News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ (Coronavirus) ପୁଣି ଥରେ ବ୍ୟାପିବାରେ ଲାଗିଥିବାରୁ ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଲାଗୁ କରିବା ଆରମ୍ଭ କରିଛନ୍ତି । ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ (night curfew) ଲାଗୁ କରାଯାଇଛି । କେତେକ ସହରରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି ଓ ଆଉ କେତେକ ସହରରେ ୱିକେଣ୍ଡ୍ ଲକଡାଉନ୍ ଘୋଷଣା କରାଯାଇଛି । ଭାରତୀୟ ରେଳବାଇ (Indian Railways) ମାସେ ଧରି ମୁମ୍ବାଇ ସେଣ୍ଟ୍ରାଲ ଓ ଅହମଦାବାଦ ମଧ୍ୟରେ ଚାଲୁଥିବା ତେଜସ ଏକ୍ସପ୍ରେସର (Tejas Express) ପରିଚାଳନ ବନ୍ଦ କରି ଦେଇଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି: ଦେଶରେ ଟ୍ରେନ୍ ଚଳାଚଳ ପୁଣି ଥରେ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବନି ତ?
ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ (Indian Railways) ପକ୍ଷରୁ ଏକ ବିବୃତ୍ତି ଆସିଛି । ରେଳବାଇ ବୋର୍ଡ (Railway Board) ଶୁକ୍ରବାର ଦିନ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ଟ୍ରେନ୍ ପରିଚାଳନ ବନ୍ଦ କରିବା କିମ୍ବା ତା’ ଉପରେ ନିଷେଧାଜ୍ଞା ଜାରି କରିବା ପାଇଁ ଭାରତୀୟ ରେଳବାଇର କୌଣସି ଯୋଜନା ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଢେଙ୍କାନାଳ: ଚାକିରିକୁ ନ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଓ ୨ ଝିଅଙ୍କୁ ଫାର୍ସାରେ ହାଣିଲାରେଲୱେ ବୋର୍ଡର ଅଧ୍ୟକ୍ଷ ସୁନୀତ ଶର୍ମା କହିଛନ୍ତି ଯେ ଯେଉଁମାନେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଟ୍ରେନର ଅଭାବ ରହିବ ନାହିଁ । ‘‘ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଚାହିଦା ଅନୁଯାୟୀ ଟ୍ରେନ୍ ଚାଲିବ । ଏହି ମାସଗୁଡିକରେ ଯେଉଁ ରେଳ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟା ସ୍ୱାଭାବିକ ଥିବା ଦେଖାଠିବ ଆମେ ଆବଶ୍ୟକତା ଅନୁଯାୟୀ ସେଠାରେ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିବୁ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ଓ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେଶର୍ମା ଗଣମାଧ୍ୟମର ଏକ ରିପୋର୍ଟକୁ ଖାରଜ କରିଦେଇଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ ଟ୍ରେନ୍ ଯୋଗେ ଯାତ୍ରା କରିବା ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ହେବ । ଶର୍ମା ଆହୁରି କହିଛନ୍ତି ଯେ ମହାରାଷ୍ଟ୍ରରେ ଯେଉଁ ଶ୍ରମିକମାନେ ରାଜ୍ୟ ଛାଡୁଥିବା କଥା କୁହାଯାଉଛି, ସେମାନେ ବାସ୍ତବରେ ରାଜ୍ୟ ଛାଡୁନାହାନ୍ତି, ବରଂ ସେମାନେ ରେଳବାଇର ସାଧାରଣ ଯାତ୍ରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ଓ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେ‘‘ମହାରାଷ୍ଟ୍ରରେ ରାତି କର୍ଫ୍ୟୁକୁ ଏଡ଼ାଇବା ପାଇଁ ଏହି ଯାତ୍ରୀମାନେ ଶୀଘ୍ର ଷ୍ଟେସନରେ ପହଞ୍ଚୁଛନ୍ତି, ଯେଉଁଥିପାଇଁ ଭିଡ଼ ଦେଖାଯାଉଛି । ସେଠାରେ ଟ୍ରେନର ଚଳାଚଳ ବନ୍ଦ କରିବା କିମ୍ବା ଟ୍ରେନ୍ ସଂଖ୍ୟା କମ୍ କରିବା ପାଇଁ ସରକାରଙ୍କ ଠାରୁ ଏ ପର୍ଯ୍ୟନ୍ତ କୌଣସି ଅନୁରୋଧ ମିଳି ନାହିଁ,’’ କହିଛନ୍ତି ଶର୍ମା ।
ଏହା ବି ପଢ଼ନ୍ତୁ | ‘ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା କ’ଣ?’ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନା ବାଇରସ୍ ବ୍ୟାପକ ଭାବେ ପ୍ରସାରିତ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ବନ୍ଦ କରିଦିଆଯାଇଛି । ଯେଉଁ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ବନ୍ଦ ହୋଇଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ତିଳକ ଟର୍ମିନାସ୍, କଲ୍ୟାଣ, ଥାନେ, ଦାଦର, ପାନଭେଲ ଓ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ । କେନ୍ଦ୍ରୀୟ ରେଳବାଇର CPROଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ଏହି ସୂଚନା ଦିଆଯାଇଛି ।
ଶୁକ୍ରବାର ଦିନ ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ସି.ଏସ୍.ଏମ୍.ଟି. ସମେତ ଛଅଟି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ କରିଦିଆଯାଇଛି । କେନ୍ଦ୍ରୀୟ ରେଳବାଇର ମୁଖ୍ୟ ମୁଖପାତ୍ର ଶିବାଜୀ ସୂତାର କହିଛନ୍ତି ଯେ ମୁମ୍ବାଇ ସି.ଏସ୍.ଏମ୍.ଟି. ବ୍ୟତୀତ ଏଲ୍.ଟି.ଟି., କଲ୍ୟାଣ, ଥାନେ, ଦାଦର ଓ ପାନଭେଲ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ବନ୍ଦ କରିଦିଆଯାଇଛି ଯେଉଁଠାରୁ ଦୀର୍ଘ ଦୂରତା ବିଶିଷ୍ଟ ଟ୍ରେନ୍ ଚଳାଚଳ କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।