ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ଦିଲ୍ଲୀରେ ଏହି ସ୍ୱାମୀ ଜଣକ ପ୍ରଥମେ ନିଜ ପତ୍ନୀଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗେଇଥିଲେ ଓ ତା’ପରେ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଠିକ୍ ସମୟରେ ପତ୍ନୀ ତାଙ୍କ ଜୀବନ ରକ୍ଷା କରିଥିଲେ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: June 4, 2020, 11:41 PM IST
ନୂଆ ଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସାଧାରଣ କଥା । ଏହା ପ୍ରାୟ ପ୍ରତି ଘରର କାହାଣୀ । ଏହି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆକ୍ରମଣ ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଘଟଣାର ଖବର ଲଗାତର ଆସୁଛି । କିନ୍ତୁ ଦିଲ୍ଲୀରେ ଜଣେ ସ୍ୱାମୀଙ୍କ ସହ କ’ଣ ଘଟିଛି ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଲୀର ତ୍ରିଲୋକପୁରୀରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଜାଳି ମାରିଦେବା ପାଇଁ ପେଟ୍ରୋଲ ଆଣିଥିଲେ । ସେଥିରେ ସେ ନିଆଁ ଲଗେଇ ପ୍ରଥମେ ପତ୍ନୀଙ୍କୁ ମାରିଦେବାକୁ ଓ ପରେ ନିଜକୁ ଜଳାଇ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ପତ୍ନୀ ଠିକ୍ ସମୟରେ ସ୍ୱାମୀଙ୍କ ଜୀବନ ରକ୍ଷା କରିଥିଲେ ।
ସ୍ୱାମୀ ଜଳୁଥିବା ଦେଖି ପତ୍ନୀ କୌଣସି ପ୍ରକାରେ ତାଙ୍କ ଜୀବନ ରକ୍ଷା କରିଥିଲେ । ନିଆଁରେ ଆହତ ହୋଇଥିବା ସ୍ୱାମୀଙ୍କୁ ପରେ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କରୋନା ଭାଇରସ ଯୋଗୁଁ ଲକଡାଉନ୍ ଲାଗୁ ହେବା ପୂର୍ବରୁ ଆରିଫ୍ ମିରଟକୁ ଯାଇଥିଲେ। ଲକଡାଉନ କାରଣରୁ ସେ ସେଠାରେ ଅଟକି ରହିଯାଇଥିଲେ । ଲକଡାଉନ୍ କୋହଳ ହେବା ପରେ ସେ ଦିଲ୍ଲୀ ଫେରିଥିଲେ । ଆରିଫ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହୁଥିଲା । ଲକଡାଉନ୍ ଦୁହିଁଙ୍କ ମଧ୍ୟରେ ଦୂରତା ଓ ବିବାଦକୁ ହ୍ରାସ କରିପାରି ନ ଥିଲା । ତେଣୁ ମିରଟରୁ ଫେରିବା ପରେ ୩୫ ବର୍ଷୀୟ ଆରିଫ ଏହି ବିବାଦକୁ ମୂଳରୁ ଶେଷ କରିବାକୁ ଯୋଜନା କରିଥିଲେ । ସେ ନିଜ ପତ୍ନୀ ଓ ନିଜକୁ ପେଟ୍ରୋଲ ଢାଳି ଜାଳି ମାରିବାକୁ ଚେଷ୍ଟା କରିଥିଲେ ।
ନିଜ ସ୍ୱାମୀଙ୍କୁ ଜଳିଯାଉଥିବା ଦେଖିବା ପରେ ଆରିଫଙ୍କ ପତ୍ନୀ ତାଙ୍କ ଶରୀର ଉପରେ ଏକ କମ୍ବଳ ଘୋଡ଼ାଇ ଦେଇଥିଲେ ଓ ନିଆଁ ଲିଭାଇଥିଲେ । ଏହି ପୂରା ଘଟଣା ତ୍ରିଲୋକପୁରୀରେ ସ୍ଥାପିତ ସିସିଟିଭି କ୍ୟାମେରାରେ ବି କଏଦ ହୋଇଥିଲା । ପରେ ଆହତ ଆରିଫଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।
ଏହା ବି ପଢ଼ନ୍ତୁ:
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ