ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ଏହି ୨୫ ବର୍ଷୀୟା ମହିଳା ରାତିରେ ରାସ୍ତାରେ ଏକା ଠିଆହୋଇ ନିଶାରେ ଟଳମଳ ହେଉଥିଲେ ଓ କାନ୍ଦୁଥିଲେ । ତାଙ୍କ ମୁହଁରେ ଆଘାତର ଚିହ୍ନ ଥିଲା ଓ ସେ ସାହାଯ୍ୟ ମାଗୁଥିଲେ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: June 7, 2020, 10:26 PM IST
ଥିରୁଅନନ୍ତପୁରମ୍: ନିଜ ପତି ହିଁ ରାକ୍ଷସ ପରି କାର୍ଯ୍ୟ କଲା । ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ ସ୍ୱାମୀ ତାଙ୍କୁ ମଦ ପିଇବାକୁ ବାଧ୍ୟ କଲେ ଓ ତା’ ପରେ ସ୍ୱାମୀଙ୍କର ଚାରି ଜଣ ବନ୍ଧୁ ତାଙ୍କ ସହ ତାଙ୍କ ପାଞ୍ଚ ବର୍ଷର ପିଲା ସାମନାରେ ଦୁଷ୍କର୍ମ କଲେ । ପୋଲିସ ସେହି ବର୍ବର ସ୍ୱାମୀ ଓ ତା’ର ଚାରି ଜଣ ବନ୍ଧୁଙ୍କୁ ଗିରଫ କରିଛି ।
ଏହି ଘଟଣା ଘଟିଛି କେରଳର ରାଜଧାନୀ ଥିରୁଅନନ୍ତପୁରମରେ । ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କ ସହ ଦୁଷ୍କର୍ମ କରିବା ବେଳେ ତାଙ୍କ ସ୍ୱାମୀଙ୍କ ବନ୍ଧୁମାନେ ତାଙ୍କ ଦେହରେ ଜଳନ୍ତା ସିଗାରେଟରେ ଚେଙ୍କ ବି ଦେଇଥିଲେ ।
ପୋଲିସକୁ ମହିଳା ଜଣକ ଦେଇଥିବା ଅଭିଯୋଗ ଅନୁସାରେ ତାଙ୍କ ପତି ତାଙ୍କୁ ଓ ତାଙ୍କ ଦୁଇ ସାନ ପିଲାଙ୍କୁ ପ୍ରଥମେ ପୁଥୁକରିଛି ବେଳାଭୂମିକୁ ନେଇଗଲେ । ସେଠାରୁ ସେମାନଙ୍କୁ ସେ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ନେଲେ । ସେଠି ସ୍ୱାମୀଙ୍କର ଆହୁରି ତିନି ଜଣ ବନ୍ଧୁ ଆସି ଯୋଗ ଦେଲେ ଓ ସେମାନେ ମିଶି ମଦ ପିଇଲେ ।

ଅଭିଯୁକ୍ତମାନଙ୍କ ବିରୋଧରେ IPC ଧାରା ସହିତ ପୋକ୍ସୋ ଆଇନ୍ ଅନୁସାରେ ବି କେତେକ ଧାରା ଲଗାଯାଇଛି ।
ମହିଳାଙ୍କ ସ୍ୱାମୀ ତାଙ୍କୁ ମଦ ପିଇବାକୁ ବାଧ୍ୟ କରି ପିଆଇଲେ । ତା’ ପରେ ସେହି ଚାରି ଜଣ ପୁରୁଷ ମହିଳାଙ୍କ ସହ ତାଙ୍କ ପାଞ୍ଚ ବର୍ଷର ପୁଅ ସାମନାରେ ଦୁଷ୍କର୍ମ କଲେ । ମହିଳା ସେଠୁ ଖସି ରାସ୍ତାକୁ ପଳେଇ ଆସିବାରୁ ଜଣେ ଯୁବକ ତାଙ୍କୁ ଦେଖି ନିଜ ଗାଡ଼ିରେ ତାଙ୍କୁ ତାଙ୍କ ଘରକୁ ନେଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ମହିଳାଙ୍କୁ ରାସ୍ତାରୁ ଉଦ୍ଧାର କରିଥିବା ଯୁବକ ଟେଲିଭିଜନ୍ ଚ୍ୟାନେଲଗୁଡ଼ିକୁ କହିଛନ୍ତି ଯେ ମହିଳା ରାସ୍ତାରେ ନିଶାରେ ଟଳମଳ ହୋଇ ଏକା ଠିଆହୋଇଥିଲେ ଓ କାନ୍ଦୁଥିଲେ । ତାଙ୍କ ମୁହଁରେ ଆଘାତର ଚିହ୍ନ ଥିଲା ଓ ସେ ସାହାଯ୍ୟ ମାଗୁଥିଲେ ବୋଲି ଯୁବକ କହିଛନ୍ତି ।
କେରଳ ରାଜ୍ୟ ମହିଳା କମିସନ୍ ଜୁନ୍ ୪ ତାରିଖରେ ଘଟିଥିବା ଏହି ଘଟଣାକୁ ନିଜ ତରଫରୁ ଗ୍ରହଣ କରିଛି ଓ ପୋଲିସ ଠାରୁ ଏ ସମ୍ବନ୍ଧରେ ରିପୋର୍ଟ ମାଗିଛି । ପୋଲିସ କହିଛି ଯେ ମହିଳାଙ୍କ ସ୍ୱାମୀଙ୍କ ସମେତ ଛଅ ଜଣ ଲୋକଙ୍କୁ ଗିରଫ କରାଯାଇଛି ଓ ଅନ୍ୟ ଜଣେ ଫେରାର ଥିବା ବ୍ୟକ୍ତିର ଖୋଜା ଚାଲିଛି । ଘଟଣାଟି ସାନ ପିଲା ସାମନାରେ ଘଟିଥିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି (IPC) ଧାରା ସହିତ ପୋକ୍ସୋ ଆଇନ୍ (POCSO Act) ଅନୁସାରେ ବି କେତେକ ଧାରା ଲଗାଯାଇଛି ବୋଲି ପୋଲିସ୍ କହିଛି ।
ଏହା ବି ପଢ଼ନ୍ତୁ:
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା