କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର ଉପରେ ରୋକ ଲଗାଇଲା WHO
ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪,୧୬୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୧୪୬ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଦିନକରେ ୬,୫୩୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଦେଶରେ ୧,୪୫,୩୮୦ ଜଣ ଲୋକ କରୋନାରେ ସଂକ୍ରମିତ ହେଲେଣି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଅଢାନୋମ୍
- News18 Odia
- Last Updated: May 26, 2020, 2:13 PM IST
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ବ୍ୟବହାର ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (Hydroxychloroquine) ଔଷଧ ଉପରେ ରୋକ୍ ଲଗାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (World Health Organisation, WHO) । ପାର୍ଶ୍ବ ପ୍ରତିକ୍ରିୟା ପଡ଼ିବା ଆଶଙ୍କାରେ ଏହା ଉପରେ ସାମୟିକ ନିଷେଧାଦେଶ ଜାରି କରିଛି WHO।
କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (ଏଚ.ସି.କ୍ୟୁ.)ର ବ୍ୟବହାର ନିରାପଦ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି । ମେ ୨୩ରେ କେନ୍ଦ୍ର ସ୍ବାସ୍ଥ୍ୟ ସେବା ନିର୍ଦେଶାଳୟ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ପ୍ରତିନିଧି, ଆଇସିଏମଆଇ ଓ ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲର ଅଧିକାରୀମାନେ ସମୀକ୍ଷା କରିବା ପରେ ଏଚ୍.ସି.କ୍ୟୁ.ର ବ୍ୟବହାର କରିବା ଲାଗି ସ୍ବାସ୍ଥ୍ୟ କର୍ମୀଙ୍କୁ ଅନୁମତି ଦେଇଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଅଢାନୋମ୍ କହିଛନ୍ତି ଯେ ଏଚ.ସ.କ୍ୟୁ.ର ଏବେ ପରୀକ୍ଷା ଚାଲିଛି । ତେଣୁ ଏବେ ଏହାକୁ ବ୍ୟବହାର କରା ନ ଯାଉ, କାରଣ ଏହା ଦ୍ବାରା ଶରୀର ଉପରେ ଅନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପଡ଼ିବାର ଆଶଙ୍କା ରହିଛି ।
ଇତି ମଧ୍ୟରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪,୧୬୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୧୪୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ । ଦିନକରେ ୬,୫୩୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୧ ଲକ୍ଷ ୪୫ ହଜାର ୩୮୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୬୦,୪୯୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି ।

ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଶରୀର ଉପରେ ଅନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପକେଇପାରେ ।
ମହାରାଷ୍ଟ୍ରରେ ସର୍ବାଧିକ ୧,୬୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫୨,୬୬୭ ଜଣ ସଂକ୍ରମିତ ହୋଇଛନ୍ତି । ସେହି ପରି ଗୁଜରାଟରେ ୮୮୮ ଜଣଙ୍କ ଜୀବନ ନେଲାଣି ଏହି କିଲର ଭାଇରସ । ଏଠାରେ ୧୪,୪୬୦ ଜଣ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ୨୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟ ପ୍ରଦେଶରେ ୩୦୦ ଲୋକଙ୍କ ଜୀବନ ଲେନାଣି ଏହି ଭାଇରସ ।
୧୩ ଦିନରେ ଦେଶରେ ଦୁଇ ଗୁଣା ହୋଇଛି ପଜିଟିଭ ସଂଖ୍ୟା । ଗତ ୧୨ ତାରିଖରେ ୭୦,୭୫୬ ଜଣ ପଜିଟିଭ ଥିବା ବେଳେ ଆଜି ଏହା ୧ ଲକ୍ଷ ୪୫ ହଜାର ୩୮୦ରେ ପହଞ୍ଚିଛି ।
ବିଶ୍ବରେ କୋରୋନା ସଂକ୍ରମଣ ସଂଖ୍ୟା ୫୪ ଲକ୍ଷ ପାର୍ କରିଛି । ବିଶ୍ବର ପ୍ରାୟ ୨୦୦ଟି ଦେଶରେ କୋରୋନା ସଂକ୍ରମଣ ଲଗାତାର ବଢ଼ିଚାଲିଛି । ମହାମାରୀରେ ଏଯାଏ ୩ ଲକ୍ଷ ୪୫ ହଜାରରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୬ ଲକ୍ଷ ହୋଇଛି । ଏଯାଏଁ ପ୍ରାୟ ୯୬ ହଜାର ଲୋକଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍ ସଂକ୍ରମଣ ତାଲିକାରେ ବ୍ରାଜିଲ୍ ଦ୍ବିତୀୟ ସ୍ଥାନରେ ଥିବାବେଳେ ଏଠାରେ ୩ ଲକ୍ଷ ୪୭ ହଜାରରୁ ଅଧିକ ଲୋକ କୋରୋନା ସଂକ୍ରମିତ ହେଲେଣି ।
ଋଷରେ ୩ ଲକ୍ଷ ୪୪ ହଜାରରୁ ଲୋକ ମହାମାରୀ ଦ୍ବାରା ଆକ୍ରାନ୍ତ ହେଲେଣି । ବ୍ରିଟେନ୍ରେ କୋରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ଟପିଛି । ବିଦେଶରୁ ଆସୁଥିବା ଲୋକଙ୍କୁ ନେଇ କଡ଼ା ନିୟମ ଲାଗୁ କରିଛି ଆମେରିକା । ୧୪ ଦିନ ଭିତରେ ବ୍ରାଜିଲ୍ ଯାଇଥିବା କୌଣସି ଲୋକଙ୍କୁ ଆମେରିକା ଆସିବାକୁ ଅନୁମତି ମିଳିବ ନାହିଁ । ଜାପାନ ସରକାର ତାଙ୍କ ଦେଶରେ ଲାଗୁ କରିଥିବା ଜରୁରୀ ପରିସ୍ଥିତି ଉଠାଇ ଦେଇଛନ୍ତି ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେ
ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍
ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ