ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ୧୦ ହେଲା; ମୁମ୍ବାଇରେ ଆଉ ଜଣେ ଚାଲିଗଲେ; ଦେଶରେ ୫୦୦ ପଜିଟିଭ୍

ମୁମ୍ବାଇରେ ମୃତ୍ୟୁ ବରଣ କରିଥିବା ଏହି ୬୫ ବର୍ଷୀୟ ବ୍ୟକ୍ତି ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସରୁ ଅହମଦାବାଦକୁ ଫେରିଥିଲେ। ସେ ଜ୍ୱର, କାଶ ଓ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ଡାକ୍ତରଖାନାରେ ଆଡମିଟ୍ ହୋଇଥିଲେ ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ୧୦ ହେଲା; ମୁମ୍ବାଇରେ ଆଉ ଜଣେ ଚାଲିଗଲେ; ଦେଶରେ ୫୦୦ ପଜିଟିଭ୍
ହାଇଦ୍ରାବାଦରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ବାହାରକୁ ଆସିଛନ୍ତି । (ଏ.ପି. ଫଟୋ)
  • News18 Odia
  • Last Updated: March 24, 2020, 3:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ/ନୂଆ ଦିଲ୍ଲୀ: ମୁମ୍ବାଇରେ ଜଣେ କରୋନା ଭାଇରସ୍‌ (COVID-୧୯) ରୋଗୀର ମୃତ୍ୟୁ ଘଟିଛି । ଏହା ସହିତ ମୁମ୍ବାଇରେ ଏ ପର୍ଯ୍ୟନ୍ତ ତିନି ଜଣ ଓ ସମଗ୍ର ଭାରତରେ ୧୦ ଜଣ ଏହି ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି ।

ମୁମ୍ବାଇରେ ମୃତ୍ୟୁ ମୁଖରେ ପଡ଼ିଥିବା କରୋନା ଭାଇରସ୍ ରୋଗୀଙ୍କ ବୟସ ୬୫ ଥିଲା । ସେ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସରୁ ଅହମଦାବାଦକୁ ଫେରିଥିଲେ। ସେ ଜ୍ୱର, କାଶ ଓ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ଡାକ୍ତରଖାନାରେ ଆଡମିଟ୍‌ ହୋଇଥିଲେ ବୋଲି ବ୍ରିହନମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଏକ ବିବୃତ୍ତିରେ କହିଛି । ତା’ଛଡ଼ା ଏହି ରୋଗୀଙ୍କର ଉଚ୍ଚ ରକ୍ତଚାପ ଓ ଭୟଙ୍କର ମଧୁମେହ ଆଦି ରୋଗ ପୂର୍ବରୁ ରହିଥିଲା ।

ଚିକିତ୍ସା ପାଇଁ ଏହି ବ୍ୟକ୍ତିଙ୍କୁ ମାର୍ଚ୍ଚ ୨୦ରେ ମୁମ୍ବାଇର କସ୍ତୁରବା ଡାକ୍ତରଖାନାକୁ ଅଣାଯାଇଥିଲା, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା । ବିଏମସି କହିଛି ଯେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଉତ୍ତର-ପୂର୍ବ ଭାରତର ମଣିପୁରରେ ଜଣଏ ୨୩ ବର୍ଷ ବୟସ୍କା ମହିଳା କରୋନା ଭାଇରସ୍ ପଜିଟିଭ୍‌ ଭାବେ ଚିହ୍ନଟ ହେବା ପରେ ପରୀକ୍ଷା ସେ ଅଞ୍ଚଳରେ ଏହି ମହାମାରୀର ପ୍ରଥମ ମାମଲା ରେକର୍ଡ ହୋଇଛି ।

ମହିଳା ଜଣକ ବ୍ରିଟେନରୁ ଫେରିଥିଲେ ବୋଲି ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଥା ଭମୋ ସିଂ କହିଛନ୍ତି। ସେ ଦିଲ୍ଲୀ ଓ ଗୁଆହାଟି ବିମାନ ବନ୍ଦର ଦେଇ ଇମ୍ଫାଲକୁ ଫେରିଥିଲେ ।

ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ଏ  ପର୍ଯ୍ୟନ୍ତ ପ୍ରାୟ ୫୦୦ଟି କରୋନା ଭାଇରସ୍ ମାମଲା ରିପୋର୍ଟ ହୋଇଛି । ମଙ୍ଗଳବାର ସକାଳେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ସମୁଦାୟ COVID-୧୯ ମାମଲା ୪୯୨କୁ ବୃଦ୍ଧି ପାଇଛି, ସେଥିମଧ୍ୟରେ ୪୪୬ଟି ସକ୍ରିୟ ମାମଲା ରହିଛି ।

କୋଲକାତାରେ ଏକ ଔଷଧ ଦୋକାନରେ ଲାଗିଥିବା ପୋଷ୍ଟର ପଢ଼ୁଛନ୍ତି ଜଣେ ମାସ୍କପିନ୍ଧା ପ୍ରୌଢ଼ । (ପିଟିଆଇ ଫଟୋ)


ଏହି ସଂଖ୍ୟାରେ ଚିକିତ୍ସାଧୀନ ୪୧ ଜଣ ବିଦେଶୀ ନାଗରିକ ଓ ମୃତ୍ୟୁ ହୋଇଥିବା ୧୦ ଜଣ ସାମିଲ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ତୃତୀୟ ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମ ବଙ୍ଗ, ହିମାଚଳ ପ୍ରଦେଶ, ବିହାର, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ ଓ ପଞ୍ଜାବରେ ଏ ପର୍ଯ୍ୟନ୍ତ୍ ଜଣେ ଜଣେ ଲୋକଙ୍କ ଜଣଙ୍କର ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ୩୭ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ହୋଇ ଡିସଚାର୍ଜ ଓ ସ୍ଥାନାନ୍ତରିତ ହୋଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ଗତ ରାତି ଠାରୁ ଆଜି ପର୍ଯ୍ୟନ୍ତ ସକ୍ରିୟ ମାମଲାର ସଂଖ୍ୟା ସଂଖ୍ୟା ୨୨ ବଢ଼଼ି ୪୪୬ରେ ପହଞ୍ଚିଛି ।

ଭାଇରାଲ୍ ସଂକ୍ରମଣର ମାମଲାରେ ବୃଦ୍ଧି ହେଉଥିବା ଯୋଗୁଁ ପ୍ରାୟ ସମଗ୍ର ଦେଶକୁ ଲକଡାଉନରେ ରଖାଯାଇଛି । ଲୋକଙ୍କୁ ବାହାରେ ଏକତ୍ର ହେବାରେ ବାରଣ କରାଯାଇଛି ଓ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସଡ଼କ, ରେଳ ଏବଂ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି ।

ମୁମ୍ବାଇରେ ଗତ କାଲି ଏକ ଭୀଷଣ ଭିଡ଼ ଥିବା ଟ୍ରେନରେ ପଶୁଛି ଜଣେ ବ୍ୟକ୍ତି । (ରଏଟର୍ସ୍ ଫଟୋ)


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ କେରଳରେ ଏ ପର୍ଯ୍ୟନ୍ତ ସର୍ବାଧିକ COVID-୧୯ ମାମଲା ସାମନାକୁ ଆସି ୯୫ରେ ପହଞ୍ଚିଛି, ଯେଉଁଥିରେ ଆଠ ଜଣ ବିଦେଶୀ ନାଗରିକ ଅଛନ୍ତି । ତା’ପରେ ଅଛି ମହାରାଷ୍ଟ୍ର; ସେଠି ୮୭ଟି ପଜିଟିଭ୍‌ ମାମଲା ରେକର୍ଡ ହୋଇଛି ।

କର୍ଣ୍ଣାଟକରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ୩୭ ହୋଇଥିବା ବେଳେ ରାଜସ୍ଥାନରେ ଦୁଇଜଣ ବିଦେଶୀଙ୍କ ସମେତ ଏହି ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ଉତ୍ତର ପ୍ରଦେଶରେ ଜଣେ ବିଦେଶୀ ନାଗରିକଙ୍କ ସମେତ ୩୩ଟି ସକାରାତ୍ମକ ମାମଲା ରହିଛି । ତେଲେଙ୍ଗାନା ଏପର୍ଯ୍ୟନ୍ତ ୧୦ ଜଣ ବିଦେଶୀଙ୍କ ସମେତ ୩୨ଟି ମାମଲା ରିପୋର୍ଟ କରିଛି ।

ଦିଲ୍ଲୀରେ ଜଣେ ବିଦେଶୀଙ୍କ ସମେତ ପଜିଟିଭ୍‌ ମାମଲା ୩୧କୁ ବୃଦ୍ଧି ପାଇଥିବା ବେଳେ ଗୁଜୁରାଟରେ ୨୯ଟି ମାମଲା ସାମନାକୁ ଆସିଛି । ହରିୟାଣାରେ ୧୪ ଜଣ ବିଦେଶୀଙ୍କ ସମେତ ୨୬ଟି ମାମଲା ଥିବା ବେଳେ ପଞ୍ଜାବରେ ୨୧ଟି ମାମଲା ସାମନାକୁ ଆସିଛି । ଲଦାଖରେ ୧୩ଟି ମାମଲା ଥିବା ବେଳେ ତାମିଲ ନାଡୁରେ ଦୁଇ ଜଣ ବିଦେଶୀଙ୍କ ସମେତ ୧୨ଟି ମାମଲା ରହିଛି ।

ପଶ୍ଚିମ ବଙ୍ଗ, ମଧ୍ୟ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ଏ ପର୍ଯ୍ୟନ୍ତ ସାତଟି ଲେଖାଏଁ ମାମଲା ସାମନାକୁ ଆସିଛି । ଚଣ୍ଡିଗଡ଼ରେ ଛଅଟି ମାମଲା ଥିବା ବେଳେ ଜାମ୍ମୁ କାଶ୍ମୀରରେ ଚାରିଟି ମାମଲା ରହିଛି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ତିନୋଟି ଲେଖାଏଁ ମାମଲା ଆସିଥିବା ବେଳେ ବିହାର ଓ ଓଡିଶାରେ ଦୁଇଟି ମାମଲା ଚିହ୍ନଟ ହୋଇଛି । ପୁଡୁଚେରୀ ଓ ଛତିଶଗଡ ପ୍ରତ୍ୟେକରେ ଗୋଟିଏ ମାମଲା ଆସିଛି ।
First published: March 24, 2020, 3:56 PM IST