ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବିଶ୍ୱ ପରିବେଶ ଦିବସ: ରାଜ୍ୟରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଚାଳନା ଦାୟିତ୍ବ ମହିଳା SHGଙ୍କୁ ମିଳିଲା

ବିଶ୍ୱ ପରିବେଶ ଦିବସ: ରାଜ୍ୟରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଚାଳନା ଦାୟିତ୍ବ ମହିଳା SHGଙ୍କୁ ମିଳିଲା

World Environment Day | ଏବେ ୩ଟି ମହାନଗର ନିଗମ – ସମ୍ବଲପୁର, ବ୍ରହ୍ମପୁର ଓ କଟକ – ସମେତ ବାରିପଦା ମୁନିସିପାଲଟିରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଦାୟିତ୍ବ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଇଛି ।

ବିଶ୍ୱ ପରିବେଶ ଦିବସ: ରାଜ୍ୟରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଚାଳନା ଦାୟିତ୍ବ ମହିଳା SHGଙ୍କୁ ମିଳିଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘ପରିବେଶ ପାଇଁ ଜୈବ ବିବିଧତା ଜରୁରୀ । ନ ହେଲେ ପରିବେଶ ସନ୍ତୁଳନ ହରାଇବ। ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ିବ’ । ଏହି ଥିମ ନେଇ ଚଳିତ ବର୍ଷ  ବିଶ୍ୱ ପରିବେଶ ଦିବସ ପାଳିତ ହେଉଥିବା ବେଳେ ଏଥର ଲମ୍ବା ସମୟ ଧରି ପରିବେଶ ଉପରେ ଲକଡାଉନର ସକରାତ୍ମକ ପ୍ରଭାବ ଥିବା ମତବ୍ୟକ୍ତ କରିଛନ୍ତି ପରିବେଶବିତମାନେ ।

ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହରାଞ୍ଚଳରେ ସେଫଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ରାଜ୍ୟ ସରକାରଙ୍କ ଏକ ନୂଆ ଉଦ୍ୟମ ବୋଲି କୁହାଯାଇଛି ।

ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ଲାଗିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର  ପ୍ରଦର୍ଶିତ ତଥ୍ୟ ଅନୁସାରେ ରାଜଧାନୀ ପରିବେଶ ଉପରେ ପଡିଛି ଲକଡାଉନର ପ୍ରଭାବ। ସହରର ଅଧିକାଂଶ ସ୍ଥାନରେ ଏୟାର କ୍ୱଲିଟି ଇଂଡ଼େକ୍ସ ଯଥେଷ୍ଟ ତଳେ ରହୁଛି । ସେହିପରି pm 2.5 କଣିକାର ମାତ୍ରା ମଧ୍ୟ୍ୟ କମିଛି । ଶୁକ୍ରବାର ସାରା ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ସବୁଠି ବିଶ୍ୱ ପରିବେଶ ଦିବସ ପାଳିତ ହେଉଥିବା ବେଳେ ପରିବେଶରେ ଏ ସୁଧାର ଉଭୟ ରାଜଧାନୀ ବାସିନ୍ଦା ଓ ପରିବେଶବିତଙ୍କୁ ଉତ୍ସାହିତ କରିଛି ।

ସହରାଞ୍ଚଳ ବିକାଶ ମନ୍ତ୍ରୀ ପ୍ରତାପ ଜେନା


ପରିବେଶ ବିଜ୍ଞାନୀ ଦେବାନନ୍ଦ ବେଉରା କହିଛନ୍ତି, ‘‘ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବର୍ତ୍ତମାନ ସମୟର ସବୁଠାରୁ ବଡ ଚ୍ୟାଲେଞ୍ଜ ହେଲା ଜୈବ ବିବିଧତାର ସୁରକ୍ଷା କରିବା। ଏକାଧିକ କାରଣ ପାଇଁ ପ୍ରତି ବର୍ଷ  ହଜାର ହଜାର ପ୍ରଜାତିର ପ୍ରାଣୀ ସତ୍ତା ହରାଉଛନ୍ତି। ତେଣୁ ସମୟ ଆସିଛି ତାହା ଉପରେ ଗୁରୁତ୍ୱ ସହ ଭାବିବା ପାଇଁ। ସୁଖର କଥା ହେଲା ୟା ଭିତରେ ଲକଡାଉନ ଆଣିଛି ପରିବେଶ ଲାଗି ଖୁସି ଖବର ।’’

‘‘ସାରା ବିଶ୍ୱରେ ଦୈନିକ ବହୁ ସଂଖ୍ୟକ ପ୍ରଜାତିର ପ୍ରାଣୀ ବିଲୁପ୍ତ ହେଉଛନ୍ତି । ଏହାର କାରଣ ହେଲା କ୍ରମାଗତ ଭାବେ ବଢିଚାଲିଥିବା ପ୍ରଦୂଷଣର ମାତ୍ରା, ଓଡ଼ିଶାରେ ବି ବଢୁଛି ସମସ୍ୟା । ରାଜ୍ୟରେ ଦୈନିକ ଚାଲୁଥିବା ଯାନବାହନ ସଂଖ୍ୟ ୧ କୋଟିରୁ ଅଧିକ ଯାହା ଭିତରେ କେଵଳ ୯୦ ପ୍ରତିଶତ ଗାଡି ରାଜଧାନୀ ସମେତ ବିଭିନ୍ନ ଛୋଟ ବଡ଼ ସହରରେ ଚାଲିଥାଏ । ଯାନବାହନ ଦ୍ୱାରା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ବଢିବା ସହିତ କଳ କାରଖାନା, ଖଣି ଖାଦାନ ମଧ୍ୟ ପ୍ରଦୁଷଣର କାରଣ ସାଜୁଛନ୍ତି । ତେଣୁ ଏବେ ସମୟ ଆସିଛି ଆତ୍ମଅନୁଶୀଳନର। ନହେଲେ ଆଗକୁ ସ୍ଥିତି ସାଙ୍ଘାତିକ ହେବ,’’ କହିଛନ୍ତି ଓଡ଼ିଶା ପରିବେଶ ସମିତି ସମ୍ପାଦକ ଡଃ ଜୟକୃଷ୍ଣ ପାଣିଗ୍ରାହୀ ।

‘‘ଆଜି ସାରା ପୃଥିବୀ ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ଜୈବ ବିବିଧତାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ପ୍ରତି ବର୍ଷ ହଜାର ହଜାର ପ୍ରଜାତିର ପ୍ରାଣୀ ଅବଲୁପ୍ତ ହେଉଛନ୍ତି, ଯାହା ଚିନ୍ତାଜନକ। ସେଥିପାଇଁ ଏଥର ଜୈବ ବିଭିଧତାକୁ ଥିମ ରଖାଯାଇଛି। ହେଲେ ସୁଖରକଥା ହେଲା ଲକଡାଉନ କାରଣରୁ ସୁଧୁରିଛି ରାଜଧାନୀ ଭୁବନେଶ୍ବର ସମେତ ସାରା ଦେଶର ପରିବେଶ। ତେଣୁ ଏଭଳି ପରିବେଶ ସୁରକ୍ଷା ନିୟମକୁ ଆମେ ସମସ୍ତେ ମାନିବା ଦରକାର,’’ କହିଛନ୍ତି ରାଜଧାନୀ ବାସିନ୍ଦା ବଂଶୀଧର ବାରିକ।

ସୁଖର କଥା ହେଲା ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି କିଛି ଅଭିନବ ପଦକ୍ଷେପ। ବିଭିନ୍ନ ସହରାଞ୍ଚଳରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି . ଯାହା ଏକ ଅଭିନବ ପ୍ରୟାସ ବୋଲି କୁହାଯାଉଛି ।

‘‘ପ୍ରଥମ ପର୍ଯ୍ୟାୟରେ ୩ଟି ମହାନଗର ନିଗମ ସମ୍ବଲପୁର, ବ୍ରହ୍ମପୁର ଓ କଟକ ସମେତ ବାରିପଦା ମୁନିସିପାଲଟିରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଦାୟିତ୍ବ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଇଛି । ପରେ ପ୍ରସ୍ତାବିତ ୧୧୪ ସହରାଞ୍ଚଳ ଭିତରୁ ୮୦ଟିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ଦାୟିତ୍ୱ ଦିଆଯିବ,’’ କହିଛନ୍ତି ସହରାଞ୍ଚଳ ବିକାଶ ମନ୍ତ୍ରୀ ପ୍ରତାପ ଜେନା ।

ତେବେ ପରିବେଶ ବିଜ୍ଞାନୀଙ୍କ ମତରେ କେବଳ ଗୋଟିଏ ଦିନ ନୁହେଁ,  ଆଗକୁ ଯଦି ଲୋକେ ନିଜ ସ୍ତରରେ ପ୍ରଦୂଷଣ ରୋକିବାକୁ ନିଷ୍ପତ୍ତି ନେବେ ତେବେ ତାହାର ପ୍ରଭାଵ ଯଥେଷ୍ଟ ଭାବେ ଅନୁଭୁତ ହେବ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 5, 2020, 10:20 PM IST