ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନା ରୋଗୀଙ୍କ ପାଇଁ ସଂକ୍ରମଣର ଦ୍ଵିତୀୟ ସପ୍ତାହ ବେଶି ସାଙ୍ଘାତିକ: AIIMS

କରୋନା ରୋଗୀଙ୍କ ପାଇଁ ସଂକ୍ରମଣର ଦ୍ଵିତୀୟ ସପ୍ତାହ ବେଶି ସାଙ୍ଘାତିକ: AIIMS

ଦ୍ୱିତୀୟ ସପ୍ତାହ ଓ ତୃତୀୟ ସପ୍ତାହରେ କରୋନା ସଂକ୍ରମଣ ହେତୁ ଶରୀର ଏତେ ଅସୁସ୍ଥ ହୋଇଯାଏ ଯେ କୌଣସି ଔଷଧ ଓ ଚିକିତ୍ସାର ପ୍ରତିକ୍ରିୟା କରେ ନାହିଁ। ତେଣୁ ତୁରନ୍ତ ହସ୍ପିଟାଲରେ ରୋଗୀକୁ ଭର୍ତ୍ତି କରିବା ଆବଶ୍ଯକ ।

କରୋନା ରୋଗୀଙ୍କ ପାଇଁ ସଂକ୍ରମଣର ଦ୍ଵିତୀୟ ସପ୍ତାହ ବେଶି ସାଙ୍ଘାତିକ: AIIMS
କରୋନାକୁ ନେଇ ଏମ୍ସ ନୂଆ ଗବେଷଣା କରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 19, 2021, 12:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ସମୟରେ ଦେଶରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଥିଲା।  ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ଜୀବାଣୁ ଯୋଗୁଁ ଲୋକମାନଙ୍କର ମୃତ୍ୟୁ ହେଉଛି। ଏହି ସମୟରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) କରୋନା ଜୀବାଣୁ ସଂକ୍ରମଣ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ କରିଛି। ଏଥିରେ ଦର୍ଶାଯାଇଛି ଯେ କରୋନା ଜୀବାଣୁ ସଂକ୍ରମଣ ଗୁରୁତର ଅବସ୍ଥାରେ ହେଲେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ଓ ଏହା ସାଧାରଣତଃ ସଂକ୍ରମଣର ଦ୍ୱିତୀୟ ସପ୍ତାହରେ ହୋଇଥାଏ।  ଏଥି ସହିତ, ଯଦି ରୋଗୀ ଆବଶ୍ୟକୀୟ ଚିକିତ୍ସା ସୁବିଧା ପାଆନ୍ତି, ତେବେ କରୋନା ଜୀବାଣୁ ହେତୁ ତାଙ୍କର ମୃତ୍ୟୁ ହେବାର ସମ୍ଭାବନା ଏକ ତୃତୀୟାଂଶ କମିଯାଏ।

AIIMS ଡାକ୍ତରମାନେ ଏପ୍ରିଲରୁ ଜୁନ ମଧ୍ୟରେ ଇଜରରେ ଅବସ୍ଥିତ କେନ୍ଦ୍ରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ଉପରେ ଏହି ଅନୁସନ୍ଧାନ କରିଛନ୍ତି। ଏହି ରୋଗୀମାନଙ୍କରେ କୋଭିଡର ଗମ୍ଭୀରତା ପାଇଁ ଦାୟୀ କାରଣଗୁଡ଼ିକ ବିଶ୍ଳେଷଣ କରିବା ପରେ ଡାକ୍ତରମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି।  ତିନିମାସ ମଧ୍ୟରେ, ୨୦୮୦ କରୋନା ରୋଗୀଙ୍କୁ ଈଜରର AIIMS କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ୪୦୬ ଜଣଙ୍କର ଅର୍ଥାତ ୨୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ଘଟିଛି।

AIIMSର କୋଭିଡ ମୁଖ୍ୟ ତଥା ଏହି ଅନୁସନ୍ଧାନର ଲେଖକ ଡ ସୁଷମା ଭଟନାଗର କହିଛନ୍ତି ଯେ କରୋନା ସଂକ୍ରମଣର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି ହେବା ମୃତ୍ୟୁ ଆଶଙ୍କାକୁ ବୃଦ୍ଧି କରିଥାଏ। ଏଥିରେ ବୟସ୍କ ଓ ପୂର୍ବରୁ ରୋଗଗ୍ରସ୍ତ ହୋଇଥିବା ଲୋକଙ୍କ ମୃତ୍ୟୁ ଆଶଙ୍କା ଅଧିକ ଥାଏ।ସେମାନେ କହିଛନ୍ତି ଯେ ଟିକାକରଣ ଦ୍ୱାରା ମୃତ୍ୟୁ ହେବାର ଆଶଙ୍କା ୩୦ ପ୍ରତିଶତ କମିଯାଏ।  ଅନ୍ୟପକ୍ଷରେ, ସଂକ୍ରମଣର ଦ୍ୱିତୀୟ ସପ୍ତାହରେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମୃତ୍ୟୁ ଆଶଙ୍କା ୩୬ ପ୍ରତିଶତ କମିଯାଏ।

ଏଥି ସହିତ, AIIMSର ଚିକିତ୍ସା ବିଭାଗର ମୁଖ୍ୟ ତଥା ପ୍ରଫେସର ଡକ୍ଟର ଅନନ୍ତ ମୋହନ କହିଛନ୍ତି ଯେ ଦ୍ୱିତୀୟ ସପ୍ତାହରେ ଓ ତୃତୀୟ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ଅଛି କାରଣ ଶରୀର ଷ୍ଟେରଏଡକୁ ପ୍ରତିକ୍ରିୟା କରିଥାଏ। ଦ୍ୱିତୀୟ ସପ୍ତାହ ଓ  ତୃତୀୟ ସପ୍ତାହରେ କରୋନା ସଂକ୍ରମଣ ହେତୁ ଶରୀର ଏତେ ଅସୁସ୍ଥ ହୋଇଯାଏ ଯେ ଏହା କୌଣସି ଔଷଧ ଓ ଚିକିତ୍ସାର ପ୍ରତିକ୍ରିୟା କରେ ନାହିଁ।
Published by: Soumya Das
First published: August 19, 2021, 12:42 PM IST