News18 Odia Digital
ନୂଆ ଦିଲ୍ଲୀ: କୋଭିଡ-୧୯ ସଂକ୍ରମଣରେ (COVID-19) କ୍ରମାଗତ ଭାବେ ହ୍ରାସ ଦେଖାଯାଉଛି, କିନ୍ତୁ ଏହି ଭାଇରସର ପ୍ରକୃତି ଓ ରୂପ ବଦଳୁଥିବାରୁ ଦିଲ୍ଲୀ ଦେଶରେ ସଂକ୍ରମଣ ସଂଖ୍ୟା ଯାଦୁଗରୀ ସଂଖ୍ୟା ଶୂନ୍ୟରେ ପହଞ୍ଚିବାର ସମ୍ଭାବନା ନାହିଁ । ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଭବିଷ୍ୟତରେ କରୋନା ଭାଇରସ୍ ଏକ ସ୍ଥାନୀୟ ମହାମାରୀରେ ପରିଣତ ହେବ ।
କେନ୍ଦ୍ର ସରକାର, ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଅନେକ ବିଶେଷଜ୍ଞ ଗତ ବର୍ଷ କହିଥିଲେ ଯେ ଲୋକଙ୍କୁ କରୋନା ଭାଇରସ (Coronavirus) ସହ ରହିବାକୁ ଶିଖିବାକୁ ପଡି଼ବ ଏବଂ ପ୍ରତିରୋଧ ପଦକ୍ଷେପଗୁଡ଼ିକୁ ନିଜ ଜୀବନର ଏକ ଅଂଶ ବନେଇବାକୁ ହେବ । ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଲୋକନାୟକ ଜୟପ୍ରକାଶ (LNJP) ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର କହିଛନ୍ତି ଯେ ସଂକ୍ରମଣର କିଛି ନା କିଛି ମାମଲା ଆଗକୁ ଆସିଚାଲିଥିବ । ‘‘ଜିରୋ ଏକ ଅସମ୍ଭବ ସଂଖ୍ୟା । କରୋନା ଭାଇରସର ପ୍ରକୃତି ଓ ରୂପ ବଦଳୁଛି । ତେଣୁ ଭବିଷ୍ୟତରେ ଏହାର ଆଚରଣର ପୂର୍ବାନୁମାନ କରିବା କଷ୍ଟକର,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ୩ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେକରୋନା ଭାଇରସ୍ କାହିଁକି ଏତେ ବଡ଼ ଏକ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ସେ ବିଷୟରେ ଫରିଦାବାଦର ଅମୃତା ହସ୍ପିଟାଲର ରେସିଡେଣ୍ଟ୍ ମେଡିକାଲ ଡାଇରେକ୍ଟର୍ ଡଃ ସଞ୍ଜୀବ କେ. ସିଂ କହିଛନ୍ତି ଯେ ଏହା ଏକ mRNA ଭାଇରସ୍ ଯିଏ ନିଜ ସଂରଚନାରେ ପରିବର୍ତ୍ତନ ଆଣିଥାଏ ।
ଏହା ବି ପଢ଼ନ୍ତୁ | ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଗଲା; ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କା ଦେଲା‘‘କରୋନା ଭାଇରସ୍ ଗୋଟିଏ ସ୍ମାର୍ଟ ଭାଇରସ୍ । ଏହା ନିଜେ ବଞ୍ଚିବା ପାଇଁ ନିଜ ରୂପ ବଦଳାଇବ । କୋଭିଡ୍-୧୯ (COVID-19) ରୋଗ ଜାରି ରହିବ । ସବୁ ୧୯୩ଟି ଦେଶ ଉପରେ ହୁଏତ ଏହାର ପ୍ରଭାବ ସେତେଟା ରହିବ ନାହିଁ, କିନ୍ତୁ ଏହି ରୋଗ ଜାରି ରହିବ । କରୋନା ସଂକ୍ରମଣ ଶୂନ୍ୟକୁ ଆସିବା ସମ୍ଭବ ନୁହେଁ । ଯେମିତି ଡାକ୍ତରଖାନାରେ ଅସ୍ତ୍ରୋପଚାର କରିବା ପୂର୍ବରୁ ଆମକୁ ହେପାଟାଇଟିସ୍ ଓ ଏଚ୍.ଆଇ.ଭି. ପରୀକ୍ଷା କରିବାକୁ ପଡୁଛି, ବର୍ତ୍ତମାନ କୋଭିଡ-୧୯ ପରୀକ୍ଷା ବି ବାଧ୍ୟତାମୂଳକ ଭାବେ କରାଯିବ,’’ କହିଛନ୍ତି ଡଃ ସିଂ ।
ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେ‘‘୧୯୧୮ ମସିହାର ମହାମାରୀକୁ ଏକ ମାନଦଣ୍ଡ ଭାବରେ ରଖି ଆମେ ଅନୁଭବ କରୁଛୁ ଯେ କରୋନା ଭାଇରସକୁ ସମ୍ପୂର୍ଣ୍ଣ ବିଲୋପ କରିବା ଅସମ୍ଭବ । ଧୀରେ ଧୀରେ କୋଭିଡ-୧୯ ଏକ ସ୍ଥାନୀୟ ମହାମାରୀରେ ପରିଣତ ହେବ । ବୋଧହୁଏ ତାହା ଆସନ୍ତା ୧୨ରୁ ୨୪ ମାସ ମଧ୍ୟରେ ହେବ । ବର୍ତ୍ତମାନ ପରି ବଡ଼ ସଂକ୍ରମଣ ସଂଖ୍ୟା ପ୍ରତି ଦିନ ଆସିବା ବନ୍ଦ ହୋଇଯିବ । ସେତେବେଳେ ଶୂନ୍ୟ ରିପୋର୍ଟ ଆସିଲେ ବି ତା’ର ଅର୍ଥ ପ୍ରକୃତରେ ଶୂନ୍ୟ କରୋନା ମାମଲା ହେବ ନାହିଁ,’’ କହିଛନ୍ତି ଆଇ.ଭି.ଏଫ୍. ବିଶେଷଜ୍ଞ ତଥା 'ସିଡ୍ ଅଫ୍ ଇନୋସେନ୍ସ'ର ପ୍ରତିଷ୍ଠାତା ଡକ୍ଟର ଗୌରୀ ଅଗ୍ରୱାଲ୍ ।
ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ଓ ତା’ ପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲାତୃତୀୟ ତରଙ୍ଗ ଆହୁରି ଅଧିକ ମାରାତ୍ମକ ହେବ କି?କରୋନା ଭାଇରସ୍ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗର ଭୟ ଓ ଭାଇରସର 'ଡେଲଟା ପ୍ଲସ୍' ରୂପର ଆବିର୍ଭାବ ମଧ୍ୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଜନସଂଖ୍ୟାର ଅଧିକାଂଶ ଭାଗ ସଂକ୍ରମିତ ହୋଇସାରିଥିବାରୁ ସମ୍ଭାବ୍ୟ ତୃତୀୟ ତରଙ୍ଗ ସାଙ୍ଘାତିକ ହେବାର ଆଶଙ୍କା ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭୁବନେଶ୍ବର: ବାପା ପୂର୍ବରୁ ଚାଲିଯାଇଥିଲେ, କରୋନା ମା’ଙ୍କୁ ନେଇଗଲା; ଏବେ ବେସହାରା ଦୁଇ ଝିଅ‘‘ଯଦି କରୋନା ଟିକାକରଣର ପ୍ରଭାବକୁ ନିଷ୍ଫଳ କରୁଥିବା କୌଣସି ନୂଆ ରୂପ ବା ଭ୍ୟାରିଆଣ୍ଟ୍ ନ ଆସେ, ତେବେ ତୃତୀୟ ତରଙ୍ଗ ଦ୍ୱିତୀୟ ଭଳି ମାରାତ୍ମକ ହେବ ନାହିଁ ବୋଲି ମୁଁ ଭାବୁଛି । ଆଗାମୀ ଦିନରେ କରୋନା ଭାଇରସ୍ ସଂକ୍ରମଣ ଏକ ସ୍ଥାନୀୟ ମହାମାରୀରେ ପରିଣତ ହେବ,’’ କହିଛନ୍ତି ନୂଆ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଫୁସଫୁସ୍ ରୋଗର ବରିଷ୍ଠ ବିଶେଷଜ୍ଞ ଡଃ ରାଜେଶ ଚାୱଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଣସର: ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେଉଛନ୍ତି ଶ୍ରୀଜଗନ୍ନାଥଚାୱଲାଙ୍କ ସହ ସହମତି ପ୍ରକାଶ କରି ମ୍ୟାକ୍ସ ହେଲଥ୍ କେୟାର ହସପିଟାଲର ଆଭ୍ୟନ୍ତରୀଣ ମେଡିସିନ୍ ନିର୍ଦ୍ଦେଶକ ଡଃ ରୋମେଲ୍ ଟିକ୍କୁ କହିଛନ୍ତି, ‘‘ଆମେ ଏବେ କୋଭିଡର ଦ୍ୱିତୀୟ ତରଙ୍ଗରେ ଅଛୁ । ସଂକ୍ରମଣର ୭୦ ପ୍ରତିଶତ ମହାରାଷ୍ଟ୍ର ଓ ଦକ୍ଷିଣ ରାଜ୍ୟରେ ସୀମିତ ରହିଛି । ଉତ୍ତର ଭାରତର ରାଜ୍ୟଗୁଡିକରେ ଏହା ହଠାତ୍ ଦ୍ରୁତ ଗତିରେ ବୃଦ୍ଧି ହୋଇଥିଲା ଓ ଭାଇରସ୍ ଏକା ସାଙ୍ଗରେ ବହୁ ସଂଖ୍ୟକ ଲୋକଙ୍କୁ ସଂକ୍ରମିତ କରିଥିଲା, ଯେଉଁଥି ପାଇଁ ସଂକ୍ରମଣ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟିଥିଲା ।’’
କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ମେଡିକାଲ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହୋଇଥିଲା ଓ ବେଡ୍ ମଧ୍ୟ ଅଭାବ ପଡ଼ିଥିଲା । ଗତ କିଛି ଦିନ ମଧ୍ୟରେ ଦେଶରେ କରୋନା ସଂକ୍ରମଣରେ କ୍ରମାଗତ ହ୍ରାସ ଘଟୁଥିବା ଦେଖାଯାଉଛି । ଏବେ ଦିଲ୍ଲୀରେ ସଂକ୍ରମଣ ହାର ୧ ପ୍ରତିଶତରୁ ବି କମ୍ ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।