ଓଡ଼ିଶାକୁ ଫେରିବ କି ଲକଡାଉନ ଓ ସଟଡାଉନ? ଶୀତରେ କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଅଧିକ

ଶୀତ ଋତୁରେ କରୋନା ସଂକ୍ରମଣର ହାର ଅଧିକ ହେବାର ଆଶଙ୍କା ଥିବାରୁ ଦିଲ୍ଲୀ ଓ ଅହମଦାବାଦ ପରି ଓଡ଼ିଶାର କେତେକ ସ୍ଥାନରେ ପୁଣି ଥରେ ଲକଡାଉନ୍ ଓ ସଟଡାଉନ୍ ଜାରି କରିବାର ଆବଶ୍ୟକତା ଉପରେ ବିଚାର କରାଯାଇପାରେ ।

ଓଡ଼ିଶାକୁ ଫେରିବ କି ଲକଡାଉନ ଓ ସଟଡାଉନ? ଶୀତରେ କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଅଧିକ
ସଟଡାଉନ ସମୟରେ କଟକ ସହରର ଏକ ରାସ୍ତାରେ ପୋଲିସର କଡ଼ାପଣର ଏକ ଦୃଶ୍ୟ
  • News18 Odia
  • Last Updated: November 22, 2020, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଫେରିବ କି ଲକଡାଉନ ଓ ସଟଡାଉନ କିମ୍ବା ରାତ୍ରିକାଳୀନ କର୍ଫ୍ୟୁ? ଦିଲ୍ଲୀ ଓ ଅହମଦାବାଦରେ କୋଭିଡର ତାଜା ସ୍ଥିତି ଅନୁଧ୍ୟାନ କରିବା ପରେ ଉଭୟ ସେଠାରେ ପୁଣି ଥରେ ଲକଡାଉନ ଓ କର୍ଫ୍ୟୁ ଲାଗୁ ହେବା ପରେ ଓଡ଼ିଶାର କେତେକ ସ୍ଥାନରେ ଏମିତି କଟକଣା ପୁଣି ଥରେ ଲାଗୁ କରିବା ଉପରେ ବିଚାର କରାଯାଉଥିବା ଜଣାପଡ଼ିଛି ।

ଯଦିଓ ଓଡ଼ିଶା ପ୍ରସଙ୍ଗରେ ବର୍ତ୍ତମାନର ସ୍ଥିତି ଅନୁସାରେ ଲକଡାଉନ କିମ୍ଵା ସଟଡାଉନ ପୁଣି ଥରେ ଲାଗୁ କରିବାର ଆବଶ୍ୟକତା ନ ଥିବା କୁହାଯାଉଛି, ତେବେ କୋଭିଡିକୁ ନେଇ ଅଧିକ ଜନ ସଚେତନତାର ଆବଶ୍ୟକତା ଅଛି ବୋଲି ମତ ରଖିଛନ୍ତି ଉଭୟ ଏକ୍ସପର୍ଟ ଓ ବୁଦ୍ଧିଜୀବୀମାନେ ।

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

ଲମ୍ବା ସମୟ ଧରି ବ୍ୟାପକ ସରକାରୀ ଉଦ୍ୟମ ସତ୍ତ୍ୱେ ରାଜ୍ୟରେ କୋଭିଡ଼ ସଂକ୍ରମଣ କମୁନାହିଁ । କିଛି ସ୍ଥାନରେ ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଆଉ କେତେକ ସ୍ଥାନରେ ଏହା କାୟା ବିସ୍ତାର କରିଚାଲିଛି । ଏବେ ଆଶଙ୍କା କରାଯାଉଛି ଯେ ଡିସେମ୍ବର ମାସରେ ରାଜ୍ୟରେ କୋଭିଡ ସଂକ୍ରମଣ ହାର ବ୍ୟାପକ ହୋଇପାରେ । ଶୀତରେ ସଂକ୍ରମଣର ହାର ଅଧିକ ହେବା ଆଶଙ୍କା କରୁଛନ୍ତି ଏକ୍ସପର୍ଟମାନେ । ଏଭଳି ସଂକ୍ରମଣ ଆଶଙ୍କା ସତ୍ୟ ହେବାର ସଙ୍କେତ ମିଳିଲେ ରାଜ୍ୟରେ ପୁଣି ଥରେ ଆବଶ୍ୟକତା ଅନୁସାରେ ଲକଡାଉନ କିମ୍ବା ସଟଡାଉନ ଫେରିପାରେ ବୋଲି ବୁଦ୍ଧିଜୀବୀ ଓ ସ୍ୱାସ୍ଥ୍ୟ ପରିଚାଳନା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଭୁବନେଶ୍ୱରରେ ସଟଡାଉନ ସମୟରେ ରାସ୍ତାଘାଟ ଖାଁ ଖାଁ ରହୁଥିଲା ।


‘‘ଏବେ ବି ଓଡ଼ିଶାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ଭିତରେ ଅଛି । କିନ୍ତୁ ପରିବେଶ ବଦଳୁଥିବା କାରଣରୁ ଏହା ଆଗକୁ ମାରାତ୍ମକ ରୂପ ନେଇପାରେ ବୋଲି ଏକ୍ସପର୍ଟମାନେ ମତ ରଖିଛନ୍ତି । ଅର୍ଥାତ ଆଗକୁ ଶୀତ ଦିନ ଆସୁଥିବାରୁ ସେଭଳି ସମ୍ଭାବନା ଅନୁସାରେ ସଂକ୍ରମଣ ଅଧିକ ହୋଇପାରେ,’’ କହିଛନ୍ତି ଭୁବନେଶ୍ବର ବାସିନ୍ଦା ତଥା ବୁଦ୍ଧିଜୀବୀ ଦେବାଶିଷ ତ୍ରିପାଠୀ ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ସ୍ବାସ୍ଥ୍ୟ ପରିଚାଳନା ବିଶେଷଜ୍ଞ ଭାରତ କୁମାର ବେହେରା କହିଛନ୍ତି, ‘‘ଲୋକେ ଏବେ ବି କୋଭିଡ଼ର ଭୟାବହତା ନେଇ ସଚେତନ ନୁହଁନ୍ତି । ଶୀତ ଦିନରେ ବଢ଼ିପାରେ କୋଭିଡ ସଂକ୍ରମଣ । ଏହା ଆଗ ଠାରୁ ଅଧିକ ମାରାତ୍ମକ ହୋଇପାରେ। ସେଥି ପ୍ରତି ଜନ ସାଧାରଣ ସତର୍କ ରହିବା ଜରୁରୀ । ନହେଲେ ସ୍ଥିତି ନିୟନ୍ତ୍ରଣର ବାହାରକୁ ଚାଲିଯିବ ।’’

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଏବେ ସୁଦ୍ଧା ମୋଟ ୩,୧୩,୯୬୧ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ଭିତରୁ ୩,୦୪,୯୦୮ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ସକ୍ରିୟ ଥିବା କୋଭିଡ ପଜିଟିଭ ସଂଖ୍ୟା ମାତ୍ର ୭,୩୬୦ । ଏ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧,୬୪୦ ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

ଭୁବନେଶ୍ୱର ସ୍ଥିତ ପ୍ରାଣୀ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ର କହିଛନ୍ତି, ‘‘ଲମ୍ବା ସମୟ ଧରି  ବାରମ୍ବାର ଲକଡାଉନ ଓ ସଟଡାଉନ କାରଣରୁ ଜୀବନ ଯାତ୍ରା ଏକ ପ୍ରକାର ଠପ ହୋଇଯାଇଥିଲା । ଏ ସବୁ ହଟିବା ପରେ ପୁଣି ଥରେ ଜୀବନ ସ୍ବାଭାବିକ ହେବାକୁ ଆରମ୍ଭ କରିଛି । ଯଦି ପୁଣିଥରେ ଲକଡାଉନ ଓ ସଟଡାଉନ ଫେରେ ତେବେ ଆମକୁ ଏହା ଆହୁରି ପଛକୁ ଫେରାଇନେବ । ତେଣୁ ଜୀବିକାକୁ ଗୁରୁତ୍ୱ ଦେଇ ଲକଡାଉନ ବା ସଟଡାଉନ ଲାଗୁ କରିବା ପୂର୍ବରୁ ଜନ ସଚେତନତାକୁ ଅଧିକ ଗୁରୁତ୍ବ ଦିଆଯିବା ଉଚିତ । ନହେଲେ ଆଗକୁ ସ୍ଥିତି ମାରାତ୍ମକ ହୋଇପାରେ ।’’



ଏବେ ଆଗାମୀ ସ୍ଥିତିକୁ ଆକଳନ କରି ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ।
Published by: Anand Shankar Thankur Das
First published: November 22, 2020, 9:05 PM IST
corona virus btn
corona virus btn
Loading