ଭୁବନେଶ୍ୱର XIMBରେ ୨୮ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଇନଷ୍ଟିଚ୍ୟୁଟ୍ ସିଲ୍ ହେଲା
XIMBରେ ପଜିଟିଭ ଚିହ୍ନଟ ହୋଇଥିବା ୨୮ ଜଣ ଯାକ ଛାତ୍ରଛାତ୍ରୀ ବାହାର ରାଜ୍ୟର । ଆକ୍ରାନ୍ତମାନଙ୍କର କଣ୍ଟାକ୍କ୍ଟ ଟ୍ରେସିଂ କରିବା ସହ ଅନ୍ୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ RTPCR ଟେଷ୍ଟ ଆରମ୍ଭ ହୋଇଛି । ୨୦୦ରୁ ଅଧିକ ନମୁନା ସଂଗ୍ରହ କରାଯାଇଛି ।

ଜାଭିୟର୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ଼୍ଟ ଅଫ୍ ଇନଷ୍ଟିଚ୍ୟୁଟ୍ ପରିସରର ଏକ ଦୃଶ୍ୟ
- News18 Odia
- Last Updated: March 22, 2021, 10:48 PM IST
ଭୁବନେଶ୍ୱର: ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଏକା ଥରେ ୨୮ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱରେ ଥିବା ଜାଭିୟର୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ଼୍ଟ ଅଫ୍ ଇନଷ୍ଟିଚ୍ୟୁଟକୁ (ଏକ୍ସ.ଆଇ.ଏମ୍.ବି., XIMB) ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.)। ଇନଷ୍ଟିଚ୍ୟୁଟ ପରିସରକୁ ସାନିଟାଇଜ୍ କରିବା ସହ ଅନ୍ୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କରୋନା ଟେଷ୍ଟିଙ୍ଗ ଆରମ୍ଭ ହୋଇଛି । ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ଗୋଟିଏ ପରିବାରର ତିନି ଜଣ ବ୍ୟକ୍ତି ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏକ୍ସ.ଆଇ.ଏମ୍.ବି.ରେ ପଜିଟିଭ ଚିହ୍ନଟ ହୋଇଥିବା ୨୮ ଜଣ ଯାକ ଛାତ୍ରଛାତ୍ରୀ ବାହାର ରାଜ୍ୟର ବୋଲି ଜଣାପଡିଛନ୍ତି । ଏହି ଘଟଣାକୁ ନେଇ ଏବେ ଚିନ୍ତା ବଢିଛି । ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା ସହ ଅନ୍ୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଆର୍.ଟି.ପି.ସି.ଆର୍. ଟେଷ୍ଟ ହୋଇଛି । ସୋମବାର ୨୦୦ରୁ ଅଧିକ ନମୁନା ସଂଗ୍ରହ କରାଯାଇଛି । ଇନଷ୍ଟିଚ୍ୟୁଟର ସବୁ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଟେଷ୍ଟିଙ୍ଗ କରାଯିବା ପରେ ସେମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦେଶ ଦିଆଯାଇଛି।
ଏହା ବି ପଢ଼ନ୍ତୁ | CBSE ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଭଲ ଖବର ଆସିଛି

XIMB ପରିସରକୁ ସାନିଟାଇଜ୍ କରାଯାଉଛି ।
‘‘ଏଣିକି ଆଉ ଅବହେଳା ବରଦାସ୍ତ କରାଯିବନି । ଏନଫୋର୍ସମେଣ୍ଟ ବଢାଇବା ସହ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରରେ ତୀକ୍ଷ୍ଣ ନଜର ରହିବ। ଅଧିକ ନଜର ରହିବ କରୋନା ହଟସ୍ପଟ୍ ପାଲଟି ଥିବା ରାଜ୍ୟରୁ ତଥା ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଉପରେ । RTPCR ଟେଷ୍ଟିଂ ଅଧିକ ହେବ । ସ୍ମାର୍ଟ ସିଟିର ଅନ୍ୟ ଅଞ୍ଚଳରେ ବି ଚେକିଂ ଜୋରଦାର୍ ହେବ,’’ କହିଛନ୍ତି ଚୌଧୁରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଭିନୟ ବ୍ୟତୀତ ଏହି ସାତ ଜଣ ଭାରତୀୟ ଅଭିନେତ୍ରୀଙ୍କର ପେଶା ହେଉଛି ଦେହ ବ୍ୟବସାୟ
ଗତ ପାଞ୍ଚରୁ ସାତ ଦିନ ହେଲା ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଦୈନିକ ସଂକ୍ରମଣ ଦୁଇ ଅଙ୍କରେ ପହଞ୍ଚିଛି । ସୋମବାର ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ମୋଟ ୩୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର । ଏକ୍ସ.ଆଇ.ଏମ୍.ବି. ସିଲ୍ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢିଛି ।
ଏହା ବି ପଢ଼ନ୍ତୁ | ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ୫ ଲକ୍ଷ ଟଙ୍କା
‘‘କଲେଜର ଅନେକ କର୍ମଚାରୀ ସାଲିଆ ସାହିରେ ରହୁଛନ୍ତି । ସେମାନଙ୍କ ଦ୍ବାରା ସଂକ୍ରମଣ ବ୍ୟାପିବା ଭୟ ରହୁଛି । ତେଣୁ ଅଧିକ ସଚେତନତା ଜରୁରୀ । ଭୟ ତ ରହିବ, ତଥାପି ଆମେ ସତର୍କ ଅଛୁ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ରମାକାନ୍ତ ।
ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ତାଙ୍କ ପରିବାରର ତିନି ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଜଣାପଡିବା ପରେ RTPCR ଟେଷ୍ଟରୁ ସେମାନେ ପଜିଟିଭ ଥିବା ଜଣାପଡ଼ିଛି । ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖାଯାଇଛି । ତା’ ସହ କଣ୍ଟାକ୍ତ ଟ୍ରେସିଂ ବି ଆରମ୍ଭ ହୋଇଛି ।