ମହିଳା IAS ଅଧିକାରୀ ନିଜ ନବଜାତ ଶିଶୁକୁ କୋଳରେ ଧରି ଅଫିସରେ କାମ କରୁଛନ୍ତି - VIDEO

ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବାର ମାତ୍ର ୨୨ ଦିନ ପରେ IAS ଅଫିସର୍ ସୌମ୍ୟା ପାଣ୍ଡେ କାର୍ଯ୍ୟାଳୟକୁ ଫେରି କାମ ଆରମ୍ଭ କରିଛନ୍ତି । କରୋନା ମହାମାରୀ ସମୟରେ ତାଙ୍କର ଏପରି ଦାୟିତ୍ୱନିଷ୍ଠାକୁ ଖୁବ୍ ପ୍ରଶଂସା ମିଳୁଛି ।

ମହିଳା IAS ଅଧିକାରୀ ନିଜ ନବଜାତ ଶିଶୁକୁ କୋଳରେ ଧରି ଅଫିସରେ କାମ କରୁଛନ୍ତି - VIDEO
ଅଫିସରେ ନିଜ ନବଜାତ ଶିଶୁ ସହ IAS ଅଧିକାରୀ ସୌମ୍ୟା ପାଣ୍ଡେ
  • News18 Odia
  • Last Updated: October 13, 2020, 11:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗାଜିଆବାଦ: ଜଣେ ମହିଳା ଯୁବ IAS ଅଫିସରଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ କନ୍ୟା ସନ୍ତାନ ଜନ୍ମ ଦେବାର ମାସେ ପୂରିବା ପୂର୍ବରୁ ଏହି ଅଧିକାରୀ ଅଫିସକୁ ଆସି କାମ କରୁଥିବା ଦେଖାଯାଇଛନ୍ତି । ଅଫିସରେ କାମ କରୁଥିବା ବେଳେ ସେ ଗୋଟିଏ ହାତରେ ନିଜ ନବଜାତ କନ୍ୟାକୁ ଧରିଛନ୍ତି ।

ସେ ହେଉଛନ୍ତି ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ମୋଦିନଗରର ଏସଡିଏମ (Modinagar SDM) ପଦରେ ଥିବା ଯୁବତୀ IAS ଅଧିକାରୀ ସୌମ୍ୟା ପାଣ୍ଡେ । କରୋନା କାଳରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମାସକରୁ କମ୍ ସମୟ ଛୁଟିରେ ରହିବା ପରେ ସେ ଜନସାଧାରଣଙ୍କ ସେବା କରିବା ପାଇଁ ଅଫିସରେ ଯୋଗ ଦେଇଛନ୍ତି ।

IAS ଅଧିକାରୀ ସୌମ୍ୟା ପାଣ୍ଡେ


ସୌମ୍ୟା ପାଣ୍ଡେଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ନବଜାତ ଝିଅ ସହିତ ଅଫିସରେ ଫାଇଲ କାମ କରୁଥିବା ଦେଖିବାକୁ ମିଳିଛି | COVID-୧୯ ମହାମାରୀ ସମୟରେ ତାଙ୍କ ଦାୟିତ୍ୱକୁ ଦୃଷ୍ଟିରେ ରଖି ସୌମ୍ୟା ପାଣ୍ଡେ ଡି.ଏମ୍‌.ଙ୍କ ନିର୍ଦ୍ଦେଶରେ ମାତ୍ର ୨୨ ଦିନ ଛୁଟିରେ ରହିବା ପରେ ଅଫିସକୁ ଆସିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କ କାମକୁ ଖୁବ୍‌ ପ୍ରଶଂସା କରାଯାଉଛି ।

ମୋଦିନଗର ତହସିଲର ଏସଡିଏମ ସୌମ୍ୟା ପାଣ୍ଡେ ନିଜ ଶିଶୁ କନ୍ୟାକୁ ଧରି ଚେୟାରରେ ବସି ଜନସେବା କରୁଛନ୍ତି । ଏପରି କାର୍ଯ୍ୟକୁ ସୋସିଆଲ ମିଡ଼ିଆରେ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି । IAS ଅଧିକାରୀ ହେବା ପରେ ଗାଜିଆବାଦର ପ୍ରୟାଗରାଜର ବାସିନ୍ଦା ସୌମ୍ୟା ପାଣ୍ଡେଙ୍କର ଏହା ହେଉଛି ପ୍ରଥମ ନିଯୁକ୍ତି |



ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ନ୍ୟୁଜ୍ ୧୮ ସହ ଏକ ସାକ୍ଷାତକାରରେ ସୌମ୍ୟା ପାଣ୍ଡେ କହିଛନ୍ତି ଯେ ମହିଳାମାନେ ପୂର୍ବରୁ ମଧ୍ୟ ଏହି ଉପାୟରେ କାମ କରିଛନ୍ତି । ‘‘ଅନେକ ମହିଳା ଅଧିକାରୀ ନିଜ ପରିବାରର ଯତ୍ନ ନେବା ସହିତ ସରକାରୀ ସେବାରେ କାର୍ଯ୍ୟ କରୁଛନ୍ତି। ନିଜ ଶୁଶୁ କନ୍ୟା ସହିତ ଅଫିସରେ କାମ କରିବାକୁ ଆସିବା କଥାରେ ମୋତେ ମୋ’ ପରିବାର ତରଫରୁ ବହୁତ ସମର୍ଥନ ମିଳିଛି। ଗାଜିଆବାଦର ଜିଲ୍ଲା ମାଜିଷ୍ଟ୍ରେଟଙ୍କର ବି ବହୁତ ସମର୍ଥନ ମିଳିଛି । କରୋନା ଭାଇରସ ମହାମାରୀରୁ ଲୋକଙ୍କୁ ରକ୍ଷା କରିବା କାମକୁ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଏକ ମିଶନ ଭାବେ ଗ୍ରହଣ କରିଛନ୍ତି । ତେଣୁ ସାମ୍ପ୍ରତିକ ପରିବେଶରେ ଅଧିକାରୀମାନେ ଅଫିସରେ ରହି କାମ କରିବା ଆବଶ୍ୟକ,’’ କହିଛନ୍ତି ସୌମ୍ୟା ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେକଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା



ଅଫିସରେ କାମ ଓ ଘର ମଧ୍ୟରେ ସମନ୍ୱୟ ଉପରେ ସୌମ୍ୟା ପାଣ୍ଡେ କହିଛନ୍ତି ଯେ ଦିନକୁ ଅନେକ ଥର ତାଙ୍କୁ କୋଭିଡ ହସପିଟାଲଗୁଡ଼ିକୁ ଯାଇ ତଦାରଖ କରିବାକୁ ପଡ଼େ । ‘‘ମୁଁ ଅଫିସରୁ କାମ ସାରି ଘରକୁ ଫେରି ପ୍ରଥମେ ନିଜକୁ ସାନିଟାଇଜ୍ କରେ ଓ ତା’ ପରେ ଫାଇଲଗୁଡ଼ିକୁ ବି ସାନିଟାଇଜ୍ କରେ । ଏହା ଫଳରେ ଘରର ଲୋକ ଓ ମୋ’ ଝିଅ ସୁରକ୍ଷିତ ରୁହନ୍ତି । ମୁଁ ନିଜ ଉଭୟ ମୋ’ ଝିଅ ଓ ଏହି ତହସିଲର ଲୋକଙ୍କ ଯତ୍ନ ନେଉଛି,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: October 13, 2020, 11:28 PM IST
corona virus btn
corona virus btn
Loading