ସାବିତ୍ରୀ ବ୍ରତ: କଟକରେ ପୂଜକଙ୍କ ବଦଳରେ ମନ୍ଦିର ବାହାରେ ନିଜେ ପୂଜା କଲେ ବ୍ରତଧାରୀ ମହିଳାମାନେ

ସାବିତ୍ରୀ ବ୍ରତ ଲାଗି କଟକ ସହରର ବିଭିନ୍ନ ମନ୍ଦିରରେ ଥିଲା ପୋଲିସର କଡ଼ା ପହରା । ନିଜ ଶଙ୍ଖା ସିନ୍ଦୁରକୁ ବଜ୍ର କରିବା ପାଇଁ ମନ୍ଦିର ବାହାରେ ପ୍ରାର୍ଥନା କରି ଘରକୁ ଫେରିଥିଲେ ମହିଳାମାନେ ।

ସାବିତ୍ରୀ ବ୍ରତ: କଟକରେ ପୂଜକଙ୍କ ବଦଳରେ ମନ୍ଦିର ବାହାରେ ନିଜେ ପୂଜା କଲେ ବ୍ରତଧାରୀ ମହିଳାମାନେ
ସାବିତ୍ରୀ ବ୍ରତ ପାଇଁ କଟକରେ ଏକ ମନ୍ଦିରକୁ ଆସୁଛନ୍ତି ଜଣେ ବ୍ରତଧାରୀ ମହିଳା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପବିତ୍ର ସାବିତ୍ରୀ ଅମାବାସ୍ୟା ପାଇଁ ହଜାର ହଜାର ସଂଖ୍ୟାରେ ବ୍ରତଧାରୀ ମହିଳାଙ୍କ ଭିଡ ଜମୁଥିବା କଟକର ସମସ୍ତ ମନ୍ଦିର ବେଢ଼ା ଆଜି ଥିଲା ସମ୍ପୂର୍ଣ୍ଣ ନିର୍ଜନ । ଲକଡ଼ାଉନ ଯୋଗୁଁ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବା ଜାଣିଥିଲେ ମଧ୍ୟ ଆଜି ଦିଅଁ ଦର୍ଶନ ଓ ବ୍ରତପୂଜା ପାଇଁ ଶହ ଶହ ମହିଳା ସହରର ବିଭିନ୍ନ ମନ୍ଦିର ଆଗରେ ଭିଡ଼ ଜମାଇଥିଲେ ।

ମନ୍ଦିରଗୁଡିକର ମୁଖ୍ୟ ଫାଟକ ବନ୍ଦ ଥିଲା ଓ ବାହାରେ ଥିଲା ପୋଲିସର ପହରା । ଫଳରେ ଅନ୍ୟ ଉପାୟ ନ ପାଇ ନିଜେ ଆଣିଥିବା ଫଳ, ଫୁଲ ଓ ବ୍ରତକୁ ମନ୍ଦିର ବାହାରେ ରଖି ସେହିଗୁଡିକୁ ନିଜ ହାତରେ ପୂଜା କରିଥିଲେ ସମସ୍ତେ । ଏହା ବ୍ରତଧାରୀ ମହିଳାମାନଙ୍କ ପାଇଁ ଏକ ଭିନ୍ନ ଅନୁଭୁତି ଆଣିଥିଲା । ଏହି ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ଭଗବାନଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ମନ୍ଦିର ବାହାରେ ପୂଜା କରି ସ୍ବାମୀଙ୍କ ଦିର୍ଘାୟୁ କାମନା କରିଥିଲେ ।

‘‘ସାବିତ୍ରୀ ବ୍ରତ ପୂଜା ପାଇଁ ମୁଁ ମନ୍ଦିରକୁ ଆସିଥିଲି, କିନ୍ତୁ ମନ୍ଦିର ଭିତରକୁ କାହାରିକୁ ଛଡା ଯାଉ ନ ଥିବାରୁ ମନ୍ଦିର ବାହାରେ ରହି ମୁଁ ନିଜେ ହିଁ ପୂଜା କଲି । ମୋ ଶଙ୍ଖା ସିନ୍ଦୁରକୁ ବଜ୍ର କରିବା ପାଇଁ ମା' ନିକଟରେ ପ୍ରାର୍ଥନା କରି ଘରକୁ ଫେରୁଛି,’’ କହିଛନ୍ତି କଟକ ବାସିନ୍ଦା ବ୍ରତଧାରୀ ମହିଳା ବୀଣାପାଣୀ ଦାଶ ।

ମନ୍ଦିରକୁ ପ୍ରବେଶ ବନ୍ଦ ଥିଲେ ବି ବ୍ରତଧାରୀ ମହିଳାମାନେ ମନ୍ଦିରରେ ଆସି ପହଞ୍ଚିଥିଲେ ।


ଆଉ ଜଣେ ବ୍ରତଧାରୀ ମହିଳା ପୁନମ କୁହିଛନ୍ତି ‘‘ସାବିତ୍ରୀ ଦିନ ଯେମିତି ଆମେ ସମସ୍ତେ ଏକାଠି ହୋଇ ମନ୍ଦିର ଭିତରେ ପୂଜା କରିଥାଉ ତାହା ଏ ବର୍ଷ ହେଲା ନାହିଁ । ପୂର୍ବରୁ ପୂଜକଙ୍କ ପୂଜାରେ ମନକୁ ସନ୍ତୋଷ ମିଳୁଥିଲା, ଏବେ ନିଜେ ପୂଜା କରି ମଧ୍ୟ ସେହି ସନ୍ତୋଷ ଲାଭ କରୁଛି । ଏହା ଟିକେ ଅଲଗା ଲାଗୁଛି କିନ୍ତୁ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାକୁ ମୁଁ ସ୍ବାଗତ କରୁଛି ।’’

ସାବିତ୍ରୀ ବ୍ରତ ଲାଗି ଆଜି ସକାଳୁ ସକାଳୁ ସହରର ବିଭିନ୍ନ ମନ୍ଦିରରେ ବ୍ରତଧାରୀ ମହିଳାଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ବକ୍ସିବଜାର ସ୍ଥିତ ଅମରେଶ୍ବର ମନ୍ଦିର ପରିସରରେ ବ୍ରତଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ମା’ କଟକ ଚଣ୍ଡିଙ୍କ ମନ୍ଦିର ପରିସର କିନ୍ତୁ ଖାଁ ଖାଁ ଥିଲା । ସମୟ ସମୟରେ କିଛି କିଛି ମହିଳା ମନ୍ଦିରର ମୁଖ୍ୟ ଫାଟକ ଆଗରେ ମୁଣ୍ଡିଆ ମାରି ଫେରୁଥିବା ଦେଖା ଯାଇଥିଲା । ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଭକ୍ତଙ୍କ ଦକ୍ଷିଣା ଗ୍ରହଣ କରିବାରୁ ପୂଜକମାନେ ବଞ୍ଚିତ ହେବା ସହ ସେମାନଙ୍କ ରୋଜଗାର ପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା କହିଛନ୍ତି ।

‘‘ଆଜି ସାବିତ୍ରୀ ଅମାବାସ୍ୟାରେ ହଜାର ହଜାର ମହିଳା ଏଠାରେ ପୂଜା କରିବା କଥା, କିନ୍ତୁ ପ୍ରଶାସନର କଟକଣା ପରେ ଦୁଇ ମାସ ହେଲା ମନ୍ଦିରକୁ ଭକ୍ତ ଆସୁ ନାହାଁନ୍ତି । ଆଗକୁ ଆସୁଥିବା ଶୀତଳ ଷଷ୍ଠି ପୂଜା ମଧ୍ୟ ଏହି ଭଳି ହେବ । ପୁର୍ବରୁ ଭକ୍ତଙ୍କ ପାଖରୁ ଦିନକୁ ୪ ଶହ ୫ ଶହ ଟଙ୍କାର ଦକ୍ଷୀଣା ମିଳୁଥିଲା କିନ୍ତୁ ଏବେ ଦିନକୁ ୧୦ ଟଙ୍କା ବି ମିଳୁ ନାହିଁ । ଆମ ପିଲା ଛୁଆ ନେଇ ଚଳିବା ମୁସ୍କିଲ ହୋଇଗଲାଣି,’’ କହିଛନ୍ତି ଅମରେଶ୍ବର ମନ୍ଦିରର ପୂଜକ ହାଡ଼ିବନ୍ଧୁ ଦାଶ ।

ଦୀର୍ଘ ଦୁଇ ମାସ ହେଲା ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି ଲକଡାଉନ । କିନ୍ତୁ ମନ୍ଦିରକୁ ନ ଯାଇ ମଧ୍ୟ ଭଗବତ କୃପା ଲାଭ କରି ହେବ ଏ କଥାକୁ ଲୋକେ ଏବେ ବୁଝିବା ଆରମ୍ଭ କଲେଣି ।

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 22, 2020, 8:16 PM IST
corona virus btn
corona virus btn
Loading