୈଶାଳୀ ଶର୍ମା ।

ଅନିଲ ପ୍ରଧାନ ଓ ତାଙ୍କ ଟିମ୍ ଉଦ୍ଭାବନ କରିଥିବା ଫେସ୍ ସିଲ୍ଡ


ଏହା ସହିତ ରିମୋଟ୍ ଦ୍ବାରା ପରିଚାଳିତ ହେଉଥିବା ଭେଣ୍ଟିଲେଟର, ପି.ପି.ଇ କିଟ୍, ଏନ୍-୯୫ ମାସ୍କ, ପି.ଏ.ପି.ଆର ଇତ୍ୟାଦି ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି ଏମାନେ । ଅନିଲଙ୍କୁ ମିଶାଇ ନବୋନ୍ବେଷ ପ୍ରସାର ଫାଉଣ୍ଡେସନରେ ଥିବା ୨୫ ଜଣ ଯୁବ ଇଞ୍ଜିନିୟର ଏଥି ପାଇଁ ଦିନରାତି ଏକ କରି ଦେଇଛନ୍ତି ।  ସିଲ୍ଡ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଦୈନିକ ଏକ ହଜାର ସିଲ୍ଡ ପ୍ରସ୍ତୁତି ଲକ୍ଷ ରଖିଛନ୍ତି ଏମାନେ ।

ଦେଶ ତଥା ବିଦେଶରେ କାର୍ଯ୍ୟରତ ଥିବା ଏହି ଫାଉଣ୍ଡେସନର ସଦସ୍ୟମାନେ ପ୍ରତି ଦିନ ଭିଡିଓ କନଫରେସିଂ ଜରିଆରେ ପ୍ରସ୍ତୁତିର ଅଗ୍ରଗତି ସ୍ପମ୍ପର୍କରେ ପରସ୍ପର ସହିତ ଆଲୋଚନା ମଧ୍ୟ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ଅନଲାଇନରେ  ଦାନ ମଧ୍ୟ ମିଳିବା ମଧ୍ୟ ଆରମ୍ଭ ହୋଇସାରିଛି ।

“ଭୁବନେଶ୍ବର ଠାରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସଫ୍ଟଓ୍ବେଆର ଟେକ୍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆ ବା SPTIର ସହଯୋଗରେ ସେଠାରେ ଥିବା ଉନ୍ନତ ଲ୍ୟାବରେ ଏହି ଫେସ୍ ସିଲ୍ଡଗୁଡିକୁ ଆମେ ତିଆରି କରୁଛୁ । ସିଲ୍ଡ୍ ଗୁଡିକୁ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ପରାମେଡିକାଲ ଷ୍ଟାଫ, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମୀ ଓ ପୋଲିସ  କର୍ମୀଙ୍କୁ ବଣ୍ଟା ଯିବ । ଏହା ସହିତ ଖୁବ ଶିଘ୍ର ଭେଣ୍ଟିଲେଟର, ପିପିଇ କିଟ୍, ଏନ ୯୫ ମାସ୍କ, ପି.ଏ.ପି.ଆର ଇତ୍ୟାଦିର ଡିଜାଇନ ଶେଷ ହେବା ପରେ ସେଗୁଡିକୁ ମଧ୍ୟ ବିନା ମୂଲ୍ୟରେ ଯୋଗାଇ ଦେବୁ,’’ କହିଛନ୍ତି ନବୋନ୍ବେଷ ପ୍ରସାର ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କଟକ ବୟାଳିସ ମୌଜା ବାସିନ୍ଦା ଯୁବ ଇଞ୍ଜିନିୟର ଅନିଲ ପ୍ରଧାନ ।

ପ୍ରଧାନଙ୍କ ଏହି ଟିମରେ ମୋଟ ୨୫ ଜଣ ଯୁବ ଇଞ୍ଜିନିୟର ଅଛନ୍ତି । ସେମାନେ ମୁଳତଃ ବୁର୍ଲା ସ୍ଥିତ ବିର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ । ଏବେ ସେମାନେ ଦେଶ ତଥା ବିଦେଶର ଥିବା ବିଭିନ୍ନ କମ୍ପାନୀରେ କାମ କରୁଥିଲେ ମଧ୍ୟ ଏହି ମହାମାରିର ମୁକାବିଲା ପାଇଁ ନିଜ ଜ୍ଞାନ କୌଶଳରେ ନୂଆ କିଛି ତିଆରି କରିବା ପାଇଁ ଏକାଠି ହୋଇଛନ୍ତି ।
First published: April 23, 2020, 7:04 PM IST
corona virus btn
corona virus btn
Loading