ADIA ନିବେଶକୁ ମିଶାଇ Jio ପାଖାପାଖି ₹୧ ଲକ୍ଷ କୋଟିର ନିବେଶ ସଂଗ୍ରହ କରିସାରିଛି: ୧୦ଟି ମୁଖ୍ୟ କଥା

ଜିଓ ପ୍ଲାଟଫର୍ମ୍ସର ଏହି ୯୭,୮୮୫.୬୫ କୋଟି ଟଙ୍କା (ଅର୍ଥାତ ୧୨.୯୬ ବିଲିଅନ୍ ଡଲାର୍) ସଂଗ୍ରହ କରିବା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଯେକୌଣସି କମ୍ପାନୀ କ୍ରମାଗତ ଭାବେ ସଂଗ୍ରହ କରିଥିବା ପୁଞ୍ଜିର ପରିମାଣ ଠାରୁ ଅଧିକ ।

ରିଲାଏନ୍ସ ର ଟେଲିକମ୍ ବ୍ୟବସାୟ ରିଲାଏନ୍ସ ଜିଓ ଇନଫୋକମ୍ ଭାରତର ସବୁ ଠାରୁ ବଡ଼ ଟେଲିକମ୍ କମ୍ପାନୀ । ଏହାର ୩୮.୮ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ।

ରିଲାଏନ୍ସ ର ଟେଲିକମ୍ ବ୍ୟବସାୟ ରିଲାଏନ୍ସ ଜିଓ ଇନଫୋକମ୍ ଭାରତର ସବୁ ଠାରୁ ବଡ଼ ଟେଲିକମ୍ କମ୍ପାନୀ । ଏହାର ୩୮.୮ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ।

  • Share this:
News18 Odia Digital

ମୁମ୍ବାଇ: ଗତ ସାତ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମ (Jio Platform)ରେ ବିଶ୍ୱସ୍ତରୀୟ ବଡ଼ ନିବେଶକମାନେ ଲଗାତର ଆଠ ଥର ନିବେଶ କଲେଣି । ରବିବାର ଦିନ ଆବୁଧାବି ସରକାରଙ୍କ ତରଫରୁ ପାଣ୍ଠି ବିନିଯୋଗ କରୁଥିବା ଆବୁଧାବି ନିବେଶ ପ୍ରାଧିକରଣ (Abu Dhabi Investment Authority, ADIA) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited, RIL)ର  ଜିଓ ପ୍ଲାଟଫର୍ମରେ ୧.୧୬ ପ୍ରତିଶତ ଅଂଶଧନ ପାଇଁ ୫,୬୮୩.୫୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି ।

ଆବୁଧାବି ନିବେଶ ପ୍ରାଧିକରଣ (ଆଡିଆ, ADIA) ହେଉଛି ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଥିବା ଆବୁଧାବି ଏମିରେଟର ଏକ ସାର୍ବଭୌମ ଧନ ପାଣ୍ଠି । ADIA ୧୯୭୬ ମସିହାରୁ ଆବୁଧାବି ସରକାରଙ୍କ ତରଫରୁ ପାଣ୍ଠି ବିନିଯୋଗ କରିଆସୁଛି ଏବଂ ଏକ ବିଶ୍ୱସ୍ତରୀୟ ପୁଞ୍ଜି ବିନିଯୋଗ ପୋର୍ଟଫୋଲିଓ ପରିଚାଳନା କରୁଛି, ଯାହା ଦୁଇ ଡଜନରୁ ଅଧିକ ବିବିଧ ସମ୍ପତ୍ତି ବର୍ଗ ଓ ଉପ-ବର୍ଗରେ ଅଛି ।

ଏହି ମେଗା ବିଜିନେସ୍‌ ଡିଲ୍‌ ବିଷୟରେ ଜାଣନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା:

୧. ସାତ ସପ୍ତାହରୁ କମ୍ ସମୟ ମଧ୍ୟରେ ଜିଓ ପ୍ଲାଟଫର୍ମରେ ଏହା ଏକ ଅପ୍ରତ୍ୟାଶିତ ଅଷ୍ଟମ ବିନିଯୋଗ ।

୨. ଜିଓ ପ୍ଲାଟଫର୍ମର ୧.୧୬ ପ୍ରତିଶତ ଅଂଶଧନ ପାଇଁ ଆଡିଆ ୫,୬୮୩.୫୦ କୋଟି ଟଙ୍କା ବିନିଯୋଗ କରିଛି ।

୩. ଏହି ବିନିଯୋଗ ସହିତ ଜିଓ ପ୍ଲାଟଫର୍ମ ଏ ପର୍ଯ୍ୟନ୍ତ ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି ନିବେଶକମାନଙ୍କ ଠାରୁ ମୋଟ ୯୭,୮୮୫.୬୫ କୋଟି ଟଙ୍କା (ଅର୍ଥାତ ୧୨.୯୬ ବିଲିଅନ୍‌ ଡଲାର୍‌) ସଂଗ୍ରହ କରିସାରିଛି ।

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ


୪. ଏହି ବିଶ୍ୱସ୍ତରୀୟ ନିବେଶକମାନଙ୍କ ମଧ୍ୟରେ ଅଛନ୍ତି ଫେସବୁକ୍ (Facebook), ସିଲଭର ଲେକ୍ ପାର୍ଟନର୍ସ (ଦୁଇଟି ନିବେଶ), ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଣ୍ଟିକ୍, କେକେଆର୍, ମୁବାଦଲା ଓ ଆଡିଆ ।

୫. ଜିଓ ପ୍ଲାଟଫର୍ମ୍ସର ଏହି ୯୭,୮୮୫.୬୫ କୋଟି ଟଙ୍କା (ଅର୍ଥାତ ୧୨.୯୬ ବିଲିଅନ୍‌ ଡଲାର୍‌) ସଂଗ୍ରହ କରିବା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଯେକୌଣସି କମ୍ପାନୀ କ୍ରମାଗତ ଭାବେ ସଂଗ୍ରହ କରିଥିବା ପୁଞ୍ଜିର ପରିମାଣ ଠାରୁ ଅଧିକ ।

୬. ADIAର ଏହି ନିବେଶ ଜିଓରେ ନିକଟରେ ହୋଇଥିବା ଅନ୍ୟ PE (private equity) ବିନିଯୋଗ ସହିତ ସମାନ ମୂଲ୍ୟରେ ଅଛି – ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଓ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ।

୭. ଏହି ପୁଞ୍ଜି ବିନିଯୋଗ ଜିଓର ବୈଷୟିକ ଦକ୍ଷତା, ବ୍ୟାଘାତକାରୀ ବ୍ୟବସାୟ ମଡେଲ (disruptive business model) ଓ ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନାକୁ ପ୍ରତିଫଳିତ କରୁଛି ।

ଏହି ଅଷ୍ଟମ ବିନିଯୋଗ ସହ ଜିଓ ପ୍ଲାଟଫର୍ମ ଗତ ସାତ ସପ୍ତାହରେ ୯୭,୮୮୫.୬୫ କୋଟି ଟଙ୍କା ସଂଗ୍ରହ କରିସାରିଛି ।


୮. ଏହି ପୁଞ୍ଜି ବିନିଯୋଗ ବିଶ୍ୱସ୍ତରୀୟ ନିବେଶକମାନଙ୍କ ମଧ୍ୟରେ ଜିଓର କ୍ରମାଗତ ଆକର୍ଷଣକୁ ପୁନଃ ପ୍ରମାଣିତ କରୁଛି । ଏଥିରୁ ଏହା ସାବ୍ୟସ୍ତ ହୋଇଛି ଯେ ଜିଓ (Jio) ଭାରତର ଡିଜିଟାଲ୍ ସମ୍ଭାବନାର ସର୍ବୋତ୍ତମ ପ୍ରତିନିଧି ଓ ଭାରତୀୟ ବଜାରକୁ ଏହି କମ୍ପାନୀ ଗଭୀର ଭାବେ ବୁଝିଛି । କୋଭିଡ୍ ପରବର୍ତ୍ତୀ ଦୁନିଆରେ ଦ୍ରୁତ ଡିଜିଟାଇଜେସନ୍ ସୁଯୋଗ ସୃଷ୍ଟି କରିବା ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ଯଥା ଏ.ଆଇ. (AI), ବ୍ଲକ୍‌ ଚେନ୍‌ (Blockchain) ଓ AR / VR ସମସ୍ତ ଭାରତୀୟଙ୍କ ପାଇଁ ଉପଲବ୍ଧ କରାଇବାର ସାମର୍ଥ୍ୟ ଜିଓ ପାଖରେ ଅଛି ବୋଲି ଏହି ନିବେଶଗୁଡ଼ିକରୁ ପ୍ରତିପାଦିତ ହୋଇଛି ।

୯. ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି (ଆଡିଆ) ୧୯୭୬ ମସିହାରୁ ଆବୁଧାବି ସରକାରଙ୍କ ତରଫରୁ ପାଣ୍ଠି ବିନିଯୋଗ କରିଆସୁଛି । ADIA ସେହି ନିବେଶ ଉପରେ ଧ୍ୟାନ ଦେଇଥାଏ ଯାହା ଦୀର୍ଘମିଆଦି ମୂଲ୍ୟ ସୃଷ୍ଟି କରିଥାଏ ।

୧୦. ADIA ଏକ ବିଶ୍ୱସ୍ତରୀୟ ପୁଞ୍ଜି ବିନିଯୋଗ ପୋର୍ଟଫୋଲିଓ ପରିଚାଳନା କରିଆସୁଛି, ଯାହା ଦୁଇ ଡଜନରୁ ଅଧିକ ବିବିଧ ସମ୍ପତ୍ତି ବର୍ଗ ଓ ଉପ-ବର୍ଗରେ ବ୍ୟାପ୍ତ ।

(ଡିସକ୍ଲେମର୍‌: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)

ଏହା ବି ପଢ଼ନ୍ତୁ: Jioର ପୁଣି ଏକ ଡିଲ୍: ଆବୁଧାବିର ADIA ଜିଓ ପ୍ଲାଟଫର୍ମରେ ୧.୧୬% ଅଂଶଧନ ୫,୬୮୩ କୋଟି ଟଙ୍କାରେ କିଣିବ

ଏହା ବି ପଢ଼ନ୍ତୁ: ୬ ସପ୍ତାହରେ ରିଲାଏନ୍ସ ଜିଓର ୭ମ ଡିଲ୍: ୪,୫୪୬ କୋଟି ଟଙ୍କାରେ ସିଲଭର ଲେକ୍ ୨.୦୮% ଅଂଶଧନ କିଣିବ

ଏହା ବି ପଢ଼ନ୍ତୁ: ଦେଢ଼ ମାସରେ ରିଲାଏନ୍ସର ଷଷ୍ଠ ଡିଲ୍: ଆବୁଧାବିର ମୁବାଦଲା ଜିଓରେ ₹୯,୦୯୩ କୋଟି ନିବେଶ କରିବ

ଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛି

ଏହା ବି ପଢ଼ନ୍ତୁ: ରିଲାଏନ୍ସର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ଜବରଦସ୍ତ ସମର୍ଥନ ମିଳିଲା

ଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲା

ଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲା

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲା

ଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବ

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍

ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗ

ଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନି

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲା
Published by:Anand Shankar Thankur Das
First published: