ଖୋଲିଲା ମଦ ଦୋକାନ; ଦିଲ୍ଲୀ, ମୁମ୍ବାଇରେ ଭୀଷଣ ଭିଡ଼ ପରେ ବନ୍ଦ କରିବାକୁ ଆଦେଶ ଜାରି ହେଲା

ସରକାରୀ ଅନୁମତି ପରେ ଅରେଞ୍ଜ ଓ ଗ୍ରୀନ ଜୋନରେ ଆଜି ଖୋଲିଛି ମଦ ଦୋକାନ । ଦେଶରେ ବିଭିନ୍ନ ସ୍ଥାନରେ ମଦ କିଣିବାକୁ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଲାଗିଛି ।

ଖୋଲିଲା ମଦ ଦୋକାନ; ଦିଲ୍ଲୀ, ମୁମ୍ବାଇରେ ଭୀଷଣ ଭିଡ଼ ପରେ ବନ୍ଦ କରିବାକୁ ଆଦେଶ ଜାରି ହେଲା
ଦିଲ୍ଲୀରେ ଏକ ମଦ ଦୋକାନ ଆଗରେ ଭିଡ଼ ଲାଗିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ/ମୁମ୍ବାଇ: ପାଖାପାଖି ଦେଢ଼ ମାସ ପରେ ଆଜି ଦେଶର ବିଭିନ୍ନ ସହରରେ ଖୋଲିଛି ମଦ ଦୋକାନ । କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଜାରି ହୋଇଥିବା ପ୍ରଥମ ପର୍ଯ୍ୟାୟ ଲକଡାଉନ୍‌ ବେଳୁ ଦେଶରେ ମଦ ଦୋକାନଗୁଡ଼ିକ ବନ୍ଦ ରହିଥିଲେ । ଲକଡାଉନ୍‌ ତୃତୀୟ ପର୍ଯ୍ୟାୟରେ ଅରେଞ୍ଜ ଓ ଗ୍ରୀନ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ୱାଇନ୍‌ ସପଗୁଡ଼ିକ ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଲାଗିଛି ।

ଦେଶର ପ୍ରମୁଖ ସହରମାନଙ୍କରେ ମଦ ଦୋକାନଗୁଡ଼ିକ ଆଗରେ ଆଜି ସକାଳ ଠାରୁ ଗ୍ରାହକମାନଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ସଂକ୍ରମଣକୁ ନେଇ ଚିନ୍ତାଜନକ ସ୍ଥିତି ସତ୍ତ୍ବେ ମଦ ପାଇଁ ଶତାଧିକ ଲୋକ ଦୋକାନ ଖୋଲିବାର ବହୁ ପୂର୍ବରୁ ଘରୁ ବାହାରି ପଡ଼ିଥିଲେ । ଠାଣେରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ।

ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ମଦ ପାଇଁ ଲୋକ ଲାଇନରେ ଠିଆ ହୋଇଛନ୍ତି । ତେବେ କୌଣସି ସ୍ଥାନରୁ ଅପ୍ରୀତିକର ସ୍ଥିତି ନଜରକୁ ଆସିନି । ଦୋକାନୀ ମଧ୍ୟ ସାନିଟାଇଜର ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଉଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ଦେଶର ବିଭିନ୍ନ ସହରରେ ମଦ ଦୋକାନମାନଙ୍କ ଆଗରେ ଭିଡ଼ ଲାଗିଛି ।


ଦିଲ୍ଲୀରେ ମଦ ଦୋକାନଗୁଡ଼ିକ ଆଗରେ ଏତେ ଲମ୍ବା ଲାଇନ ଲାଗିଥିଲା ଯେ ଭିଡ଼ କମ୍‌ କରିବାକୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ତା’ ପରେ ଦିଲ୍ଲୀ ସରକାର ରାଷ୍ଟ୍ରୀୟ ରାଜଧାନୀରେ ମଦ ଦୋକାନଗୁଡ଼ିକୁ ବନ୍ଦ୍‌ କରିବାକୁ ଆଦେଶ ଦେଇଛନ୍ତି । ମୁମ୍ବାଇରେ ଅଧିକ ସଂଖ୍ୟାରେ ଲୋକେ ମଦ ଦୋକାନଗୁଡ଼ିକ ଆଗରେ ଲମ୍ବା ଲାଇନ୍‌ ଲଗାଉଥିବାରୁ ଓ ସାମାଜିକ ଦୂରତାର ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ସବୁ ମଦ ଦୋକାନକୁ ପୁଣି ଥରେ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି ।
First published: May 4, 2020, 3:03 PM IST
corona virus btn
corona virus btn
Loading