ରାଜ୍ୟରେ ଏବେ ଖୋଲିବନି ମଦ ଦୋକାନ; ଦିନେ ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନେବେ

ରାଜ୍ୟ ବାହାରେ ବିଭିନ୍ନ ସହରରେ ମଦ ଦୋକାନଗୁଡ଼ିକ କାଲି ଠାରୁ ଖୋଲିବା ପରେ ଓଡ଼ିଶା ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ସାମାଜିକ ଦୂରତ୍ବ ଉପରେ ସରକାରଙ୍କ ନଜର ରହିଥିବା ଅବକାରୀ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ଏବେ ଖୋଲିବନି ମଦ ଦୋକାନ; ଦିନେ ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନେବେ
ରାଜ୍ୟ ସରକାରଙ୍କୁ ମଦରୁ ମାସକୁ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ବ ମିଳେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ମଦ ଦୋକାନ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କୌଣସି ଅଞ୍ଚଳରେ ବି ମଦ ଦୋକାନ ଖୋଲିବ ନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲକଡାଉନ୍‌ ଆରମ୍ଭ ହେବା ଦିନରୁ ଗତ ଦେଢ଼ ମାସରୁ ଅଧିକ ସମୟ ହେବ ରାଜ୍ୟରେ ମଦ ଦୋକାନଗୁଡ଼ିକ ବନ୍ଦ ରିହିଛି । ତେବେ ଜନତାର ଏକ ଅଂଶରୁ ମଦ ଦୋକାନଗୁଡ଼ିକୁ ଏବେ ଖୋଲିବା ପାଇଁ ଦାବୀ ହେଉଥିବାରୁ ସରକାର ଦିନେ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି ଜଣା ପଡ଼ିଛି । ଖୁବ୍‌ ଶୀଘ୍ର ଏ ବିଷୟରେ ଅବକାରୀ ବିଭାଗର ନିର୍ଦେଶନାମା ଜାରି ହେବ ।

ରାଜ୍ୟ ବାହାରେ  ବିଭିନ୍ନ ସହରରେ ମଦ ଦୋକାନଗୁଡ଼ିକ କାଲି ଠାରୁ ଖୋଲିବା ପରେ ଓଡ଼ିଶା ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ସାମାଜିକ ଦୂରତ୍ବ ଉପରେ ସରକାରଙ୍କ ନଜର ରହିଥିବା ଅବକାରୀ ବିଭାଗ ସୂଚନା ଦେଇଛି । ସ୍ଥିତି ପରଖିଲା ପରେ ନିଷ୍ପତ୍ତି ନିଆଯିବ ବୋଲି ଅବକାରୀ ବିଭାଗ କହିଛି ।

ଦେଶର ବିଭିନ୍ନ ସହରରେ ମଦ ଦୋକାନମାନଙ୍କ ଆଗରେ ଭିଡ଼ ଲାଗିଛି ।


ଗତ କାଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟର କେବଳ ଗ୍ରୀନ୍ ଜୋନରେ ମଦ ଦୋକାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଗ୍ରୀନ୍ ଜୋନରେ ଥିବା କିଛି ଜିଲ୍ଲାରେ ମଦ ଦୋକାନ ଖୋଲିଥିଲା ଓ ଦୋକାନମାନଙ୍କ ସାମ୍ନାରେ ଭିଡ ଦେଖିବାକୁ ମିଳିଥିଲା । ହେଲେ ଆଜି ସରକାର ନିର୍ଦ୍ଦେଶ ଆସିବା ପରେ ରାଜ୍ୟର ସବୁ ସ୍ଥାନରେ ମଦ ଦୋକାନଗୁଡ଼ିକୁ ବନ୍ଦ ରଖାଯାଇଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ମଦ ମହଙ୍ଗା ହୋଇଛି । ଅରବିନ୍ଦ କେଜରୀୱାଲ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦିଲ୍ଲୀରେ ୭୦ ପ୍ରତିଶତ ମହଙ୍ଗା ହୋଇଛି ମଦ । ଏହି ଅତିରିକ୍ତ ଟିକସକୁ ସ୍ବତନ୍ତ୍ର କରୋନା ଫି ଭାବେ ନିଆଯିବ । ସାଧାରଣ ସମୟର ଦାମ୍‌ ତୁଳନାରେ ୭୦ ପ୍ରତିଶତ ଅଧିକ ଦରରେ ମଦ ବିକ୍ରି କରିବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ।

ଲକଡାଉନ୍ ତୃତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ରର ଅନୁମତି ପରେ ଦିଲ୍ଲୀରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ମାନି ନ ଥିଲେ ସାମାଜିକ ଦୂରତା ନିୟମ ।

ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ମଦର ଦାମ ୫୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଦର ଦାମ୍‌ ଆନ୍ଧ୍ର୍ର ପ୍ରଦେଶରେ ପୂର୍ବରୁ ୨୫ ପ୍ରତିଶତ ବୃଦ୍ଧି ପାଇଥିଲା । ଫଳରେ ସେଠାରେ ଏବେ ମଦ ଉପରେ ମୋଟ ୭୫ ପ୍ରତିଶତ ଦର ବୃଦ୍ଧି ହେଲା । ଚେନ୍ନାଇରେ ମଦ ଦୋକାନ ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାମିଲ ନାଡୁ ସରକାର ।
First published: May 5, 2020, 1:57 PM IST
corona virus btn
corona virus btn
Loading