ରାଜ୍ୟରେ ଆହୁରି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ୭୩୭ ହେଲେ

ଏହି ନୂଆ କରୋନା ଭାଇରସ୍ ପଜିଟିଭମାନଙ୍କ ମଧ୍ୟରୁ ଅଧିକାଂଶ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ଓ ବାହାର ରାଜ୍ୟରୁ ଆସିଥିଲେ। ଗଞ୍ଜାମରେ ଏବେ ସର୍ବାଧିକ ୨୭୭ ଜଣ ଓ ଯାଜପୁରରେ ୧୨୧ ଜଣ ଆକ୍ରାନ୍ତ ଅଛନ୍ତି ।

ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ପଶ୍ଚିମ ବଙ୍ଗ ଫେରୁଥିବା ଶ୍ରମିକମାନଙ୍କୁ ପାଣିକୋଇଲିରେ ଖାଇବାକୁ ଦିଆଯାଉଛି ।

ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ପଶ୍ଚିମ ବଙ୍ଗ ଫେରୁଥିବା ଶ୍ରମିକମାନଙ୍କୁ ପାଣିକୋଇଲିରେ ଖାଇବାକୁ ଦିଆଯାଉଛି ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୬୫ ଜଣ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି ଓ ଉଭୟ ସରକାର ଓ ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢ଼ିଛି ।

ଯାଜପୁର ଜିଲ୍ଲାରେ ଶହେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରେ ଆଉ ୩୧ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ ୧୨୧ରେ ପହଞ୍ଚିଛି ସଂଖ୍ୟା । ଗଞ୍ଜାମରେ ଆଉ ୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ପୁଣି ୩ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ପରେ ସେଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । କଟକରେ ମଧ୍ୟ ଆଜି ୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । ଏହା ଛଡା ପୁରୀରେ ଆଉ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

ଗଞ୍ଜାମରେ ପ୍ରବାସୀ ଓଡ଼ିଆମାନେ ଟ୍ରେନରୁ ଓହ୍ଲେଇ ଚାଲିଛନ୍ତି ।


ମୟୂରଭଞ୍ଜରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ସେହି ପରି କେନ୍ଦ୍ରାପଡ଼ାରେ ୪ ଜଣ ପଜିଟିଭ ଚିହ୍ନଟ ହେବା ପରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଛୁଇଁଛି । ନୟାଗଡ଼ରେ ମଧ୍ୟ ୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ନୟାଗଡ଼ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା ୬୫ ଜଣ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ସରକାର । ଯାଜପୁରର ସମସ୍ତ ୩୧ ଜଣ ଆକ୍ରାନ୍ତ କ୍ବାରେଣ୍ଟାଇନରେ ଥିଲେ । ସେମାନଙ୍କ ମଧ୍ୟରୁ ୩୦ ଜଣ ପଶ୍ଚିମ ବଙ୍ଗ ଓ ଜଣେ ଝାଡ଼ଖଣ୍ଡ ଫେରନ୍ତା ବୋଲି ଜଣାପଡିଛି । ଗଞ୍ଜାମର ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ସେଥିରୁ ୧୨ ଜଣ ଆକ୍ରାନ୍ତ କ୍ବାରେଣ୍ଟାଇନ କେନ୍ଦ୍ରରେ ଥିଲେ ଓ ଅନ୍ୟ ଜଣେ ଆକ୍ରାନ୍ତ ହୋମ କ୍ବାରେଣ୍ଟାଇନରେ ଥିଲେ ।

କଟକରୁ ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତ ଅହମଦାବାଦ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ । କେନ୍ଦ୍ରାପଡ଼ାର ସମସ୍ତ ୪ ଜଣ ଆକ୍ରାନ୍ତ ସୁରତ ଫେରନ୍ତା ଓ ସେମାନେ କ୍ବାରେଣ୍ଟାଇନରେ ଥିଲେ ବୋଲି ଜଣାପଡିଛି ।

ସେହି ପରି ପୁରୀର ସମସ୍ତ ୪ ଆକ୍ରାନ୍ତ ପଶ୍ଚିମ ବଙ୍ଗ ଫେରନ୍ତା ଓ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ । ଖୋର୍ଦ୍ଧାର ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ କ୍ବାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପଶ୍ଚିମ ବଙ୍ଗ ଓ ଜଣେ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହା ଛଡା ନୟାଗଡ଼ର ୨ ଓ ମୟୂରଭଞ୍ଜର ୨ ଜଣ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା: ରାଜ୍ୟରେ ସମୁଦ୍ର କୂଳରୁ ୩ କିମି ଭିତରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଏହା ବି ପଢ଼ନ୍ତୁ: ମୁଣ୍ଡରେ ବସ୍ତା, ହାତରେ ବାଲଟି, କଟକରୁ ମଧ୍ୟ ପ୍ରଦେଶ ବାହାରିଲେ ୪୭ ଲୋକ; ସାହାଯ୍ୟ ପାଇଲେ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି

ଏହା ବି ପଢ଼ନ୍ତୁ: ମେ ୩୧ ସୁଦ୍ଧା ଏହି କାମ ନ କଲେ ମାତ୍ର ୧୨ ଟଙ୍କାରେ ମିଳୁଥିବା ବୀମାର ଲାଭ ଆପଣ ହରେଇବେ
Published by:Anand Shankar Thankur Das
First published: