World Heart Day: ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ହୃଦଘାତ ହେବାର ଆଶଙ୍କା ଅଧିକ; ଜାଣନ୍ତୁ କାରଣ

ଅଧ୍ୟୟନରୁ ଜଣାପଡ଼ିଛି ଯେ ପୁରୁଷମାନଙ୍କ ଠାରେ ହୃଦଘାତ କାରଣରୁ ମୃତ୍ୟୁ ହେବାର ଆଶଙ୍କା ମହିଳାଙ୍କ ତୁଳନାରେ ତିନିରୁ ଚାରି ଗୁଣ ଅଧିକ । ମହିଳାଙ୍କ ଶରୀର ହୃଦୟ ସହ ଜଡ଼ିତ ରୋଗକୁ ଭିନ୍ନ ଭାବେ ନିୟନ୍ତ୍ରଣ କରେ ।

World Heart Day: ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ହୃଦଘାତ ହେବାର ଆଶଙ୍କା ଅଧିକ; ଜାଣନ୍ତୁ କାରଣ
ସେପଟେମ୍ବର ୨୯କୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଏ ।
  • News18 Odia
  • Last Updated: September 29, 2020, 5:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

World Heart Day 2020: କରୋନା ଭାଇରସର (Coronavirus) ବିଶ୍ୱବ୍ୟାପୀ ଆତଙ୍କ ଅନେକ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଥରାଇ ଦେଇଛି । ଡିସେମ୍ବର ୨୦୧୯ ଠାରୁ ଅଧିକାଂଶ ଡାକ୍ତର ଏହି ମହାମାରୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି । ଏସବୁ ମଧ୍ୟରେ ସ୍ୱାସ୍ଥ୍ୟ ସୁବିଧା ଓ ଡାକ୍ତରଙ୍କ ଅଭାବ ଭଳି ବିଭିନ୍ନ କାରଣରୁ ଅଣ-ସଂକ୍ରାମକ ରୋଗ (NCDS) ଆଡ଼କୁ ପୂର୍ଣ୍ଣ ଧ୍ୟାନ ଯାଉନାହିଁ । ହୃଦରୋଗ (heart disease) ସମେତ NCDSର ବାକି ରୋଗ ପାଇଁ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ । NCDS ଏମିତି ଦୀର୍ଘକାଳୀନ ରୋଗ ଯାହା ଜଣେ ବ୍ୟକ୍ତିଙ୍କଠାରୁ ବ୍ୟାପି ନ ଥାଏ, ଯେମିତି କ୍ୟାନ୍ସର, ମଧୁମେହ ଓ ହୃଦ୍ ରୋଗ ।

ବିଶ୍ୱ ସାରା ହୃଦରୋଗ (heart disease) ସମ୍ବନ୍ଧୀୟ ମାମଲାଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ହୃଦଘାତ ହେବାର (Heart Attack) ଆଶଙ୍କା ଅଧିକ ଥାଏ। ମହାମାରୀ ଯୋଗୁଁ ହୃଦୟ ରୋଗୀମାନେ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ବି ଯାଇପାରୁନାହାନ୍ତି । ସେଇଥି ପାଇଁ ସେମାନଙ୍କ ପାଇଁ ବିପଦ ବଢ଼ିଛି ।

ମହାମାରୀ ମଧ୍ୟରେ କାହିଁକି ହୃଦଘାତ ସମସ୍ୟା ବଢ଼ିଲା?

ଅନେକ କାରଣ ଯୋଗୁଁ କୋଭିଡ-୧୯ (COVID-19) ମହାମାରୀ ସମୟରେ ହୃଦୟ ସମ୍ବନ୍ଧୀୟ ରୋଗର ସଂଖ୍ୟା ଓ ମାତ୍ରା ବଢ଼ିଛି । ଚାରି ଆଡ଼ା କରୋନା ରୋଗ ବ୍ୟାପିଥିବା ହେତୁ ଅନେକ ହୃଦୟ ରୋଗୀ ନିୟମିତ ଯାଞ୍ଚ ପାଇଁ ଡାକ୍ତରଙ୍କ ପାଖକୁ ଯାଇପାରୁ ନାହାନ୍ତି ଓ ନିୟମିତ ଔଷଧ ବି ସେବନ କରିପାରୁ ନାହାନ୍ତି । ଦୀର୍ଘ ଦିନ ଧରି କିଛି ରୋଗୀଙ୍କ ଔଷଧର ଡୋଜରେ ବି କୌଣସି ପରିବର୍ତ୍ତନ ହୋଇନାହିଁ । ଏଭଳି ପରିସ୍ଥିତିରେ ଏଭଳି ରୋଗୀ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ହୃଦୟ ସମ୍ବନ୍ଧୀୟ ରୋଗଗୁଡ଼ିକ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ପୁରୁଷମାନଙ୍କ ଠାରେ ହୃଦଘାତ କାରଣରୁ ମୃତ୍ୟୁ ହେବାର ଆଶଙ୍କା ମହିଳାଙ୍କ ତୁଳନାରେ ତିନିରୁ ଚାରି ଗୁଣ ଅଧିକ ।


ଯେତେବେଳେ ଆମେ ହୃଦରୋଗ ବିଷୟରେ କହୁଛୁ, ଏକ ଅଧ୍ୟୟନ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ତଥ୍ୟ ଦର୍ଶାଏ ଯେ ପୁରୁଷମାନଙ୍କ ଠାରେ ହୃଦଘାତ କାରଣରୁ ମୃତ୍ୟୁ ହେବାର ଆଶଙ୍କା ମହିଳାଙ୍କ ତୁଳନାରେ ତିନିରୁ ଚାରି ଗୁଣ ଅଧିକ । ‘ଦି ଲାନସେଟ୍‌’ (The Lancet) ପତ୍ରିକାରେ ପ୍ରକାଶିତ ୨୧ଟି ଦେଶର ୧.୬୦ ଲକ୍ଷ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଠାରେ ହୃଦଘାତର (CVD) ଆଶଙ୍କା କମ୍ ଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀର ଯେମିତି ଭାବେ ହୃଦୟ ସହ ଜଡ଼ିତ ରୋଗକୁ ନିୟନ୍ତ୍ରଣ କରେ ସେଥିରେ ବି ବଡ଼ ପାର୍ଥକ୍ୟ ରହିଛି । ଏହାର କେତେକ କାରଣ ନିମ୍ନଲିଖିତ ହୋଇପାରେ ।

ଟେନସନ୍‌ (Tension)

ପୂର୍ବ ସମୟରେ ପୁରୁଷମାନଙ୍କୁ ଘର ପାଇଁ ଆୟ କରୁଥିବା ଏକ ମାତ୍ର ସଦସ୍ୟ ଭାବରେ ବିବେଚନା କରାଯାଉଥିଲା । ଏହା ବିଶ୍ୱାସ କରାଯାଉଥିଲା ଯେ ସେମାନେ ନିଜ ଚିନ୍ତା ଓ ଚାପକୁ ଦବେଇ ରଖନ୍ତି, ଫଳସ୍ୱରୂପ ସେମାନଙ୍କର ହୃଦଘାତ ସମସ୍ୟା ଉପୁଜେ । ଏହା ବ୍ୟତୀତ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଶାନ୍ତ ବୋଲି ବି ବିଶ୍ୱାସ କରାଯାଉଥିଲା । ମହିଳାମାନଙ୍କର ଉଚ୍ଚ ସ୍ତରର ଅକ୍ସିଟୋସିନ୍ ହରମୋନ୍ (Oxytocin hormone) ବି ଥାଏ ଯାହା ସେମାନଙ୍କୁ ଚାପକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ କରିବାର ଶକ୍ତି ଦେଇଥାଏ । ଏହି କାରଣରୁ ମହିଳାଙ୍କ ପାଇଁ ହୃଦଘାତର ଆଶଙ୍କା ବି ପୁରୁଷଙ୍କ ତୁଳନାରେ କମ୍ ଥାଏ ।

ଖାଦ୍ୟ ଜୀବନଶୈଳୀ (Food and Lifestyle)

ବିଶେଷଜ୍ଞଙ୍କ ଅନୁଯାୟୀ ଖରାପ ଜୀବନଶୈଳୀ, ମଦ୍ୟପାନ ଓ ଧୂମପାନ ଇତ୍ୟାଦି ଅଭ୍ୟାସ ଯୋଗୁଁ ପୁରୁଷମାନେ ଚାପର ସମ୍ମୁଖୀନ ହୁଅନ୍ତି । ଭାରତ ସମେତ ବିଶ୍ୱର ବୃହତ ଭାଗରେ ଦେଖାଯାଇଛି ଯେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ଅଭ୍ୟାସର ଅଧିକ ଶିକାର ହେଉଛନ୍ତି । ଏହି କାରଣରୁ ପୁରୁଷମାନଙ୍କ ଠାରେ ହୃଦୟ ସମ୍ବନ୍ଧୀୟ ରୋଗ ବି ଅଧିକ ଦେଖାଯାଏ ।

ପୁରୁଷମାନେ ମଧ୍ୟ ମହିଳାଙ୍କ ଅପେକ୍ଷା ଅଧିକ ଖାଦ୍ୟ ଖାଆନ୍ତି, ଯେଉଁଥି ପାଇଁ ସେମାନେ ମୋଟାପଣର (obesity) ଅଧିକ ଶିକାର ହୁଅନ୍ତି । ଏହି ସ୍ଥିତିରେ ରକ୍ତରେ ପ୍ଲେକ୍ ସୃଷ୍ଟି ହେବାକୁ ଲାଗେ, ଯାହା ଧମନୀଗୁଡ଼ିକର କାର୍ଯ୍ୟକୁ ଅବରୋଧ କରେ । ଏହି ସବୁ କାରଣରୁ ପୁରୁଷମାନଙ୍କ ଠାରେ ହୃଦଘାତର ଆଶଙ୍କା ଅଧିକ ଥାଏ ।

ହରମୋନାଲ ପ୍ରଭାବ (Hormonal Impact)

ମହିଳାମାନଙ୍କ ଶରୀରରେ ଏଷ୍ଟ୍ରୋଜେନ୍ ହରମୋନ୍ (Estrogen hormone) ଥାଏ, ଯାହା ଖରାପ କୋଲେଷ୍ଟ୍ରୋଲ୍ (cholesterol) ହ୍ରାସ କରି ଭଲ କୋଲେଷ୍ଟ୍ରଲ୍ର ସ୍ତରକୁ ବଢ଼ାଇଥାଏ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି କାରଣରୁ ବି ମହିଳାମାନଙ୍କ ଠାରେ ହୃଦଘାତର ଆଶଙ୍କା କମ୍ ଥାଏ ।

କେବଳ ଏତିକି ନୁହେଁ, ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏଷ୍ଟ୍ରୋଜେନ୍ ହରମୋନ୍ ମଧ୍ୟ ବହୁତ ସାହାଯ୍ୟକାରୀ ହୋଇଥାଏ । ଏହି କାରଣରୁ ମେନୋପାଜ୍ (menopause) ପରେ ମହିଳାମାନଙ୍କ ଠାରେ ହୃଦରୋଗର ଆଶଙ୍କା ବଢ଼ିଯାଏ କାରଣ ଏହି ସମୟ ମଧ୍ୟରେ ଶରୀରରେ ଏଷ୍ଟ୍ରୋଜେନ୍ ହରମୋନର ପରିମାଣ ହ୍ରାସ ପାଇଥାଏ ।

ଏହା ବି ପଢ଼ନ୍ତୁ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ନିରାକରଣର ଅଭାବ 

ମହିଳାମାନଙ୍କ ଠାରେ ହୃଦୟ ସମ୍ବନ୍ଧୀୟ ରୋଗ ପ୍ରାୟତଃ ବିଳମ୍ବରେ ନିର୍ଣ୍ଣୟ (diagnosis) କରାଯାଏ କାରଣ ସେମାନଙ୍କ ଠାରେ ଏହି ରୋଗର ଅସାଧାରଣ ଲକ୍ଷଣ ଦେଖାଯାଏ । ଲକ୍ଷଣ ସାଧାରଣତଃ କାନ୍ଧ, ପିଠି ଓ ବେକରେ ଅସ୍ୱାଭାବିକ ରୂପରେ ଦେଖାଯାଏ ।



ଶେଷରେ ଏହି ତଥ୍ୟଗୁଡ଼ିକୁ ଆଧାର କରି କୁହାଯାଇପାରେ ଯେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଲକ୍ଷଣ ଚିହ୍ନଟ କରିବା ପାଇଁ ଅଧିକ ସଚେତନତା ଆବଶ୍ୟକ । ଏହା ବ୍ୟତୀତ ହୃଦରୋଗର ଆଶଙ୍କା କମାଇବା ପାଇଁ ମେଦବହୁଳତା, ଉଚ୍ଚ ରକ୍ତଚାପ, ମଧୁମେହ ଓ ଉଚ୍ଚ କୋଲେଷ୍ଟ୍ରଲ ଇତ୍ୟାଦି ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ହୃଦରୋଗର ବିପଦକୁ ଏଡ଼ାଇବା ପାଇଁ ମଦ୍ୟପାନ ଓ ତମାଖୁ ଇତ୍ୟାଦିକୁ ବି ଏଡ଼ାଇବା ଉଚିତ୍ ।

(ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟ ହାର୍ଟ ଇନଷ୍ଟିଚ୍ୟୁଟର ଇଣ୍ଟରଭେନସନାଲ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡଃ ନିଶିଥ ଚନ୍ଦ୍ର ଏହି ଲେଖା ଲେଖିଛନ୍ତି ।)
Published by: Anand Shankar Thankur Das
First published: September 29, 2020, 5:15 PM IST
corona virus btn
corona virus btn
Loading