ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଏହି ଶିକ୍ଷିକା ୨୫ଟି ସ୍କୁଲରେ କାମ କରି ୧୩ ମାସରେ ୧ କୋଟି ଟଙ୍କା ଦରମା ପାଇଲେ, ଗିରଫ ହେଲେ

ଏହି ଶିକ୍ଷିକା ୨୫ଟି ସ୍କୁଲରେ କାମ କରି ୧୩ ମାସରେ ୧ କୋଟି ଟଙ୍କା ଦରମା ପାଇଲେ, ଗିରଫ ହେଲେ

ନିଜ ନାମ ଅନାମିକା ଶୁକ୍ଳା ବୋଲି ଲେଖି ୨୫ଟି ବାଳିକା ବିଦ୍ୟାଳୟରେ କାମ କରୁଥିବା ଦର୍ଶାଇ ପ୍ରତି ମାସ ୨୫ ଥର ଦରମା ପାଇଥିବା ଏହି ଯୁବତୀଙ୍କର ବାସ୍ତବରେ ଅନେକ ନାମ ଅଛି ବୋଲି ସେ ଗିରଫ ହେବା ପରେ ଜଣାପଡ଼ିଛି ।

ଏହି ଶିକ୍ଷିକା ୨୫ଟି ସ୍କୁଲରେ କାମ କରି ୧୩ ମାସରେ ୧ କୋଟି ଟଙ୍କା ଦରମା ପାଇଲେ, ଗିରଫ ହେଲେ
ଗିରଫ ହେବା ପରେ ପ୍ରିୟା ଜାଟଭ୍ ଓରଫ୍ ଅନାମିକା ଶୁକ୍ଳା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଏମିତି ଶିକ୍ଷକ ବା ଶିକ୍ଷିକାଙ୍କ ବିଷୟରେ ଆପଣ ଆଗରୁ ଆଦୌ ଶୁଣି ନ ଥିବେ । ସେ ଏକା ବେଳକେ ୨୫ଟି ସ୍କୁଲରେ ଶିକ୍ଷିକା ରୂପେ କାର୍ଯ୍ୟ କରୁଥିଲେ ଓ ଗତ ଫେବୃଆରୀ ମାସ ପର୍ଯ୍ୟନ୍ତ ୧୩ ମାସରେ ମୋଟ ୧ କୋଟି ଟଙ୍କା ରୋଜଗାର କଲେ । କହିବା ବାହୁଲ୍ୟ ଯେ ମାମଲାଟି ଗୋଟିଏ ହେରାଫେରୀ ଥିଲା, ଆଉ ଶେଷରେ ଏହି ଶିକ୍ଷିକା ଗିରଫ ହେଲେ ।

ନିଜ ନାମ ଅନାମିକା ଶୁକ୍ଳା ବୋଲି ଲେଖି ୨୫ଟି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ କାମ କରୁଥିବା ଦର୍ଶାଇ ପ୍ରତି ମାସ ୨୫ ଥର ଦରମା ପାଇଥିବା ଏହି ଯୁବତୀଙ୍କର ବାସ୍ତବରେ ଅନେକ ନାମ ଅଛି ବୋଲି ‘ଅମର ଉଜାଲା’ରେ ପ୍ରକାଶିତ ଖବରରେ କୁହାଯାଇଛି । ଉତ୍ତର ପ୍ରଦେଶର ରାୟବରେଲିରେ ପ୍ରଥମେ ଏହି ମାମଲା ସାମନାକୁ ଆସିବା ପରେ ସେଠାକାର ଶିକ୍ଷା ବିଭାଗର ଅଧିକାରୀମାନେ ତଦନ୍ତ ଆରମ୍ଭ କଲେ ଓ ଅନାମିକା ଶୁକ୍ଳା ନାମ ସହିତ ସମାନ ବ୍ୟକ୍ତିଗତ ତଥ୍ୟ ଥିବା ବ୍ୟକ୍ତି ଏକା ସାଙ୍ଗରେ ୨୫ଟି ସ୍କୁଲରେ କାର୍ଯ୍ୟରତ ବୋଲି ଜାଣିଲେ ।

ପ୍ରଥମେ ଅନାମିକାଙ୍କ ଦରମା ବନ୍ଦ କରିଦିଆଗଲା ଓ ତାଙ୍କୁ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଆସି ହାଜର ହେବାକୁ ନୋଟିସ ପଠାଗଲା । କିଛି ଦିନ ଏହି ନୋଟିସକୁ ଅଣଦେଖା କରି ସେ ଶେଷରେ ଶନିବାର ଦିନ ନିଜ ଇସ୍ତଫା ଦେବାକୁ କାଶଗଞ୍ଜ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କୁ ଗିରଫ କରିନିଆଗଲା ।

ପୋଲିସ ଏହି ଧୋକାବାଜ ଶିକ୍ଷିକାଙ୍କ ମାମଲାରେ ଅନୁସନ୍ଧାନ ଜାରି ରଖିଛି ।


ସବୁ ଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ଯୁବତୀ ବର୍ତ୍ତମାନ ବିଏଡ୍‌ (BEd) ପଢ଼ୁଛନ୍ତି । ପୋଲିସର ପଚରାଉଚରା ବେଳେ ସେ ନିଜ ନାମ ଅନାମିକା ଶୁକ୍ଳା ଓ ଅନାମିକା ସିଂ କହିଥିଲେ, ପୁଣି ନିଜ ନାମ ପ୍ରକୃତ ନାମ ପ୍ରିୟା ଜାଟଭ୍‌ ବୋଲି କହିଛନ୍ତି । ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ପ୍ରିୟା ଗତ ବର୍ଷ ବିଏସସି (BSc) ପଢ଼ୁଥିବା ବେଳେ ମୈନପୁରୀ ଜିଲ୍ଲାର ରାଜ୍‌ ନାମକ ଯୁବକ ସହ ମିଶି ତାଙ୍କୁ ଏକ ଲକ୍ଷ ଟଙ୍କା ଦେଇ ସରକାରୀ ସ୍କୁଲରେ ଶିକ୍ଷିକା ଚାକିରି ପାଇଗଲେ । ନିଜ ଶିକ୍ଷାଗତ ପ୍ରମାଣପତ୍ର ଓ ଆଧାର କାର୍ଡ଼ ଆଦି ରାଜଙ୍କ ସହ ମିଶି ଜାଲି ବନେଇଲେ ଓ ୨୫ଟି ସ୍କୁଲରେ ଶିକ୍ଷିକା ରୂପେ ଚାକିରି କରୁଥିବେ ଦର୍ଷେଇଲେ ।

ଏବେ ଏହି ମାମଲାର ତଦନ୍ତ ଜାରୀ ଅଛି । ଉତ୍ତର ପ୍ରଦେଶରେ ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରେରଣା ନାମକ ଏକ ଆପରେ ନିଜ ଉପସ୍ଥାନ ଦୈନିକ ଦେଉଥିବା ସତ୍ତ୍ୱେ ଏମିତି ହେରାଫେରି କେମିତି ଏତେ ଦିନ ଚାଲିଲା ତାହା ଉପରେ ପ୍ରଶ୍ନ ଉଠିଛି । ଏଥିରେ ଶିକ୍ଷା ବିଭାଗର ଅଧିକାରୀମାନେ ସାମିଲ ଥିବା ବି କୁହାଯାଉଛି ।

ଏହା ବି ପଢ଼ନ୍ତୁ: 

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 8, 2020, 7:53 PM IST