ମୟୂରଭଞ୍ଜରେ ଜଣେ ଜୀବିତ ମହିଳାଙ୍କୁ କରୋନାରେ ମୃତ ଘୋଷଣା କରାଗଲା!

ମହିଳାଙ୍କ ପରିବାର ଲୋକେ ତାଙ୍କ ମୃତ୍ୟ ଖବରକୁ ବିଶ୍ୱାସ କରି ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତ ହୋଇଥିଲେ । ହେଲେ ସେହି ସମୟରେ କୋଭିଡ ହସପିଟାଲର ଜଣେ କର୍ମଚାରୀଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ମହିଳାଙ୍କର ମୃତ୍ୟୁ ହୋଇନାହିଁ ।

ମୟୂରଭଞ୍ଜରେ ଜଣେ ଜୀବିତ ମହିଳାଙ୍କୁ କରୋନାରେ ମୃତ ଘୋଷଣା କରାଗଲା!
ସମ୍ପୃକ୍ତ ମହିଳା (ବାମ); କୋଭିଡ ହସ୍ପିଟାଲ୍ ବାହାରେ ହଙ୍ଗାମା କରୁଥିବା ତାଙ୍କ ପରିଜନ
  • News18 Odia
  • Last Updated: September 19, 2020, 9:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାରିପଦା: କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣେ ମହିଳା ଜୀବିତ ଥିବା ସତ୍ତ୍ୱେ ତାଙ୍କୁ ମୃତ ଘୋଷଣା କରାଯିବାର ଏକ ଅଭାବନୀୟ ଘଟଣା ଘଟିଛି । ମୟୂରଭଞ୍ଜର ରାଇରଙ୍ଗପୁର (Rairangpur in Mayurbhanj) ଅଞ୍ଚଳରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ହତବାକ୍‌ କରିଦେଇଛି ।

ଗତ ୭ ତାରିଖରେ ରାଇରଙ୍ଗପୁରର ୱାର୍ଡ଼ ନମ୍ବର ୧୨ ଈଛିଣ୍ଡା ଅଞ୍ଚଳର ଜଣେ ମହିଳା କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ତାଙ୍କୁ ବାରିପଦା ସ୍ଥିତ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ୮ ତାରିଖରେ କରୋନାରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟ ଘଟିଥିବା ହସପିଟାଲ କର୍ତ୍ତୃପକ୍ଷ ଜଣାଇଥିବା ଅଭିଯୋଗ ହୋଇଛି ।

ମହିଳାଙ୍କ ମୃତ୍ୟୁ ନେଇ ହସପିଟାଲରୁ ପ୍ରମାଣ ମାଗିଥିଲେ ତାଙ୍କ ପରିବାର ଲୋକେ । ତେବେ କର୍ତ୍ତୃପକ୍ଷ କୌଣସି ପ୍ରମାଣ ନ ଦେଇ ଫୋନ ରଖି ଦେଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଭାଙ୍ଗିପଡ଼ିଥିଲେ ଓ ମହିଳାଙ୍କ ମୃତ୍ୟ ଖବରକୁ ବିଶ୍ୱାସ କରି ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତ ହୋଇଥିଲେ । ହେଲେ ସେହି ସମୟରେ କୋଭିଡ ହସପିଟାଲର ଜଣେ କର୍ମଚାରୀଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇନାହିଁ (living woman declared dead of Coronavirus)।

ମହିଳାଙ୍କର ଜଣେ ପରିଜନ ଏ ବିଷୟରେ କହୁଛନ୍ତି


ଏହା ପରେ କୋଭିଡ ହସ୍ପିଟାଲର ଫାଟକ ନିକଟରେ ପହଞ୍ଚିଥିଲେ ସେହି ମହିଳାଙ୍କ ପରିବାର ଲୋକେ । ସେମାନଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇ ନ ଥିଲେ କର୍ତ୍ତୃପକ୍ଷ । ତେଣୁ ରୋଗୀଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

କୋଭିଡ ହସ୍ପିଟାଲ୍ ବାହାରେ ହଙ୍ଗାମା କରୁଥିବା ତାଙ୍କ ପରିଜନ


‘‘ଆମକୁ କୁହାଗଲା ଯେ ମୋ’ ମା’ଙ୍କର ମୃତ୍ୟୁ ହୋଇଯାଇଛି । ଆମେ ପ୍ରମାଣ ମାଗିବାରୁ ସେମାନେ କହିଲେ କାଲି ଆସି ଡେଥ୍‌ ସାର୍ଟିଫିକେଟ୍‌ ନେଇଯାଅ । ଆମେ ଅନୁରୋଧ କଲୁ ଯେ ମା’ଙ୍କର ଗୋଟେ ଫଟୋ ଉଠାଇ ପଠାନ୍ତୁ, ତାହେଲେ ଆମେ କନଫର୍ମ ହେବୁ ଯେ ସେ ମୃତ । ସେମାନେ ମନା କଲେ । କହିଲେ ଯଦି ବିଶ୍ୱାସ କରିବାର ଅଛି ତ କର, ନହେଲେ ନ କର । ହେଲେ ପର ଦିନ ଆମକୁ ଖବର ମିଳିଲା ଯେ ମା’ ଜୀବିତ ଅଛନ୍ତି,’’ କହିଛନ୍ତି ମହିଳାଙ୍କ ପୁଅ ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ଏହା ବି ପଢ଼ନ୍ତୁ | ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

ରାଜ୍ୟ ସରକାର କୋଭିଡ କେୟାର ହସ୍ପିଟାଲରେ ସବୁ ଠିକ୍‌ ଠାକ୍‌ ଚାଲିଥିବା କହୁଥିବା ବେଳେ ଏଭଳି ସାଙ୍ଘାତିକ ଅଭିଯୋଗ କେମିତି ଆସୁଛି ଓ ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ସହଯୋଗ କରୁନାହାନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।



ନ୍ୟୁଜ୍‌୧୮ର ପ୍ରତିନିଧି ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ ।
Published by: Anand Shankar Thankur Das
First published: September 19, 2020, 9:41 PM IST
corona virus btn
corona virus btn
Loading